ପାକ୍‌ର ଭୟଙ୍କର ଷଡ଼ଯନ୍ତ୍ର: ଜଳ ପଥରେ ଆକ୍ରମଣ ପାଇଁ ମସୁଧା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

ପାକ୍‌ର ଭୟଙ୍କର ଷଡ଼ଯନ୍ତ୍ର: ଜଳ ପଥରେ ଆକ୍ରମଣ ପାଇଁ ମସୁଧା

ନୂଆଦିଲ୍ଲୀ: ବାରମ୍ବାର ସ୍ଥଳପଥରେ ସୀମା ପାର ହୋଇ ଆକ୍ରମଣ କରୁଥିବା ପାକିସ୍ତାନ ଏବେ ଭାରତରେ ହିଂସା ସୃଷ୍ଟି କରିବାକୁ ନୂଆ ଯୋଜନା କରିଛି। ବିଶେଷ କରି ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀଙ୍କୁ ସମୁଦ୍ର ପଥରେ ଭାରତ ଉପରେ ଆକ୍ରମଣ କରିବାକୁ ଟ୍ରେନିଂ ଦିଆଯାଉଛି। ଏମାନେ ଗଭୀର ଜଳପଥରେ ଆସି କେଉଁଭଳି ଆକ୍ରମଣ କରିପାରିବେ, ସେନେଇ ପାକିସ୍ତାନ ସେନା ଓ ଆଇଏସ୍‌ଆଇ ଆତଙ୍କବାଦୀଙ୍କ ସହ ମିଶି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ଆଜି ନୌସେନା ମୁଖ୍ୟ ଆଡମିରାଲ ସୁନୀଲ ଲାମ୍ବା କହିଛନ୍ତି।

ଦିଲ୍ଲୀଠାରେ ଆୟୋଜିତ ‘ଇଣ୍ଡୋ-ପ୍ୟାସିଫିକ ଡାଇଲଗ୍‌’ରେ ଉଦ୍‌ବୋଧନ ଦେଇ ନୌସେନା ମୁଖ୍ୟ ଶ୍ରୀ ଲାମ୍ବା କହିଛନ୍ତି, “ ଏକ ନିର୍ଦ୍ଦିଷ୍ଟ ଦେଶରୁ ସହାୟତା ପାଉଥିବା ଆତଙ୍କବାଦୀମାନେ ପୁଲୱାମାରେ ଆକ୍ରମଣ କରିଥିଲେ। ଉକ୍ତ ଦେଶ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଛି। ଆମ ପାଖରେ ଏମିତି କିଛି ରିପୋର୍ଟ ରହିଛି, ଯାହା ପଡ଼ୋଶୀ ରାଷ୍ଟ୍ରର ସାଂଘାତିକ ଷଡ଼ଯନ୍ତ୍ରକୁ ସୂଚାଉଛି।

ଏବେ ପଡ଼ୋଶୀ ଦେଶର ଆତଙ୍କବାଦୀମାନେ ବିଭିନ୍ନ ଉପାୟରେ ଆକ୍ରମଣ କରିବାକୁ ଚାହୁଁଛନ୍ତି। ବିଶେଷ କରି ଜଳ ପଥରେ ଭାରତ ଉପରେ ଆକ୍ରମଣ କରିବାକୁ ଆତଙ୍କବାଦୀଙ୍କୁ ସ୍ୱତନ୍ତ୍ର ଭାବେ ତାଲିମ ଦିଆଯାଉଛି। ଭାରତର ଅନ୍ତର୍ଜାତୀୟ ସୀମା ସହ ସମୁଦ୍ର ସଲଗ୍ନ ହୋଇଥିବାରୁ ଆତଙ୍କବାଦୀମାନେ ତା’ର ଫାଇଦା ଉଠାଇ ଜଳପଥରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି।”

୨୬/୧୧ ମୁମ୍ବାଇ ହମ୍‌ଲାରେ ସଂପୃକ୍ତ ଥିବା ଆତଙ୍କବାଦୀମାନେ ସମୁଦ୍ର ପଥ ଦେଇ ଭାରତରେ ପ୍ରବେଶ କରିଥିଲେ। ଏବେ ପୁଣିଥରେ ସମାନ ଧରଣର ଆକ୍ରମଣର ଆଶଙ୍କା ପ୍ରକାଶ ପାଇଛି।

ନୌସେନା ମୁଖ୍ୟ ଶ୍ରୀ ଲାମ୍ବା ପାକିସ୍ତାନ ନାଁ ନ ନେଇ କହିଛନ୍ତି, “୩ ସପ୍ତାହ ତଳେ ଜମ୍ମୁ-କଶ୍ମୀରରେ ଯେଉଁଭଳି ଭୟଙ୍କର ଆତଙ୍କୀ ହମ୍‌ଲା ହୋଇଥିଲା, ସେକଥା ସମସ୍ତେ ଜାଣିଛନ୍ତି। ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଥିବା ସେହି ଦେଶ ହିଁ ଆକ୍ରମଣକାରୀଙ୍କୁ ସମସ୍ତ ସହାୟତା ଯୋଗାଇ ଦେଇଥିଲା। ଆମେ ଦେଖୁଛୁ କେତେ ଶୀଘ୍ର ଏକ ଆତଙ୍କୀ ସଂଗଠନ ବିଶ୍ୱର ବିଭିନ୍ନ ପ୍ରାନ୍ତକୁ ବ୍ୟାପି ଯାଉଛି। ଯଦି ଆମେ ଏବେ ଏହା ଉପରେ ଲଗାମ ନ ଲଗାଇବା, ତା’ହେଲେ ଏହା ଭବିଷ୍ୟତରେ ବିଶ୍ୱ ପାଇଁ ଘାତକ ସାବ୍ୟସ୍ତ ହେବ।”



from Odisha Reporter https://ift.tt/2Hcv1Oy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages