ଧବଳେଶ୍ୱରଙ୍କ ଆଶୀର୍ବାଦ ନେଇ ପ୍ରକାଶ ଆରମ୍ଭ କଲେ ପ୍ରଚାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ଧବଳେଶ୍ୱରଙ୍କ ଆଶୀର୍ବାଦ ନେଇ ପ୍ରକାଶ ଆରମ୍ଭ କଲେ ପ୍ରଚାର

କଟକ(ନୀଳକଣ୍ଠ ଦୋରା): କଟକ ସହରରେ ଉଷ୍ମ ହେଉଛି ରାଜନୀତି। ବିଜେଡି ପକ୍ଷରୁ ଏହି ପ୍ରମୁଖ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଚୂଡାନ୍ତ ହୋଇ ନ ଥିବା ବେଳେ ବିଜେପି ହେବିୱେଟ୍‌ ନେତା ପ୍ରକାଶ ମିଶ୍ରଙ୍କୁ ଟିକେଟ ଦେଇଛି। ପୂର୍ବତନ ଓଡ଼ିଶା ପୁଲିସ୍‌ ଡିଜି ପ୍ରକାଶ ମିଶ୍ର କଟକବାସୀଙ୍କ ସହ ଆଗରୁ ପରିଚିତ। ନିଜ କାର୍ଯ୍ୟକାଳ ସମୟରେ ଶୃଙ୍ଖଳିତ ବ୍ୟକ୍ତିତ୍ୱ ପାଇଁ ସ୍ଥାନୀୟ ଲୋକଙ୍କର ସେ ପ୍ରିୟଭାଜନ ହୋଇଥିଲେ। ଏବେ ପ୍ରତ୍ୟକ୍ଷ ନିର୍ବାଚନରେ ଭାଗ ନେଇଛନ୍ତି।

ଆଉ ଏହି ଅବସରେ ଆଜି ପ୍ରଥମ ଥର ପାଇଁ ନିର୍ବାଚନ ମଣ୍ଡଳୀ ଗସ୍ତ କରିବା ଆରମ୍ଭ କରିଛନ୍ତି ପ୍ରକାଶ। ଆଜି ସକାଳୁ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରି ପ୍ରଚାର ଆରମ୍ଭ କରିଛନ୍ତି ଶ୍ରୀ ମିଶ୍ର। ଏହା ସହ ସ୍ଥାନୀୟ ନେତାଙ୍କ ସହ ସେ ଆଲୋଚନା ମଧ୍ୟ କରିଛନ୍ତି।

ଏହି ଅବସରରେ ଲୋକେ ପରିବର୍ତ୍ତନ ଚାହୁଁଥିବା ବେଳେ ଆଗାମୀ ଦିନରେ ମୋଦିଙ୍କର ବିକାଶର ମୁଦ୍ଦା ପାଥେୟ କରି ଏଠି ମଧ୍ୟ ବିଜେପି କ୍ଷମତାକୁ ଆସିବ ବୋଲି କହିଛନ୍ତି। ଆଠଗଡ଼ର ସ୍ଥାନୀୟ ନେତା ଓ କର୍ମୀ ପ୍ରକାଶଙ୍କୁ ଧବଳେଶ୍ୱରଙ୍କ ପୀଠରେ ସ୍ୱାଗତ କରିଥିଲେ।



from Odisha Reporter https://ift.tt/2THUd1L

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages