୪ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ଦୁଇଟି ଆସନରେ ବଦଳିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 25, 2019

୪ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ଦୁଇଟି ଆସନରେ ବଦଳିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଆଜି କଂଗ୍ରେସ ପକ୍ଷରୁ ୪ଟି ବିଧାନସଭା ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଜି.ଉଦୟଗିରିରୁ ଶ୍ୟାମଘନ ପ୍ରଧାନ, ରାଉରକେଲାରୁ ବୀରେନ ସେନାପତି, ପାଟଣାଗଡ଼ରୁ ରମେଶ ପୁରୋହିତ ଓ ହିଂଜିଳିରୁ ଶମ୍ଭୁନାଥ ପାଣିଗ୍ରାହୀଙ୍କ ନାମ ଘୋଷଣା କରାଯାଇଛି। ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥିପତ୍ରର ଦାଖଲର ଶେଷ ଦିନ ରହିଛି।

ତେବେ ଆଜି ସନ୍ଧ୍ୟାରେ ତରବରିଆ ଭାବେ କଂଗ୍ରେସ ଏହି ୪ ଜଣଙ୍କ ନାମ ଘୋଷଣା କରିଛି। ରାଉରକେଲାରେ ମୁକ୍ତିକାନ୍ତ ବିଶ୍ୱାଳଙ୍କ ପ୍ରାର୍ଥିତ୍ୱକୁ ବଦଳାଯାଇ ବୀରେନ ସେନାପତି ନାମ ଘୋଷଣା କରାଯାଇଛି। ସେହିପରି ହିଞ୍ଜିଳିରେ ମଧ୍ୟ ପ୍ରାର୍ଥୀ ବଦଳାଯାଇଛି। ଏଠାରେ ପ୍ରଥମେ ରାମକୃଷ୍ଣ ପଣ୍ଡାକୁ ଟିକେଟ ଦିଆଯାଇଥିଲା। ଏବେ ସେଠାରେ ଶମ୍ଭୁନାଥ ପାଣିଗ୍ରାହୀଙ୍କ ନାମ ଘୋଷଣା କରାଯାଇଛି। ସେହିପରି ଜି.ଉଦୟଗିରି ବିଧାୟକ ଜାକବ ପ୍ରଧାନଙ୍କୁ ଟିକେଟ ମିଳିନାହିଁ।



from Odisha Reporter https://ift.tt/2FyPxaY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages