ପ୍ରଥମ ଟି-୨୦ରେ ହାରିଲେ ଭାରତୀୟ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 4, 2019

ପ୍ରଥମ ଟି-୨୦ରେ ହାରିଲେ ଭାରତୀୟ ମହିଳା

ଗୁଆହାଟୀ: ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ଟାମି ବ୍ୟୁମଣ୍ଟଙ୍କ ଲଢ଼ୁଆ ୬୨ ରନ୍ ଏବଂ ବୋଲରଙ୍କ ଶାଣିତ ପ୍ରଦର୍ଶନ ବଳରେ ଇଂଲଣ୍ଡ ମହିଳା ଟିମ୍ ସୋମବାର ବର୍ଷାପଡ଼ା ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଆୟୋଜକ ଭାରତକୁ ୪୧ ରନରେ ପରାସ୍ତ କରିଛି। ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୪ ୱିକେଟରେ ୧୬୦ ରନ୍ କରିଥିଲା। ଜବାବରେ ଭାରତ ୬ ୱିକେଟ୍ ହରାଇ ୧୧୯ ରନ୍ କରିବାକୁ ସକ୍ଷମ ହୋଇଥିଲା।

ମଜଭୁତ ସ୍କୋରର ପିଛା କରିବାକୁ ଓହ୍ଲାଇଥିବା ଭାରତୀୟ ଟିମର ଆରମ୍ଭ ନୈରାଶ୍ୟଜନକ ରହିଥିଲା। ଭାରତର ମଜଭୁତ୍ ଶୀର୍ଷକ୍ରମ ତାସ୍ ଘର ଭଳି ଭୁଶୁଡି ଯାଇଥିଲା। ଭାରତ ୪୧ ରନରେ ହିଁ ତା’ର ମୂଲ୍ୟବାନ୍ ୪ ୱିକେଟ୍ ହରାଇଥିଲା। ଏଥିରେ ଡେବ୍ୟୁ କରୁଥିବା ହର୍ଲିନ୍ ଦେଓଲ (୮), ଅଧିନାୟକ ସ୍ମୃତି ମନ୍ଧାନା (୨), ଜେମିମା ରୋଡ୍ରିଗ୍ସ (୨) ଓ ମିତାଲି ରାଜ (୭)ଙ୍କ ୱିକେଟ୍ ସାମିଲ୍ ଥିଲା। ଏହାପରଠାରୁ ଭାରତ ଆଉ ମ୍ୟାଚକୁ ଫେରିପାଇ ନଥିଲା। ଶିଖା ପାଣ୍ଡେ (୨୩), ଦୀପ୍ତି ଶର୍ମା (୨୨), ଅରୁନ୍ଧତୀ ରେଡ୍ଡି (୧୮) ଓ ବେଦା କ୍ରିଷ୍ଣମୂର୍ତ୍ତି (୧୫) ସଂଘର୍ଷ କରିଥିଲେ ହେଁ, ଟିମକୁ ଜିତାଇପାରି ନଥିଲେ।

ଏହା ପୂର୍ବରୁ ଭାରତ ଟସ୍ ଜିତି ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ବ୍ୟୁମଣ୍ଟ ଓ ଡାନିଏଲ୍ ୱାଟ୍ଟ (୩୫) ଟିମକୁ ଭଲ ଆରମ୍ଭ ଦେଇଥିଲେ ଏବଂ ପ୍ରଥମ ୱିକେଟ୍ ପାଇଁ ୧୧.୩ ଓଭରରେ ୮୯ ରନ୍ ଯୋଡ଼ିଥିଲେ। ଶିଖା ପାଣ୍ଡେ ୱାଟ୍ଟଙ୍କୁ ଆଉଟ୍ କରିଥିଲେ। ତାଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ନାଟାଲି ସ୍କାଇଭର୍ ମାତ୍ର ୪ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

ଏହା ପରେ ଅଧିନାୟକ ହିଥର ନାଇଟ୍ ଓ ବ୍ୟୁମଣ୍ଟ ତୃତୀୟ ୱିକେଟ୍ ପାଇଁ ୫୯ ରନର ପାର୍ଟନରଶିପ୍ କରି ଟିମକୁ ବଡ଼ ସ୍କୋରରେ ପହଞ୍ଚାଇଥିଲେ। ନାଇଟ୍ ୨୦ ବଲରେ ୭ ଚୌକା ସହ ୪୦ ରନ୍ କରି ୧୯ତମ ଓଭରରେ ଆଉଟ୍ ହୋଇଥିଲେ। ଶେଷ ଓଭରରେ ବ୍ୟୁମଣ୍ଟଙ୍କୁ ରାଧା ଯାଦବ ଆଉଟ୍ କରିଥିଲେ। ଭାରତ ପକ୍ଷରୁ ରାଧା ୨ଟି, ଶିଖା ଓ ଦୀପ୍ତି ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ ।



from Odisha Reporter https://ift.tt/2XyWCPz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages