ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ

ସୋର(ଶଶୀକାନ୍ତ ବେହେରା): ବିଜେଡି ଛାଡ଼ିଲେ ସୋର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ। ସେ ନିଜର ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି।

ସୁରେନ୍ଦ୍ର ପରମାଣିକ ପ୍ରଥମେ କଂଗ୍ରେସରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତେବେ ୨୦୧୪ ମସିହାରେ ସେ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ୍‌ ହୋଇଥିଲେ। ଭାବିଥିଲେ ଏଥର ତାଙ୍କୁ ଟିକେଟ ମିଳିବ। ମାତ୍ର ତାଙ୍କୁ ଝଟକା ଦେଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସୋରର ବର୍ତ୍ତମାନ ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ଆଉଥରେ ପ୍ରାର୍ଥୀ କରାଇଛନ୍ତି। ଯାହାଫଳରେ ସୁରେନ୍ଦ୍ର ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି।

ଟିକଟ ନମିଳିବାରୁ ଆଜି ସୁରେନ୍ଦ୍ର ପରମାଣିକ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫାପତ୍ରରେ ଦର୍ଶାଇଛନ୍ତି, ବର୍ତ୍ତମାନର ବିଧାୟକଙ୍କ ଦ୍ୱାରା ସୋର ନିର୍ବାଚନମଣ୍ଡଳୀର ଲୋକେ ନିର୍ଯାତିତ ହେଉଛନ୍ତି। ଏ ସମ୍ପର୍କରେ ବାରମ୍ୱାର ଦଳର ସୁପ୍ରିମୋଙ୍କ ପାଖରେ ଅଭିଯୋଗ କରାଯାଇଛି। ଏହା ସତ୍ତ୍ୱେ ଶ୍ରୀ ଧଡ଼ାଙ୍କୁ ଆଉଥରେ ବିଧାୟକ ପ୍ରାର୍ଥୀ କରାଯାଇଛି। ଯାହାକୁ ବିରୋଧ କରି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ମୁଁ ଇସ୍ତଫା ଦେଉଛି ବୋଲି ଶ୍ରୀ ପରମାଣିକ ତାଙ୍କ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି।



from Odisha Reporter https://ift.tt/2YD6dp2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages