କେନ୍ଦ୍ରାପଡ଼ା ପାଇଁ ଚିନ୍ତାରେ ବିଜେଡି, ପାଉନି ପ୍ରାର୍ଥୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 25, 2019

କେନ୍ଦ୍ରାପଡ଼ା ପାଇଁ ଚିନ୍ତାରେ ବିଜେଡି, ପାଉନି ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଲୋକସଭା ଆସନ ଏବେ ବିଜେଡି ପାଇଁ ଚିନ୍ତାର କାରଣ ପାଲଟିଛି। କେନ୍ଦ୍ରାପଡ଼ାକୁ ନିଜର ଗଡ଼ ଭାବୁଥିବା ବିଜେଡି ଏପର୍ଯ୍ୟନ୍ତ ସେଠାରେ କାହାକୁ ଲୋକସଭା ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇବ ତାକୁ ନେଇ ଦ୍ୱନ୍ଦ୍ୱରେ ରହିଛି। ବିଶେଷକରି ହେଭିୱେଟ୍ ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କୁ କିଭଳି ମୁକାବିଲା କରାଯିବ ତାହା ଏବେ ବିଜେଡିକୁ ଚିନ୍ତାରେ ପକାଇଛି।

ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହା ସ୍ଥିର କରିପାରୁନି। ବିଜେପି ଇତିମଧ୍ୟରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ କେନ୍ଦ୍ରାପଡ଼ା ଲୋକସଭା ଆସନରେ ପ୍ରାର୍ଥୀ ଭାବେ ଘୋଷଣା କରିସାରିଥିବାରୁ ତାଙ୍କୁ କଡ଼ା ଟକ୍କର ଦେବା ଭଳି ନେତା ବିଜେଡି ଖୋଜି ପାଉନି। ଯେଉଁମାନଙ୍କୁ ବୈଜୟନ୍ତଙ୍କ ମୁକାବିଲା ପାଇଁ ଦଳ ଓହ୍ଲାଇବାକୁ ଚିନ୍ତା କରୁଥିଲା ସେମାନେ ଜଣେ ପରେ ଜଣେ ଏବେ ଅନିଚ୍ଛା ପ୍ରକାଶ କରିବାରେ ଲାଗିଛନ୍ତି। ଏପରିକି ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କୁ ଦଳ ସେଠାରେ ପ୍ରାର୍ଥୀ କରିବାର ସମ୍ଭାବନା ଥିଲା। କିନ୍ତୁ ଏପର୍ଯ୍ୟନ୍ତ ଶ୍ରୀ ରାୟଙ୍କର ବିଜେଡିକୁ ଘରବାହୁଡ଼ା ପର୍ବ ଚୂଡ଼ାନ୍ତ ହୋଇପାରୁନି। ତା’ଛଡ଼ା କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରାର୍ଥୀ ହେବାକୁ ମଧ୍ୟ ଶ୍ରୀ ରାୟ ରୋକଠୋକ୍ ମନା କରିଦେଇଛନ୍ତି।

ପୂର୍ବରୁ ଅଭିନେତା ଅନୁଭବ ମହାନ୍ତି ଓ ପ୍ରଶାସିକା ସୁଜାତା ରାଉତ କାର୍ତ୍ତିକେୟନଙ୍କ ମଧ୍ୟରୁ ଜଣଙ୍କୁ ବିଜେଡି କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିବ ବୋଲି ରଣନୀତି ପ୍ରସ୍ତୁତ କରିଥିଲା। ସେ ଦିଗରେ କାର୍ଯ୍ୟ ମଧ୍ୟ ଆରମ୍ଭ କରିଥିଲା। କିନ୍ତୁ ବୈଜୟନ୍ତ ବିଜେପିରେ ସାମିଲ ହୋଇ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦବୀରେ ଅବସ୍ଥାପିତ ହେବା ସହ ସାଲେପୁର ବିଧାୟକ ପ୍ରକାଶ ବେହେରା ବିଜେପିକୁ ଡିଆଁ ମାରିବା ବିଜେଡିର ସମସ୍ତ ଅଙ୍କକୁ ଏପଟସେପଟ କରିଦେଇଛି। ଇତିମଧ୍ୟରେ କେନ୍ଦ୍ରାପଡ଼ା ଲୋକସଭା ଆସନ ଅନ୍ତର୍ଗତ ସାଲେପୁର ନିର୍ବାଚନମଣ୍ଡଳୀରେ ଉଭୟ ପ୍ରକାଶ ଓ ବୈଜୟନ୍ତ ବିରାଟ ରୋଡ୍ ଶୋ’ କରି ନିଜର ଶକ୍ତି ପ୍ରଦର୍ଶନ କରିସାରିଛନ୍ତି।

ଏକ ବିଜେଡି ସୂତ୍ର ଅନୁସାରେ, ବୈଜୟନ୍ତଙ୍କୁ କଡ଼ା ଟକ୍କର ଦେବା ପାଇଁ ଦଳ ଏବେ ରାଜ୍ୟସଭା ସାଂସଦ ପ୍ରତାପ ଦେବଙ୍କୁ ଲୋକସଭା ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇବାକୁ ଯୋଜନା କରୁଛି । ଯଦିଓ ଶ୍ରୀ ଦେବ ଆଳି ବିଧାନସଭା ଆସନରୁ ଲଢ଼ିବା ପାଇଁ ସାଂଗଠନିକ କାର୍ଯ୍ୟକ୍ରମ ଜୋରଦାର କରିଛନ୍ତି ତଥାପି ବରଗଡ଼ ଲୋକସଭା ଆସନରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରାଯିବା ଶୈଳୀରେ ଶ୍ରୀ ଦେବଙ୍କୁ ଏବେ ବୈଜୟନ୍ତଙ୍କ ବିପକ୍ଷରେ ଲଢ଼ିବା ପାଇଁ ଚାପ ପକାଯାଉଥିବା ଜଣାପଡ଼ିଛି।

ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କୁ ନେଇ ଲୋକଙ୍କ ମଧ୍ୟରେ ଥିବା ତଥାକଥିତ ‘କ୍ରେଜ’ର ସୁଫଳ ବିଜେଡିକୁ ମିଳିବାର ସମ୍ଭାବନା କ୍ଷୀଣ ଥିବାରୁ ଦଳ ସେହି ଆସନରେ ସମ୍ମାନଜନକ ଲଢ଼େଇ ଉପରେ ଗୁରୁତ୍ୱ ଦେଉଛି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ବିଜେଡିର ‘ସର୍ବେସର୍ବା’ ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କୁ ମଧ୍ୟ ଦଳ ସେଠାରେ ଲୋକସଭା ପ୍ରାର୍ଥୀ କରିବାକୁ ଯୋଜନା କରିଛି। ମାତ୍ର ନିକଟରେ ହୋଇଥିବା ଦୁଇଟି ସର୍ଭେ ରିପୋର୍ଟ ଉତ୍ସାହଜନକ ନହେବାରୁ ଏବେ ସୁଜାତାଙ୍କ ପ୍ରାର୍ଥୀତ୍ୱ ସମ୍ଭାବନାକୁ ଶୀତଳ ଭଣ୍ଡାରକୁ ପକାଇ ଦିଆଯାଇଛି। ସେଥିପାଇଁ ଦିଲ୍ଲୀପ ରାୟଙ୍କୁ ବିଜେଡିରେ ସାମିଲ କରିବା ନିମନ୍ତେ ପ୍ରୟାସ ଜୋରଦାର କରାଯାଉଛି। କିନ୍ତୁ ନବୀନ ନିବାସରେ ମିଳିଥିବା ତିକ୍ତ ଅନୁଭୂତିକୁ ଦୃଷ୍ଟିରେ ରଖି ଦିଲ୍ଲୀପ ଏବେ ଚୁପ୍ ବସିବାକୁ ବାଧ୍ୟ ହୋଇଛନ୍ତି।

ଏପଟେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ପୁଣିଥରେ ବିଜେପିକୁ ଫେରାଇ ଆଣି କେନ୍ଦ୍ରାପଡ଼ା ଜିଲ୍ଲାରେ ତାଙ୍କୁ ସକ୍ରିୟ କରିବାର ରଣନୀତିକୁ ବୈଜୟନ୍ତ ଏବେ କାର୍ଯ୍ୟକାରୀ କରିବାରେ ଲାଗିପଡ଼ିଛନ୍ତି। କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେଡି ଟିକେଟରେ ଦୁଇ ଦୁଇଥର ସାଂସଦ ହୋଇଥିବା ବୈଜୟନ୍ତ ବିଜେପିର ପ୍ରାର୍ଥୀ ହୋଇଥିବାରୁ ଦଳୀୟ ଭୋଟକୁ ସୁରକ୍ଷିତ ରଖି କିଭଳି ଜିଲ୍ଲାରେ ବିଧାନସଭା ଆସନଗୁଡ଼ିକୁ ଦଖଲରେ ରଖିବ ସେହି ଚିନ୍ତାରେ ବିଜେଡି ରହିଛି।



from Odisha Reporter https://ift.tt/2ut2Hjk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages