ବିଜେଡିର ପ୍ରଥମ ପର୍ଯ୍ୟାୟ ତାଲିକା ଚୂଡ଼ାନ୍ତ, ଘୋଷଣା ଖୁବଶୀଘ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 16, 2019

ବିଜେଡିର ପ୍ରଥମ ପର୍ଯ୍ୟାୟ ତାଲିକା ଚୂଡ଼ାନ୍ତ, ଘୋଷଣା ଖୁବଶୀଘ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନକ ପରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହେବା ସହ ନାମାଙ୍କନପତ୍ର ଦାଖଲ ହେବ। କିନ୍ତୁ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଏପର୍ଯ୍ୟନ୍ତ ନିଜର ପ୍ରାର୍ଥୀଙ୍କ ତାଲିକା ସାର୍ବଜନୀନ କରିବାରେ ସକ୍ଷମ ହୋଇନାହାନ୍ତି। ବିଜେପି ଓ କଂଗ୍ରେସ ଆସନ୍ତାକାଲି ସୁଦ୍ଧା ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିବାର ସମ୍ଭାବନା ଥିବା ବେଳେ ବିଜେଡି ଯେକୌଣସି ମୁହୂର୍ତ୍ତରେ ପ୍ରଥମ ପର୍ଯ୍ୟାୟ ପାଇଁ ନିଜର ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବୋଲି ଜଣାପଡ଼ିଛି।

ଏପ୍ରିଲ୍‌ ୧୧ ତାରିଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମାର୍ଚ୍ଚ ୨୫ ତାରିଖ ସୁଦ୍ଧା ନାମାଙ୍କନପତ୍ର ଦାଖଲର ଶେଷ ହେବ। ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର, ନବରଙ୍ଗପୁର, କୋରାପୁଟ ଓ କଳାହାଣ୍ଡି ଲୋକସଭା ନିର୍ବାଚନମଣ୍ଡଳୀ ସମେତ ୨୮ଟି ବିଧାନସଭା ପାଇଁ ନିର୍ବାଚନ ହେବ। ଗତ କିଛିଦିନ ଧରି କସରତ ପରେ ବିଜେଡି ଏସବୁ ଆସନ ପାଇଁ ନିଜର ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିଛି।

ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବ୍ରହ୍ମପୁର ଲୋକସଭା ଆସନ ପାଇଁ ଚନ୍ଦ୍ରଶେଖର ସାହୁଙ୍କୁ ପ୍ରାର୍ଥୀ କରିବାକୁ ଦଳ ନିଷ୍ପତ୍ତି ନେଇଥିବା ବେଳେ କୋରାପୁଟ ଲୋକସଭା ପାଇଁ ଝିନ୍ନ ହିକକାଙ୍କ ପତ୍ନୀ କୌଶଲ୍ୟା ହିକକା, ନବରଙ୍ଗପୁର ଲୋକସଭା ଆସନରୁ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଓ କଳାହାଣ୍ଡି ଲୋକସଭା ଆସନରୁ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ପ୍ରାର୍ଥୀ କରିବା ଏକପ୍ରକାର ଚୂଡ଼ାନ୍ତ ହୋଇଛି।

ସେହିପରି ବ୍ରହ୍ମପୁର ଲୋକସଭା ଅନ୍ତର୍ଗତ ୭ଟି ବିଧାନସଭା ମଧ୍ୟରୁ ଚିକିଟି, ଗୋପାଳପୁର, ଛତ୍ରପୁର ଓ ଦିଗପହଣ୍ଡିରେ ଦଳ ନିଜର ପୁରୁଣା ପ୍ରାର୍ଥୀଙ୍କୁ ପୁଣିଥରେ ମଇଦାନକୁ ଓହ୍ଲାଉଥିବା ବେଳେ ବ୍ରହ୍ମପୁର ବିଧାନସଭା ସିଟ୍‌ରେ କଂଗ୍ରେସରୁ ଆସିଥିବା ବିକ୍ରମ ପଣ୍ଡାଙ୍କୁ ପ୍ରାର୍ଥୀ କରିବ। ମୋହନା ଓ ପାରଳାଖେମୁଣ୍ଡିରେ ଦଳ ନୂଆଁ ମୁହଁଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ପ୍ରଥମ ପର୍ଯ୍ୟାୟର ୨୮ଟି ବିଧାନସଭା ଆସନ ମଧ୍ୟରୁ ପ୍ରାୟ ୬ଟି ଆସନରେ ଦଳ ମହିଳା ପ୍ରାର୍ଥୀଙ୍କୁ ଛିଡ଼ା କରିବ ବୋଲି ସୂଚନା ମିଳିଛି।



from Odisha Reporter https://ift.tt/2HpnHjk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages