
ନୂଆଦିଲ୍ଲୀ: ଦିଲ୍ଲୀର ସାକେତ୍ କୋର୍ଟ ମୁଜାଫରପୁର ଶେଲ୍ଟର ହୋମ୍ ଯୌନ ନିର୍ଯାତନା ମାମଲାରେ ସମସ୍ତ ୨୧ ଜଣଙ୍କ ନାମରେ ଚାର୍ଜ ଫ୍ରେମ୍ କରିଛନ୍ତି। ସିବିଆଇର ଚାର୍ଜଶିଟ୍ ଆଧାରରେ ପକ୍ସୋ ଆକ୍ଟ, ଦୁଷ୍କର୍ମ ଏବଂ ଅପରାଧିକ ଷଡ଼ଯନ୍ତ୍ର ଆଦି ଭାରତୀୟ ପିଙ୍ଗଳ କୋଡ୍ ଅନୁଯାୟୀ ବିଭିନ୍ନ ଧାରାରେ ଏହି ଚାର୍ଜ ଫ୍ରେମ୍ କରାଯାଇଛି। ଅତିରିକ୍ତ ସେସନ୍ସ ଜଜ୍ ଜଷ୍ଟିସ୍ ସୌରଭ କୁଲଶ୍ରେଷ୍ଠ ଏହି ରାୟ ଦେଇଛନ୍ତି।
ଏପ୍ରିଲ ୧୩ଠାରୁ ସେମାନଙ୍କର ଟ୍ରାଏଲ ଆରମ୍ଭ ହେବ। ଦୁଷ୍କର୍ମ, ଯୌନ ନିର୍ଯାତନା, ଯୌନ ଅତ୍ୟାଚାର ଏବଂ ଅପରାଧିକ କାର୍ଯ୍ୟାନୁଷ୍ଠାନ ଆଦି ମାମଲାରେ ଏହି ଟ୍ରାଏଲ ଚାଲିବ। ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁର ଏବଂ ୩ ଜଣ କର୍ମଚାରୀଙ୍କ ନାମରେ ଚାର୍ଜ ଫ୍ରେମ୍ କରାଯାଇଛି। ସେହିଭଳି ବିହାରର ସାମାଜିକ ମଙ୍ଗଳ ବିଭାଗର କର୍ମଚାରୀଙ୍କ ନାମରେ ଅପରାଧିକ ଷଡ଼ଯନ୍ତ୍ର, କର୍ତ୍ତବ୍ୟରେ ଅବହେଳା ଏବଂ ଝିଅଙ୍କ ଉପରେ ଅତ୍ୟାଚାର ହେଉଥିବା ନେଇ ଅଭିଯୋଗ କରିବାରେ ବିଫଳତା ଆଦି ପାଇଁ ବିଭିନ୍ନ ଦଫା ଲାଗୁ ହୋଇଛି।
ବିହାରର ମୁଜାଫରପୁରଠାରେ ଥିବା ଏହି ଶେଲ୍ଟର ହୋମ୍ଟି ଏକ ଏନ୍ଜିଓ ଦ୍ୱାରା ପରିଚାଳିତ। ଟାଟାର ଶିକ୍ଷାନୁଷ୍ଠାନ ଟିସ୍ ଏହି ଶେଲ୍ଟର ହୋମ୍ ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଗତ ବର୍ଷ ମେ ମାସ ୩୧ ତାରିଖରେ ଏହି ମାମଲାରେ ପ୍ରଥମେ ଏତଲା ଦିଆଯାଇଥିଲା।
ଅଭିଯୁକ୍ତଙ୍କ ଉପରେ ଲଗାଯାଇଥିବା ଆରୋପକୁ ସେମାନେ ଲଗାତାର ଏଡ଼ାଇ ଆସୁଛନ୍ତି। ଶୁଣାଣି ସମୟରେ ଅଭିଯୁକ୍ତମାନେ ଯୁକ୍ତି ଦର୍ଶାଇଥିଲେ ସେମାନଙ୍କୁ ଟ୍ରାଏଲରେ ସାମିଲ କରିବା ପାଇଁ ଯଥେଷ୍ଟ ପ୍ରମାଣ ଉପସ୍ଥାପନ କରାଯାଇନାହିଁ।
from Odisha Reporter https://ift.tt/2TKTahA
No comments:
Post a Comment