ଏସ୍‌ସିବିରେ ନିଆଁ ଲାଗି ପୋଡ଼ିଗଲା ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 8, 2019

ଏସ୍‌ସିବିରେ ନିଆଁ ଲାଗି ପୋଡ଼ିଗଲା ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ

କଟକ(ଓଡ଼ିଶା ରିପୋର୍ଟର): କଟକ ବଡ଼ ମେଡିକାଲରେ ପୁଣି ଲାଗିଛି ନିଆଁ। କାଲି ରାତିରେ ପାଥୋଲଜି ବିଭାଗ ସାଇଟୋଲଜି ସେକ୍ସନର ୨ଟି ଯାକ ରୁମ୍‌ରେ ନିଆଁ ଲାଗିଥିଲା । ଏଠାରେ ଥିବା ଯନ୍ତ୍ରପାତି, ପରୀକ୍ଷା ଉପକରଣଠାରୁ ଆରମ୍ଭ କରି ଏସି, ଫ୍ୟାନ୍ ଓ ଆସବାବପତ୍ର, ନିଆଁରେ ପୋଡି ପାଉଁଶ ହୋଇଯାଇଛି। ନିଆଁ ରାତିରେ ଲାଗିଥିବାରୁ ଏବଂ ଏହା ରୋଗୀଙ୍କ ଚଳପ୍ରଚଳ ଅଞ୍ଚଳ ହୋଇ ନ ଥିବାରୁ କେହି ମୃତାହତ ହୋଇନାହାନ୍ତି ।

ଆଜି ସକାଳ ପ୍ରାୟ ୯ଟାରେ  ଡ୍ୟୁଟିକୁ ଆସିଥିବା କର୍ମଚାରୀ କବାଟ ଖୋଲିବା ପରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ। ଏହା ଦେଖିବା ପରେ ସେ ଦମକଳ ବିଭାଗକୁ ଖବର ଦେଇଥିଲେ ଓ ତୁରନ୍ତ ବିଦ୍ୟୁତ୍‌ ସଂଯୋଗକୁ କାଟି ଦିଆଯାଇଥିଲା

ସାଇଟୋଲଜି ସେକ୍ସନର ଏହି ରୁମ୍ ଦ୍ୱୟ ଭିତରେ ଥିବା ଇଲେକ୍ଟ୍ରି ପ୍ୟାନେଲରୁ ହିଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ସଟ୍ ସର୍କିଟରୁ ନିଆଁ ବ୍ୟାପିଥିବା ସନ୍ଦେହ କରାଯାଉଥିଲେ ବି ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନି।

ସୂଚନାଯୋଗ୍ୟ ଯେ, ଏହି ସେକ୍ସନରେ କ୍ୟାନ୍‌ସର, ଟିବି ଭଳି ଜଟିଳ ରୋଗୀଙ୍କ ପରୀକ୍ଷା କରାଯାଏ। ନିଆଁରେ ପୁରା ୟୁନିଟ୍ ଜଳି ଯାଇଥିବାରୁ, ଏଭଳି ରୋଗୀଙ୍କ ପରୀକ୍ଷା ଲାଗି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିଛନ୍ତି ଏସସିବି କର୍ତ୍ତୃପକ୍ଷ । ସେପଟେ ନିଆଁ କେମିତି ଲାଗିଲା, ଏଥିପାଇଁ ଦାୟୀ କିଏ ଏବଂ ଅଗ୍ନିକାଣ୍ଡରେ କେତେ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି ତାହା ଜାଣିବାକୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏସସିବି କର୍ତ୍ତୃପକ୍ଷ ।

ପୂର୍ବରୁ ଏସ୍‌ସିବିର କାର୍ଡିଓଲଜି, କାଜୁଆଲିଟି ଓ ସର୍ଜରି ଓଟିରେ ଏକାଧିକ ବାର ଅଗ୍ନିକାଣ୍ଡ ଘଟିଥିବା ନଜିର ରହିଛି। ତେବେ ଗତରାତିରେ ଦୁଇ ଦୁଇଟି ରୁମ୍‌ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲେ ବି ଦାୟିତ୍ୱରେ ଥିବା ଗାର୍ଡ, ଅଗ୍ନିଶମ ବିଭାଗ ଓ ପୁଲିସ୍‌ ଅଧିକାରୀ କେମିତି ତାର ସୁରାକ୍ ବି ପାଇଲେନି, ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।



from Odisha Reporter https://ift.tt/2EO0WSn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages