୭ କୋଟିତମ ହିତାଧିକାରୀଙ୍କୁ ଗ୍ୟାସ ବିତରଣ କଲେ କେନ୍ଦ୍ରମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 8, 2019

୭ କୋଟିତମ ହିତାଧିକାରୀଙ୍କୁ ଗ୍ୟାସ ବିତରଣ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନାରେ ଭାରତବର୍ଷର ୭ କୋଟି ଗରିବ ପରିବାରକୁ ଗ୍ୟାସ ସଂଯୋଗ ଦେଇ ମୋଦି ସରକାର ଅସମ୍ଭବକୁ ସମ୍ଭବରେ ପରିଣତ କରିଛନ୍ତି। ୯୦୦୦ କୋଟି ଟଙ୍କା ବ୍ୟୟରେ ଦୁନିଆର ସବୁଠୁ ବଡ଼ ଗ୍ୟାସ ପାଇପ ଲାଇନ ତିଆରି ହୋଇଛି, ବଟଲିଂ ପ୍ଲାଣ୍ଟ ନିର୍ମାଣ ହୋଇଛି, ବିତରକ ନେଟଓାର୍କକୁ ତଳସ୍ତର ଅଞ୍ଚଳରେପହଞ୍ଚାଇବା ପାଇଁ କମନ ସର୍ଭିସ ସେଣ୍ଟରର ମଧ୍ୟ ସହଯୋଗ ନିଆଯାଇଛି। ଫଳରେ ଦେଶରେ ସ୍ୱଚ୍ଛ ଇନ୍ଧନ ପହଁଚାଇବାର ପ୍ରତିଶ୍ରୁତି ପୂରଣ ହୋଇଛି ବୋଲି ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୭ କୋଟିତମ ହିତାଧିକାରୀଙ୍କୁ ଗ୍ୟାସ ବିତରଣ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୬ ମଇ ୧ରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନାର ଶୁଭାରମ୍ଭ କରିଥିଲେ। ୫ ଲକ୍ଷ ମହିଳାଙ୍କୁ ଉଜ୍ଜଳା ଯୋଜନାରେ ସାମିଲ କରିବାର ଲକ୍ଷ୍ୟ ନେଇ ପ୍ରଥମ ୧ କୋଟି କନେକ୍ସନ ୮ ନଭେମ୍ବର ୨୦୧୬ରେ ପୂରଣ ହୋଇଥିଲା ବେଳେ ୩୧ ମାର୍ଚ୍ଚ ୨୦୧୭ ଓ ୧୨ ଅକ୍ଟୋବର ୨୦୧୭ରେ ୨ ଓ ୩ କୋଟି ଏଲପିଜି ସଂଯୋଗ ଲକ୍ଷ୍ୟ ପୂରଣ ହୋଇଥିଲା। ସେହିପରି ୪ କୋଟି ଗ୍ୟାସ ସଂଯୋଗ ୨୫ ମଇ ୨୦୧୮, ୫ କୋଟି ସଂଯୋଗ ସେହିବର୍ଷ ୩ ଅଗଷ୍ଟ, ୬ କୋଟି ସଂଯୋଗ ୨ ଜାନୁଆରୀ ୨୦୧୯ ରେ ଏବଂ ଆଜି ମାର୍ଚ୍ଚ ୮ରେ ୭ କୋଟି ଏଲପିଜି ଗ୍ୟାସ ସଂଯୋଗ ଲକ୍ଷ୍ୟ ପୂରଣ କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ପୂର୍ବରୁ ୭୦ ବର୍ଷ ସରକାରରେ ଦେଶରେ ୧୩ କୋଟି ଏଲପିଜି ସଂଯୋଗ ଥିଲାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ୱ ନେବା ପରେ ଏହା ଦୁଇ ଗୁଣା ବୃଦ୍ଧି ପାଇ ୨୬ କୋଟି ୩୦ ଲକ୍ଷରେ ପହଞ୍ଚିଛି। ସେଥିମଧ୍ୟରୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନାରେ ୭ କୋଟି ଗ୍ୟାସ ସଂଯୋଗର ଲକ୍ଷ୍ୟ ଆଜି ପୂରଣ ଯାଇପାରିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତବର୍ଷରେ ଜଣେ ବି ଗରିବ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନାରୁ ବଞ୍ଚିତ ନହେବାର ନୀତି ତିଆରି କରାଯାଇଛି। ସବକା ସାଥ୍ ସବକା ବିକାଶ ଧାରାରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଦେଶର ୪୨ ପ୍ରତିଶତ ତଥା ପାଖାପାଖି ୩ ଲକ୍ଷ ଅନୁସୂତିତ ଜାତି ଓ ଜନଜାତି ହିତାଧିକାରୀ ଅଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଦିନେ ୧୨ ବର୍ଷର ବାଳକ ନିଜ ମା’ର ଚୁଲି ଧୂଆଁର କଷ୍ଟକୁ ଅନୁଭବ କରିଥିଲେ। ସେହି ଗରିବ ପିଲା ୫୫ ବର୍ଷ ପରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ନିଜ ମାଆର କଷ୍ଟକୁ ନଭୁଲି ଆଜି ୭ କୋଟି ମହିଳାଙ୍କ ଆଖିରୁ ଲୁହ ପୋଛି ପାରିଛି ବୋଲି ସେ କହିଛନ୍ତି।



from Odisha Reporter https://ift.tt/2UsPnqn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages