‘ମିଶନ୍‌ ଶକ୍ତି’ର ସଫଳତା ପଛରେ ୧୦୦ ବୈଜ୍ଞାନିକଙ୍କ ୨ ବର୍ଷର ପରିଶ୍ରମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

‘ମିଶନ୍‌ ଶକ୍ତି’ର ସଫଳତା ପଛରେ ୧୦୦ ବୈଜ୍ଞାନିକଙ୍କ ୨ ବର୍ଷର ପରିଶ୍ରମ

ନୂଆଦିଲ୍ଲୀ: ବୁଧବାର ମହାକାଶରେ ଭାରତ ନିଜ ପରାକ୍ରମ ଦେଖାଇବା ପରେ ସମସ୍ତେ ଏଥିପାଇଁ ଗର୍ବ ଅନୁଭବ କରୁଛନ୍ତି। ‘ମିଶନ୍‌ ଶକ୍ତି’ ପ୍ରୋଜେକ୍ଟ ଅଧୀନରେ ଭାରତୀୟ ବୈଜ୍ଞାନିକମାନେ ମହାକାଶରେ ଥିବା ଯେ କୌଣସି ସନ୍ଦିଗ୍ଧ ଉପଗ୍ରହକୁ ଖସାଇବାର ଜ୍ଞାନକୌଶଳ ଓ ସାଧନ ହାସଲ କରିଛନ୍ତି।

ତେବେ ଏହି ଐତିହାସିକ ସଫଳତା ହାସଲ କରିବା ସେତେଟା ସହଜ ନଥିଲା। ଡିଆରଡିଓର ୧୦୦ ଜଣ ବୈଜ୍ଞାନିକ ଦୀର୍ଘ ୨ ବର୍ଷ ଧରି ଅକ୍ଲାନ୍ତ ପରିଶ୍ରମ କରିବା ପରେ ହିଁ ଏହା ସମ୍ଭବ ହୋଇଛି।

ଏହି ଚମତ୍କାର ସଫଳତା ପରେ ଡିଆରଡିଓର ଅଧ୍ୟକ୍ଷ ଜିଏସ୍‌ ରେଡ୍ଡୀ କହିଛନ୍ତି, “ଏହି ମିଶନ୍‌ ପାଇଁ ଅତି ଗୋପନୀୟ ଢଙ୍ଗରେ ଦୀର୍ଘ ୬ ମାସ ହେଲା ଜୋରସୋରରେ କାମ ଚାଲିଥିଲା। କିନ୍ତୁ ୨ ବର୍ଷ ତଳେ ଏଭଳି ଆଣ୍ଟି ସ୍ୟାଟେଲାଇଟ୍‌ (ଏ-ସ୍ୟାଟ୍‌) ପ୍ରୋଜେକ୍ଟ ପାଇଁ କାମ ଆରମ୍ଭ ହୋଇଥିଲା। ଦୀର୍ଘ ୬ ମାସ ଧରି ୧୦୦ ଜଣ ବୈଜ୍ଞାନିକ ଏହି ମିଶନ୍‌ର ସଫଳତା ପାଇଁ ଦିନରାତି ଏକ କରିଦେଇଥିଲେ।

ଏହି ମିଶନ୍‌ର ସମସ୍ତ କଥା ଗୁପ୍ତ ରହୁଥିଲା ଏବଂ ଲଞ୍ଚ ସମ୍ପର୍କିତ ସମସ୍ତ ତଥ୍ୟ କେବଳ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲଙ୍କୁ ଦିଆଯାଉଥିଲା। ଅଜିତ୍‌ ଡୋଭାଲ ରିପୋର୍ଟ ପାଇବା ପରେ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଉଥିଲେ। ଏହି ଆଣ୍ଟି ସ୍ୟାଟେଲାଇଟ୍‌ ପାଇଁ ଅନେକ ପ୍ରକାରର ଟେକ୍ନୋଲଜି ବ୍ୟବହାର ହୋଇଛି। ତେବେ ଏସବୁ ଟେକ୍ନୋଲଜି ଭାରତରେ ହିଁ ତିଆରି ହୋଇଥିଲା। ଆମେ ‘କାଇନାଟିକ୍‌ କିଲ୍’ ବା ସକ୍ରିୟ ସ୍ୟାଟେଲାଇଟ୍‌କୁ ଟାର୍ଗେଟ କରିବାକୁ ମିଶନ ଆରମ୍ଭ କରିଥିଲୁ।”

ଏ-ସ୍ୟାଟ୍‌ ସମ୍ପର୍କରେ ସୂଚନା ଦେଇ ଶ୍ରୀ ରେଡ୍ଡୀ କହିଛନ୍ତି, “ ଏହି ମିସାଇଲ୍‌ଟି ଲୋ ଆର୍ଥ ଅରବିଟ୍‌ ବା ନିମ୍ନ ଭୂକକ୍ଷରେ ସ୍ଥାପିତ ସ୍ୟାଟେଲାଇଟ୍‌କୁ ଟାର୍ଗେଟ କରିପାରିବ। ଅନ୍ୟ ସ୍ୟାଟେଲାଇଟକୁ ମଧ୍ୟ ଏହି ମିସାଇଲ୍‌ ଟାର୍ଗେଟ କରିପାରିବ। ହେଲେ ଆମେ ଅନ୍ୟ ଦେଶକୁ କ୍ଷତି ପହଞ୍ଚାଇବାକୁ ଚାହୁଁ ନଥିବାରୁ ଆମର ନିଜସ୍ୱ ଲିଓ ସ୍ୟାଟେଲାଇଟ୍‌କୁ ହିଁ ଟାର୍ଗେଟ କରିଥିଲୁ।”



from Odisha Reporter https://ift.tt/2YzjaAv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages