
ନୂଆଦିଲ୍ଲୀ: ୨୦୦୮ ମୁମ୍ବାଇ ଆକ୍ରମଣ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱକୁ ସ୍ତବ୍ଧ କରି ଦେଇଥିଲା। କିନ୍ତୁ ଏହା ପରେ ସେତେବେଳର ୟୁପିଏ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନନେବା ନେଇ ବର୍ଷିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଲା ସୀତାରମଣ। ଏହା ସହିତ ଦାବି କରିଛନ୍ତି ଭାରତୀୟ ସେନାବାହିନୀ ସେତେବେଳେ ପ୍ରତ୍ୟୁତ୍ତର ଦେବାପାଇଁ ପ୍ରସ୍ତୁତ ଥିଲା।
ସେ କହିଛନ୍ତି, ମୁମ୍ବାଇ ଆକ୍ରମଣ ପରେ ଯଦି କିଛି ପଦକ୍ଷେପ ନିଆଯାଇଥାନ୍ତା ମୋ ପକ୍ଷରେ ବିଶ୍ୱାସ କରିପା ପାଇଁ ଅନେକ କାରଣ ରହିଛି ଯେ ସେନା ସେତେବଳେ ସରକାରଙ୍କୁ କହିଥାନ୍ତେ ହଁ ଆମେ ପ୍ରସ୍ତୁତ ଅଛୁ। ଆପଣ ଯଦି କିଛ କରିବାକୁ ଚାହୁଁଛନ୍ତି ଆମେ ପ୍ରସ୍ତୁତ ଅଛୁ ବୋଲି କହିଥାନ୍ତେ।
କଂଗ୍ରେସର ଓଭରସିଜ୍ ସଭାପତି ସାମ୍ ପିଟ୍ରୋଡ଼ରଙ୍କ ମନ୍ତବ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସମସ୍ତେ ବର୍ଷିବାର କିଛି ଦିନ ପରେ ନିର୍ମଲା ଏହି ମନ୍ତବ୍ୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଉତ୍ତର ରଖି କହିଥିଲେ, ରାଜକୀୟ ପରିବାର କଂଗ୍ରେସର ବିଶ୍ୱସ୍ତ ପାରିଷଦ ତାହା ମାନୁଛନ୍ତି ଯାହା ଦେଶ ଆଗରୁ ଜାଣିଛି। ଏହା ନୂଆ ଭାରତ, ଯେଉଁଠି ଆତଙ୍କବାଦୀଙ୍କୁ ସେମାନା ବୁଝୁଥିବା ଏବଂ ଆଗ୍ରହୀ ଥିବା ଭାଷାରେ ବୁଝାଇଦିଆଯାଏ।
ପୁଲ୍ୱାମା ଆକ୍ରମଣ ବାବଦରେ ପିଟ୍ରୋଡ଼ା ଦେଇଥିବା ବିବାଦୀୟ ମନ୍ତବ୍ୟରେ କହିଥିଲେ, “ମୁଁ ଏହି ଆକ୍ରମଣ ବାବଦରେ ବେଶି କିଛି ଜାଣିନି। ଏହା ସବୁ ସମୟରେ ହୁଏ। ମୁମ୍ବାଇରେ ମଧ୍ୟ ଆକ୍ରମଣ ହୋଇଥିଲା। ଆମେ ଚାହିଁଥିଲେ ଯୁଦ୍ଧ ବିମାନ ପଠାଇ ପାରିଥାନ୍ତୁ, କିନ୍ତୁ ତାହା ପ୍ରତିକ୍ରିୟାର ଠିକ୍ ତରିକା ନୁହେଁ। ମଉ ଅନୁସାରେ ବିଶ୍ୱସ୍ତରରେ ନିଜକୁ ଉପସ୍ଥାପିତ କରିବାର ଠିକ୍ ଉପାୟ ନୁହେଁ। କିଛି ଆତଙ୍କବାଦୀଙ୍କ ପାଇଁ ଆମେ ସମ୍ପୂର୍ଣ୍ଣ ପାକିସ୍ତାନକୁ ଦୋଷ ଦେଇପାରିବାନାହିଁ।”
ତାଙ୍କ ପୂର୍ବରୁ ତାଙ୍କ ଦଳର ନବଜ୍ୟୋତ ସିଂହ ସିଦ୍ଧୁ ମଧ୍ୟ ଏଭଳି ମନ୍ତବ୍ୟ ଦେଇ ହଟହଟା ହୋଇସାରିଛନ୍ତି।
from Odisha Reporter https://ift.tt/2UUh2Rw
No comments:
Post a Comment