ଯୁବିଙ୍କୁ ପରାମର୍ଶ ଦେଲେ ଦାଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 24, 2019

ଯୁବିଙ୍କୁ ପରାମର୍ଶ ଦେଲେ ଦାଦା

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଓ ଯୁବରାଜ ସିଂହ ସମ୍ପର୍କକୁ ସମସ୍ତେ ଭଲଭାବେ ଜାଣନ୍ତି। ଯୁବରାଜ ସିଂହ ଆଜି ଯେଉଁ ସଫଳତାର ଶିଖର ଛୁଇଁଛନ୍ତି, ତାହା କେବଳ ଗାଙ୍ଗୁଲିଙ୍କ ପାଇଁ। ଚଳିତ ଆଇପିଏଲରେ ପୁଣିଥରେ ଗାଙ୍ଗୁଲି ଓ ଯୁବିଙ୍କ ସାକ୍ଷାତ ହୋଇଛି।

ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ ପୂର୍ବରୁ ଗାଙ୍ଗୁଲି ଯୁବିଙ୍କୁ କିଛି ପରାମର୍ଶ ଦେଇଛନ୍ତି। ଯୁବିଙ୍କୁ ନିଜ ଷ୍ଟାଇଲରେ ଖେଳିବା ପାଇଁ ଗାଙ୍ଗୁଲି ପରାମର୍ଶ ଦେଇଛନ୍ତି। ଏ ନେଇ ମୁମ୍ବାଇ ଇଣ୍ଡିଆନ୍ସ ତା’ର ଅଫିସିଆଲ ଟ୍ବିଟର ପେଜରେ ଏକ ଫଟୋ ପୋଷ୍ଟ କରିଛି, ଯେଉଁଥିରେ ଉଲ୍ଲେଖ କରାଯାଇଛି ଯେ, ‘ଡ୍ରେସିଂ ରୁମ ବଦଳିଯିବ, ଟିମର ଜର୍ସି ବଦଳିଯିବ, କିନ୍ତୁ କ୍ୟାପଟେନ ଦାଦା (ଗାଙ୍ଗୁଲି) ନିଜ ପସନ୍ଦର ମ୍ୟାଚ ଓ୍ବିନରକୁ ସବୁବେଳେ ପରାମର୍ଶ ଦେଉଥିବେ।‘ ମୁମ୍ବାଇ ଯେଉଁ ଫଟୋ ସେୟାର କରିଛି, ସେଥିରେ ଗାଙ୍ଗୁଲି ଓ ଯୁବରାଜ ପରସ୍ପରକୁ ଆଲିଙ୍ଗନ କରୁଛନ୍ତି।

ସୂଚନାଯୋଗ୍ୟ, ଚଳିତ ଆଇପିଏଲରେ ମୁମ୍ବାଇ ତା’ର ଅଭିଯାନ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଆରମ୍ଭ କରିବ। ଏଥର ଗାଙ୍ଗୁଲି ଦିଲ୍ଲୀର ଆଡଭାଇଜର ନିଯୁକ୍ତ ହୋଇଥିବା ବେଳେ ଯୁବି ମୁମ୍ବାଇ ପକ୍ଷରୁ ଖେଳିବେ। ୩୭ ବର୍ଷୀୟ ଯୁବିଙ୍କ ଗତ ସିଜନରେ କିଙ୍ଗସ୍ ଇଲେଭେନ ପଞ୍ଜାବ ପକ୍ଷରୁ ଖେଳିଥିଲେ ଏବଂ ତାଙ୍କ ପ୍ରଦର୍ଶନ ବହୁତ ଖରାପ ରହିଥିଲା। ସେ ୮ଟି ମ୍ୟାଚରେ ମାତ୍ର ୬୫ ରନ୍ କରିଥିଲେ।



from Odisha Reporter https://ift.tt/2CEh3BT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages