
ଚେନ୍ନାଇ: ଆସନ୍ତା ୨୩ ତାରିଖରେ ଆଇପିଏଲ୍ର ୧୨ତମ ସଂସ୍କରଣ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗସ୍(ସିଏସ୍କେ) ଓ ବିରାଟ୍ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ମଧ୍ୟରେ ଟକ୍କର ହେବ।
ଏଥିପାଇଁ ଆଜି ଧୋନି, ହରଭଜନ ସିଂହ ଓ କେଦାର ଯାଦବଙ୍କ ଭଳି ସିଏସ୍କେର ବଡ଼ ବଡ଼ ତାରକାମାନେ ଅଭ୍ୟାସ୍ ଆରମ୍ଭ କରିଛନ୍ତି। ଆଜି ଧୋନି, କେଦାର ଓ ଶର୍ଦ୍ଦୁଲ ଠାକୁର ଚେନ୍ନାଇ ସ୍ଥିତ ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ପହଞ୍ଚିଛନ୍ତି। ଧୋନି,କେଦାର ଓ ଠାକୁର ବିମାନରେ ଆସବା ବେଳର ଫଟୋକୁ କେଦାର ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।
ଗତକାଲି ରାତିରେ ଚେନ୍ନାଇରେ ପହଞ୍ଚିଥିବା ଧୋନି ଆଜି ସକାଳେ ମୁଖ୍ୟ କୋଚ୍ ଷ୍ଟିଫେନ୍ ଫ୍ଲେମିଂଙ୍କ ସହ ସକାଳ ଜଳଖିଆ ଖାଉଥିବା ଦେଖିବାକୁ ମିଳିଥିଲା। ସିଏସ୍କେ ପକ୍ଷରୁ ଏହି ଫୋଟକୁ ପୋଷ୍ଟ କରାଯାଇଥିଲା।
ସେହିପରି ହରଭଜନ ସିଂହ ମଧ୍ୟ ଚେନ୍ନାଇରେ ପହଞ୍ଚିଥିବା ସିଏସ୍କେ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି। ସିଏସ୍କେର ଫ୍ୟାନ୍ମାନେ ମଧ୍ୟ ନିଜ ଦଳର ଖେଳାଳିଙ୍କୁ ଦେଖିବା ପାଇଁ ଷ୍ଟାଡିୟମ ବାହାରେ ପ୍ରବଳ ଭିଡ଼ ଜମାଇଛନ୍ତି।
ଗତବର୍ଷ ଆଇପିଏଲ୍ରେ ଚେନ୍ନାଇ ଚାମ୍ପିୟନ ହୋଇଥିଲା।
from Odisha Reporter https://ift.tt/2F8Y1UD
No comments:
Post a Comment