ଚଳନ୍ତା ଟ୍ରେନ୍‌ରେ ନିଆଁ, ବର୍ତ୍ତିଗଲେ ଯାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

ଚଳନ୍ତା ଟ୍ରେନ୍‌ରେ ନିଆଁ, ବର୍ତ୍ତିଗଲେ ଯାତ୍ରୀ

ବେଙ୍ଗାଲୁରୁ: ବେଙ୍ଗାଲୁରୁରୁ ଜାମସେଦପୁର ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଭୋର ୨ଟା ବେଳେ ଟ୍ରେନଟି ଆନ୍ଧ୍ର ପ୍ରଦେଶର ଗୋଦାବରୀ ଜିଲ୍ଲାଦେଇ ଯାଉଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି।

ତେବେ ରେଳ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ଼ ବିପଦ ଟଳି ଯାଇଛି। କିନ୍ତୁ ଅଗ୍ନିକାଣ୍ଡରେ ଟ୍ରେନର ପ୍ୟାଣ୍ଟ୍ରି କାର ସଂପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି।

ଯଶବନ୍ତପୁର-ଟାଟାନଗର ସୁପରଫାଷ୍ଟ ଏକ୍ସପ୍ରେସଟି ରାଜମନ୍ଦ୍ରୀ ନିକଟରେ ଥିବା ବେଳେ ଏହାର ପ୍ୟାଣ୍ଟ୍ରି ବଗିରେ ପ୍ରଥମେ ନିଆଁ ଲାଗି ଯାଇଥିଲା। ରେଳ କର୍ମଚାରୀମାନେ ପ୍ରଥମେ ନିଆଁକୁ ଆୟତ୍ତ କରିଦେବେ ବୋଲି ଭାବିଥିଲେ। କିନ୍ତୁ ନିଆଁ ଅଣାୟତ୍ତ ହେବାରୁ କର୍ମଚାରୀମାନେ ପ୍ୟାଣ୍ଟ୍ରି ବଗିଟିକୁ ଟ୍ରେନ୍‌ରୁ ଅଲଗା କରିଦେଇଥିଲେ।

ଫଳରେ ଯାତ୍ରୀମାନଙ୍କର କୌଣସି କ୍ଷୟକ୍ଷତି ହୋଇନାହିଁ। ବଗିଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ବେଳେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।



from Odisha Reporter https://ift.tt/2tP8m2R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages