
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କିଛି ମାସ ହେବ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ରଙ୍କୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ଆଜି ତା’ର ଅବସାନ ଘଟିଛି। ଶେଷରେ ପଲିଟିକ୍ସରେ ପାଦ ଥାପିଛନ୍ତି ପ୍ରକାଶ ମିଶ୍ର। ଆଜି ରାଜ୍ୟ ବିଜେପି କାର୍ଯ୍ୟାୟଳରେ ପ୍ରକାଶ ମିଶ୍ର ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କ ସହ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ,ଜଳେଶ୍ୱରର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ ମଧ୍ୟ ବିଜେପିରେ ମିଶିଛନ୍ତି। ଆଜି ଏନେଇ ବିଜେପି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ଓ ଦାମୋଦର ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଅନୁଯାୟୀ, ନିଜର ନିର୍ମଳ ଭାବମୂର୍ତ୍ତି ଓ ସ୍ପଷ୍ଟବାଦୀ ଆଭିମୁଖ୍ୟ ପାଇଁ ପରିଚିତ ଶ୍ରୀ ମିଶ୍ର ରାଜ୍ୟର ପୁଲିସ ଡିଜି ଥିବାବେଳେ ତାଙ୍କୁ ବିଜେଡି ସରକାର ନାନା ଉପାୟରେ ହଇରାଣ କରିଥିଲା।
ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ତାଙ୍କ ନାଁ ସର୍ବାଗ୍ରେ ଥିବା ବେଳେ ତାଙ୍କ ନାଁରେ ବିଜେଡି ସରକାର ଜାଣିଶୁଣି ମିଥ୍ୟା ଦୁର୍ନୀତି ଅଭିଯୋଗ ଆଣି ଥିଲା, ଯାହାକି ପରେ ହାଇକୋର୍ଟରେ ଖାରଜ ହୋଇଥିଲା। କୋର୍ଟ ଏଥିପାଇଁ ସରକାର ଓ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ନାମରେ କଡ଼ା ଟିପ୍ପଣୀ ଦେଇଥିଲେ।
from Odisha Reporter https://ift.tt/2Cwestx
No comments:
Post a Comment