ବିଜେପିରେ ଯୋଗଦେଲେ ବୈଜୟନ୍ତ ପଣ୍ଡା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 4, 2019

ବିଜେପିରେ ଯୋଗଦେଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ଇସ୍ତଫା ଦେବାର ଦୀର୍ଘ ୯ମାସ ପରେ ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଦିଲ୍ଲୀରେ ବିଜେପି ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରବିଶଙ୍କର ପ୍ରସାଦ,ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ସେ ଭାରତୀୟ ଜନତା ପାର୍ଟି(ବିଜେପି)ର ସଦସ୍ୟତା ଗ୍ରହଣ କରିଛନ୍ତି। ଏହାସହିତ ଗତ କିଛିମାସ ଧରି ଶ୍ରୀ ପଣ୍ଡାଙ୍କ ରାଜନୀତିକ ଆଭିମୁଖ୍ୟକୁ ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

ସୂଚନା ଅନୁସାରେ ଶ୍ରୀ ପଣ୍ଡା ଆଜି ପ୍ରଥମେ ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରେ ଅଧ୍ୟକ୍ଷ ଶ୍ରୀ ଶାହଙ୍କ ସହ ବୈଠକ କରିଥିଲେ। ଶ୍ରୀ ପଣ୍ଡାଙ୍କ ସମର୍ଥକମାନେ(ପ୍ରବାସୀ ଓଡ଼ିଆ) ମଧ୍ୟ ବିଜେପି କାର୍ଯ୍ୟାଳୟରେ ଉପସ୍ଥିତ ରହିଥିଲେ। ଏହି ମିଶ୍ରଣ ପର୍ବବେଳେ ବିଜେପିର ବହୁ ବରିଷ୍ଠ ନେତା ଓ କେନ୍ଦ୍ରମନ୍ତ୍ରୀମାନେ ଉପସ୍ଥିତ ଥିଲେ।

ପୂର୍ବରୁ ଶ୍ରୀ ପଣ୍ଡା ବିଜେପି କିମ୍ବା କଂଗ୍ରେସରେ ସାମିଲ ହୋଇପାରନ୍ତି ବୋଲି କିଛିମାସ ଧରି ରାଜ୍ୟ ରାଜନୀତିରେ ଚର୍ଚ୍ଚା ଲାଗି ରହିଥିଲା। କିନ୍ତୁ ଶ୍ରୀ ପଣ୍ଡା ଉଚିତ୍ ସମୟରେ ସଠିକ୍ ନିଷ୍ପତ୍ତି ନେବେ ଓ ଓଡ଼ିଶାର ସ୍ୱାର୍ଥ ପାଇଁ ଯିଏ କାମ କରିବାକୁ ପ୍ରତିଶ୍ରୁତିବଦ୍ଧ ହେବ ତାଙ୍କୁ ସିଏ ସମର୍ଥନ କରିବେ ବୋଲି କହି ନିଜର ରାଜନୀତିକ କାର୍ଡକୁ ଖୋଲୁନଥିଲେ । ‘ହେଇଯାଉ’ କାର୍ଯ୍ୟକ୍ରମ ମାଧ୍ୟମରେ ସାଧାରଣ ଲୋକଙ୍କ ସହ ଚା’ ପିଇ ସେମାନଙ୍କଠୁ ବିଭିନ୍ନ ମତାମତ ଗ୍ରହଣ କରି ରାଜନୀତିକ ପଦକ୍ଷେପ ନେବେ ବୋଲି ଶ୍ରୀ ପଣ୍ଡା କହିଥିଲେ । ଏପରିକି ଶ୍ରୀ ପଣ୍ଡା ନୂଆ ଦଳ ଗଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ମାତ୍ର ଆଜି ପବିତ୍ର ଜାଗର ଅମାବାସ୍ୟାରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହ ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ ତାଙ୍କୁ ଦଳରେ ସ୍ୱାଗତ କରିଛନ୍ତି। ସମ୍ଭବତଃ ସେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇପାରନ୍ତି।

ସୂଚନାଯୋଗ୍ୟ, ବିଜେଡି ପରିଚାଳନାରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କ ମାତ୍ରାଧିକ ହସ୍ତକ୍ଷେପକୁ ବିରୋଧ କରି ସେ ସ୍ୱର ଉତ୍ତୋଳନ କରିଥିଲେ। ୨୦୧୭ ପଞ୍ଚାୟତ ନିର୍ବାଚନ ପରଠୁ ବିଜେଡି ନେତୃତ୍ୱଙ୍କ ସହ ତାଙ୍କର ସମ୍ପର୍କ ଧୀରେଧୀରେ ଖରାପ ହୋଇଥିଲା। ଯେଉଁଥିପାଇଁ ତାଙ୍କୁ ୨୦୧୮ ଜାନୁଆରୀ ୨୪ତାରିଖରେ ଦଳବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବନ କରାଯାଇଥିଲା । ତେବେ ତଥା ଶ୍ରୀ ପଣ୍ଡାଙ୍କ ପିତା ତଥା ରାଜ୍ୟର ପ୍ରତିଷ୍ଠିତ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ଅନ୍ତିମ ସଂସ୍କାରରେ ମୁଖ୍ୟମନ୍ତ୍ରୀ,ମନ୍ତ୍ରିମଣ୍ଡଳର ଅନ୍ୟସଦସ୍ୟ କିମ୍ବା ବିଜେଡିର କୌଣସି ଜଣେ ବି ସଦସ୍ୟ ସାମିଲ ନହେବା ତାଙ୍କୁ ମର୍ମାହତ କରିଥିଲା। ଏପରିକି କିଛି ବିଜେଡି ନେତାଙ୍କୁ ମଧ୍ୟ ଏହି ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ବାରଣ କରାଯାଇଥିଲା। ଯେଉଁଥିପାଇଁ ଶ୍ରୀ ପଣ୍ଡା ୨୦୧୮ ମେ’ ୨୮ତାରିଖରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ୩ପୃଷ୍ଠାର ଚିଠି ଲେଖି ବିଜେଡିରୁ ଇସ୍ତଫା ଦେଇଥିଲେ। ଏହାସହିତ ୨୦୧୮ ଜୁନ୍ ୧୨ରେ ସେ ଲୋକସଭା ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ।

ବିଜେଡିର ପ୍ରତିଷ୍ଠାତା ସଦସ୍ୟ ଶ୍ରୀ ପଣ୍ଡା ୨୦୦୦ ମସିହାରୁ ସାଂସଦ ରହିଆସିଛନ୍ତି । ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଏନଡିଏ ସରକାରରେ ଥିବାବେଳେ ଶ୍ରୀ ପଣ୍ଡା ବିଜେଡି ଓ ବିଜେପି ମଧ୍ୟରେ ମୁଖ୍ୟ ସଂଯୋଜକ ଭାବେ କାର୍ଯ୍ୟ କରୁଥିଲେ। ସେ ୨୦୦୯ ଓ ୨୦୧୪ ମସିହାରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ।



from Odisha Reporter https://ift.tt/2ITtlvM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages