ବାଚସ୍ପତିଙ୍କ କ୍ଷମତାର ଦୁରୁପଯୋଗ କରୁଛି ବିଜେଡି : ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 24, 2019

ବାଚସ୍ପତିଙ୍କ କ୍ଷମତାର ଦୁରୁପଯୋଗ କରୁଛି ବିଜେଡି : ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଚସ୍ପତି ପଦବୀ ଏକ ସମ୍ବିଧାନିକ ପଦବୀ। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଇସାରାରେ କାମ କରି ବାଚସ୍ପତି ପ୍ରଦୀପ ଅମାତ ଏହି ପଦବୀର ଦୁରୁପଯୋଗ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ବିଜେଡିରୁ ଇସ୍ତଫା ଦେଇଥିବା ୫ଜଣ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିବା ପାଇଁ ବାଚସ୍ପତିଙ୍କ ରାତିଅଧିଆ ନିଷ୍ପତ୍ତି ଉପରେ ବିଜେପି ପ୍ରଶ୍ନ ଉଠାଇଛି।

ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ଯେ, ବିଜେଡିରୁ ଇସ୍ତଫା ଦେଇଥିବା ୫ ବିଧାୟକଙ୍କ ସଭ୍ୟ ପଦକୁ ବାଚସ୍ପତି ରଦ୍ଦ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକା ସରକାରୀ ଦଳର ମୁଖ୍ୟ ସଚେତକ ଅମର ଶତପଥୀଙ୍କ ପିଟିସନ ଆଧାରରେ ରାତିଅଧିଆ ଭାବେ ବାଚସ୍ପତି ଯେଭଳି ନିଷ୍ପତ୍ତି ନେଲେ ତାହା ବିଜେଡିର ଭୟର ପରିପ୍ରକାଶ କରୁଛି।

“ନିର୍ବାଚନରେ ପରାଜୟ ଭୟରେ ବିଜେଡି ଦଳ ଭୋକ ବିକଳରେ ତାଟିଆ କାମୁଡୁଛି। ଓଡିଶାର ରାଜନୀତିକ ଇତିହାସ ବୋଧେ ବିଜେଡିକୁ ଜଣାନାହିଁ। ୨୦୧୨ ମସିହା ମେ ୨୯ ତାରିଖରେ ପ୍ୟାରୀବାବୁଙ୍କ ବିଦ୍ରୋହକୁ ନବୀନବାବୁ, ତାଙ୍କ ଦଳ ଏବଂ ବାଚସ୍ପତି ବୋଧେ ଭୁଲିଗଲେଣି। ସ୍ୱର୍ଗତଃ ପ୍ୟାରୀ ମହାପାତ୍ର ଯେବେ ନବୀନ ପଟ୍ଟନାୟକଙ୍କୁ ଦଳରୁ ବିତାଡିତ କରିବା ପାଇଁ ଯୋଜନା କରିଥିଲେ ତାହାର ଠିକ୍ ଦୁଇଦିନ ପରେ ନବୀନବାବୁ ନିଜର ମୁଖ୍ୟମନ୍ତ୍ରୀ ପଦ ଚାଲିଯିବା ଭୟରେ ତତ୍କାଳୀନ ଏନସିପି ଦଳର ୪ଜଣ ବିଧାୟକଙ୍କୁ ତରବରିଆ ଭାବରେ ଦଳରେ ସାମିଲ କରିଥଲେ। ସେହି ସମୟରେ ସମ୍ବିଧାନର ୧୦ମ ଅନୁଚ୍ଛେଦ ଅନୁସାରେ ସମ୍ପୃକ୍ତ ୪ଜଣ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ କରି ତତକାଳୀନ ବାଚସ୍ପତି ପ୍ରଦୀପ ଅମାତ୍ କାହିଁକି ଚୁପ୍ ଥିଲେ ଓ ସେମାନଙ୍କୁ କାହିଁକି ଅଯୋଗ୍ୟ ଘୋଷଣା କଲେନି ବୋଲି ସେ ପ୍ରଶ୍ନ କରିଛନ୍ତି।ସେତେବେଳେ ଏନସିପିର ରାଜ୍ୟ ସଭାପତି ଉତ୍କଳ କେଶରୀ ପରିଡ଼ା ସମାନ ଅଭିଯୋଗ ଆଣିଥିଲେ ଯାହା ଆଜି ସରକାରୀ ଦଳର ମୁଖ୍ୟ ସଚେତକ ଆଣିଛନ୍ତି।

କଂଗ୍ରେସର ଦୁଇ ବିଧାୟକ ନବ ଦାସ ଏବଂ ଯୋଗେଶ ସିଂ ବିଜେଡିରେ ସାମିଲ ହେବା କ’ଣ ଦଳବଦଳ ନୁହେଁ କି ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି। ସେତେବେଳେ ବାଚସ୍ପତି କ’ଣ କରୁଥିଲେ ଓ କାହିଁକି ଏହି ଦୁଇ ବିଧାୟକଙ୍କ ପଦ ରଦ୍ଦ ହେଲା ନାହିଁ , ଏହାର ଉତ୍ତର ଓଡ଼ିଶାବାସୀ ଆଗାମୀ ଦିନରେ ବିଜେଡିକୁ ଏବଂ ନବୀନବାବୁଙ୍କୁ ଦେବେ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।



from Odisha Reporter https://ift.tt/2YkZ3G3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages