ଅଭିନନ୍ଦନଙ୍କ ଲାଗି ନିଶ ନିଶାରେ ଓଡ଼ିଆ ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 4, 2019

ଅଭିନନ୍ଦନଙ୍କ ଲାଗି ନିଶ ନିଶାରେ ଓଡ଼ିଆ ପୁଅ

କଣ୍ଟାବାଞ୍ଜି(ସୁରଦାସ ବାଗ୍‌): ୧୯୮୪ରେ ନିର୍ମିତ ବଲିଉଡ୍‌ ଫିଲ୍ମ ସରାବି ଆପଣ ଦେଖିଥିବେ ନିଶ୍ଚୟ। ବିଗ୍‌ ବି ଅମିତାଭଙ୍କ ଚର୍ଚ୍ଚିତ ଚଳଚ୍ଚିତ୍ରଗୁଡିକ ମଧ୍ୟରେ ଏହା ଗୋଟିଏ। ଏହି ଫିଲ୍ମରେ ଏମିତି ଗୋଟିଏ ଡାଏଲଗ୍‌ ଥିଲା ଯାହାକୁ ଆଜି ବି ଲୋକେ ମନେ ରଖିଛନ୍ତି।

“ମୁଚ୍ଛେ ହୋ ତୋ ନଥୁ ଲାଲ୍‌ ଜୈଶା…ବରନା ନା ହୋ”

ମନେପଡୁଛି ନା ? ସେହି ଚର୍ଚ୍ଚିତ ଡାଏଲଗ୍‌।

ଏହି କଥାଟି କହିବାର ଅସଲ କାରଣଟା କିନ୍ତୁ ଟିକେ ଅଲଗା। କାରଣ କ’ଣ ଜାଣିଛନ୍ତି ?

ବାସ୍ତବରେ ଏହି ଡାଏଲଗ୍‌ ଏବେ ଟିକେ ପରିବର୍ତ୍ତି ଢଙ୍ଗରେ ଏବେ କୁହାଯାଉଛି। ଲୋକେ କହିଲେଣି, “ମୁଚ୍ଛେ ହୋ ତୋ ଅଭିନନ୍ଦନ ଜୈଶା…ବରନା ନା ହୋ”। ବଲାଙ୍ଗୀର ଜିଲାରେ କିଛି ଯୁବପୀଢିଙ୍କ ଭିତରେ ଏବେ ଏମିତି ଲାଗିଛି ଏହି ଡାଏଲଗ୍‌ର କ୍ରେଜ୍‌।

୨୬ ଫେବୃୟାରୀ ମଙ୍ଗଳବାର, ଭାରତର ଏୟାରଷ୍ଟାଇକ୍‌ ଫଳରେ ଖସିପଡିଥିଲା ପାକ୍‌ର ଲଢୁଆ ବିମାନ। ଆଉ ଦୁଭାଗ୍ୟକୁ ପାକ୍‌ ମାଟିରେ ଖସିପଡିଥିଲେ ଭାରତୀୟ ପାଇଲଟ୍‌ ଅଭିନନ୍ଦନ ଭର୍ତ୍ତମାନ୍‌। ମୋଟା ନିଶ ରଖିଥିବା ଆମର ଏହି ବୀର ଭାରତୀୟ ପୁଅଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲା ପାକ୍‌। କିନ୍ତୁ ଆନ୍ତର୍ଜତୀୟ ଚାପ ଫଳରେ ଦେଶକୁ ଲେଉଟିଥିଲେ ଦେଶର ବାଘ। ଆଉ ତାଙ୍କ ନିଶ ଷ୍ଟାଇଲ୍‌କୁ ଅନୁଶରଣ କରିଥିଲେ ଭାରତୀୟ ଯୁବପୀଢି।

ପ୍ରଥମେ ବାଙ୍ଗାଲୋରର ଜଣେ ଯୁବକ ଅଭିନନ୍ଦନଙ୍କ ଷ୍ଟାଇଲ୍‌ରେ ନିଶ ରଖି ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ଓଡିଆ ପୁଅଙ୍କୁ ଘାରିଛି ଅଭିନନ୍ଦନ ନିଶ କ୍ରେଜ୍‌। ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସହରରେ ଯୁବକଙ୍କ  ପସନ୍ଦ ପାଲଟିଛି ‘ଅଭିନନ୍ଦନ ଷ୍ଟାଇଲ’ । କଣ୍ଟାବାଞ୍ଜି ସହରର ଆଶିଷ ଜାଙ୍ଗଡା ନିଜର ନିଶକୁ ଅଭିନନ୍ଦନ ଷ୍ଟାଇଲରେ କାଟିଛନ୍ତି ।

ଏମିତି କାହିଁକି ନିଶ ରଖିଛନ୍ତି ବୋଲି ପଚରାଯିବାରୁ, ସେ କହୁନ୍ତି…

ଫିଲ୍ମ ହିରୋଙ୍କ ଷ୍ଟାଇଲ ତ ସମସ୍ତେ  ଫୋଲୋ କରନ୍ତି। କିନ୍ତୁ ଏ ହେଉଛନ୍ତି ଆମ ଦେଶର ରିଅଲ ହିରୋ। ଆଉ ତାଙ୍କ ନିଶର କ୍ରେଜ୍‌ ଏବେ ସାରା ଭାରତରେ ଦେଖିବାକୁ ମିଳୁଛି। ତାଙ୍କ ନିଶ ଦେଖି ତାଙ୍କ ବିରତ୍ୱ ଆଛ ସାହସିକତାର ପରିଚୟ ମିଳେ। ଆଉ ଆମମାନଙ୍କୁ ଦେଶପ୍ରେମର ପ୍ରେରଣା। ଏହି ନିଶ ରଖିଥିବାରୁ ମୁଁ ଗର୍ବ ଅନୁଭବ କରୁଛି । ଆଉ ମୁଁ ଅଭିନନ୍ଦନଙ୍କ କାମରେ ଏତେ ଖୁସି ଯେ, ଭାବୁଛି ପୁଅର ନାଁ ମଧ୍ୟ ଅଭିନନ୍ଦନ ରଖିବି।



from Odisha Reporter https://ift.tt/2SGPxJ1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages