ଡି’କକଙ୍କ ଅର୍ଦ୍ଧଶତକ, ମୁମ୍ବାଇ ଇଣ୍ଡିଆନ୍ସ ୧୭୬/୭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

ଡି’କକଙ୍କ ଅର୍ଦ୍ଧଶତକ, ମୁମ୍ବାଇ ଇଣ୍ଡିଆନ୍ସ ୧୭୬/୭

ଚଣ୍ଡିଗଡ଼: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ଦ୍ୱାଦଶ ସଂସ୍କରଣ ଶନିବାର ନବମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗସ ଇଲେଭେନ୍ ପଞ୍ଜାବ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ କ୍ୱିଣ୍ଟନ ଡି’କକଙ୍କ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୭୬ ରନ୍ କରିଛି। ଡି’କକ ସର୍ବାଧିକ ୬୦ (୩୯ ବଲ, ୬ ଚୌକା, ୨ ଛକା) ରନ୍ କରିଛନ୍ତି। ଫଳରେ ମ୍ୟାଚକୁ ଜିତିବା ପାଇଁ ପଞ୍ଜାବକୁ ୨୦ ଓଭରରେ ୧୭୭ ରନ୍ କରିବାକୁ ପଡ଼ିବ।

ମୋହାଲିର ପଞ୍ଜାବ କ୍ରିକେଟ ଆସୋସିଏସନ ଆଇଏସ ବିନ୍ଦ୍ରା ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ପଞ୍ଜାବ ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନ୍ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ଭଲ ଷ୍ଟାର୍ଟ ଦେଇଥିଲେ ଦୁଇ ଓପ୍ନର ଡି’କକ୍ ଓ ରୋହିତ ଶର୍ମା। ଦୁହେଁ ପ୍ରଥମ ୱିକେଟ ପାଇଁ ୫୧ ରନ୍ ଯୋଡ଼ିଥିଲେ।

ରୋହିତ ୧୮ ବଲରେ ୫ ଚୌକା ସହ ୩୨ ରନ୍ କରି ହାର୍ଡସ ଭିଲଜୋଏନଙ୍କ ଦ୍ୱାରା ଏଲବିଡବ୍ଲ୍ୟୁ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ସୂର୍ଯ୍ୟକୁମାର ଯାଦବ (୧୧)ଙ୍କୁ ମୁରୁଗାନ ଅଶ୍ୱିନ୍ ପ୍ୟାଭିଲିୟନ ପଠାଇଥିଲେ। ତେବେ ଡି’କକ୍ ଓ ଯୁବରାଜ ସିଂହ ଭଲ ବ୍ୟାଟିଂ କରି ଦଳର ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ।

ଡି’କକ ୩୫ ବଲରେ ଅର୍ଦ୍ଧଶତକ ମାରିଥିଲେ ହେଁ, ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ଦଳର ସ୍କୋର ୧୨୦ ଥିବା ବେଳେ ଡି’କକଙ୍କୁ ମହମ୍ମଦ ଶାମି ଏଲବିଡବ୍ଲ୍ୟୁ କରିଥିଲେ। ଏହା ପରେ ଯୁବରାଜ (୧୮)ଙ୍କୁ ଆଉଟ କରି ମୁରୁଗାନ ଅଶ୍ୱିନ୍ ମୁମ୍ବାଇକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। କାଇରନ ପୋଲାର୍ଡ (୭) ପୁଣିଥରେ ନିରାଶ କରିଥିଲେ।

ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ୩୧ (୧୯ ବଲ, ୩ ଚୌକା, ୧ ଛକା) ରନ୍ କରି ଦଳକୁ ୧୭୬ ରନର ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କୃନାଲ ପାଣ୍ଡ୍ୟା ୧୦ ରନ୍ କରି ଆଉଟ ହୋଇଥିଲେ। ପଞ୍ଜାବ ପକ୍ଷରୁ ଶାମି, ଭିଲଜୋଏନ ଓ ମୁରୁଗାନ ଅଶ୍ୱିନ୍ ୨ଟି ଲେଖାଏ ୱିକେଟ ହାସଲ କରିଥିଲେ।



from Odisha Reporter https://ift.tt/2YD6FDK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages