
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ତଥା ମହାନ ଲେଗ୍ ସ୍ପିନର ଅନୀଲ କୁମ୍ବଲେ ନିଜ ପସନ୍ଦର ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ସ୍କ୍ୱାଡ୍ ଚୟନ କରିଛନ୍ତି।
ଏହି ସ୍କ୍ୱାଡ୍ରେ ରବୀନ୍ଦ୍ର ଜାଡେଜା ଓ କେଏଲ୍ ରାହୁଲଙ୍କ ଭଳି ଖେଳାଳିଙ୍କୁ ସ୍ଥାନ ମିଳିନାହିଁ। ସେହିପରି ସମସ୍ତଙ୍କୁ ଚକିତ କରି କୁମ୍ବଲେ ୧୫ ଜଣିଆ ସ୍କ୍ୱାଡ୍ରେ ୪ର୍ଥ ଦ୍ରୁତ ବୋଲର ଭାବେ ଖଲୀଲ ଅହମ୍ମଦଙ୍କୁ ସ୍ଥାନ ଦେଇଛନ୍ତି।
ଦ୍ୱିତୀୟ ୱିକେଟ୍ କିପର ଭାବେ ରିଷଭ ପନ୍ତ ବିଶ୍ୱକପ୍ ଖେଳିବାକୁ ଇଂଲଣ୍ଡ ଯିବା ଦରକାର ବୋଲି କୁମ୍ବଲେ କହିଛନ୍ତି। କୁମ୍ବଲେ ବିଜୟ ଶଙ୍କରଙ୍କୁ ଅଲରାଉଣ୍ଡର ଜାଡେଜାଙ୍କ ତୁଳନାରେ ଅଧିକ ପସନ୍ଦ କରିଛନ୍ତି। ଟିମ୍ରେ ବିଜୟ ଶଙ୍କର ଜଣେ ସ୍ପେଶାଲିଷ୍ଟ ବ୍ୟାଟସ୍ମ୍ୟାନ୍ ଭାବେ ମଧ୍ୟ ଖେଳିପାରିବେ ବୋଲି କୁମ୍ବଲେ କହିଛନ୍ତି।
ଏହାବାଦ୍ କୁମ୍ବଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ କେଦାର ଯାଦବଙ୍କୁ ଦଳର ଦୁଇ ଜଣ ଅଲରାଉଣ୍ଡର ଭାବେ ମନୋନୀତ କରିଛନ୍ତି। ସେ ଚୂଡ଼ାନ୍ତ ଏକାଦଶରେ ଅମ୍ବାତି ରାୟୁଡୁଙ୍କୁ ସ୍ଥାନ ଦେଇନାହାନ୍ତି। କୁମ୍ବଲେଙ୍କ ଚୂଡ଼ାନ୍ତ ଏକାଦଶରେ ୩ ଜଣ ଦ୍ରୁତ ବୋଲର ଓ ଦୁଇ ଜଣ ରିଷ୍ଟ ସ୍ପିନର ରହିଛନ୍ତି।
ସେହିପରି ପାଣ୍ଡ୍ୟା ଓ କେଦାର ମଧ୍ୟ ଏହି ଚୂଡ଼ାନ୍ତ ଏକାଦଶରେ ରହିଛନ୍ତି। କୁମ୍ବଲେ ୪ ନଂ ସ୍ଥାନରେ ମହେନ୍ଦ୍ର ସିଂହ ଧୋନି ବ୍ୟାଟିଂ କରିବା ଦରକାର ବୋଲି କହିଛନ୍ତି।
କୁମ୍ବଲେଙ୍କ ୧୫ ଜଣିଆ ଭାରତୀୟ ସ୍କ୍ୱାଡ୍: ରୋହିତ ଶର୍ମା, ଶିଖର ଧୱନ, ବିରାଟ୍ କୋହଲି, ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, କୁଲଦୀପ ଯାଦବ, ୟୁଜଭେନ୍ଦର ଚହଲ, ମହମ୍ମଦ ଶାମି, ଯଶପ୍ରୀତ ବୁମ୍ରା, ବିଜୟ ଶଙ୍କର, ଅମ୍ବାତି ରାୟୁଡୁ, ରିଷଭ ପନ୍ତ ଓ ଖଲୀଲ ଅହମ୍ମଦ।
from Odisha Reporter https://ift.tt/2HyKrNa
No comments:
Post a Comment