
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଲୋକସଭାରେ ନୂଆ ମୁହଁ । ବିଧାନସଭାରେ ପୁରୁଣା ମୁହଁ । ପ୍ରଥମ ଓ ଦ୍ୱିତୀୟ ପ୍ରର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା ପରେ ଅନେକ ଅସନ୍ତୁଷ୍ଟ ଦଳ ଛାଡିଥିବାରୁ ରଣନୀତି ପରିବର୍ତ୍ତନ କରିଛି ବିଜେଡି । ଆଗକୁ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବାକିଥିବା ଆସନ ଗୁଡିକ ପାଇଁ ଖୁବଶୀଘ୍ର ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା ହେବାର ସମ୍ଭାବନା ରହିଛି। ତେବେ ଏହି ଆସନ ଗୁଡ଼ିକରେ କାହାକୁ ଟିକେଟ ଦିଆଯିବ ସେ ନେଇ ବିଜେଡି ସୁପ୍ରିମୋ କସରତ ଜାରି ରଖିଛନ୍ତି।
ଆଶାୟୀ ପ୍ରାର୍ଥୀମାନଙ୍କ ମଧ୍ୟରେ ଅସନ୍ତୋଷକୁ ଏଡ଼ାଇବା ପାଇଁ ବିଜେଡି ପକ୍ଷରୁ ସତର୍କତାର ସହ ଗୋଟିଚାଳନା କରାଯାଉଛି । ଗତକାଲି ୯ ଲୋକସଭା ଓ ୩୬ବିଧାନସଭା ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା । କେନ୍ଦୁଝର, କଟକ, ଢେଙ୍କାନାଳ ଲୋକସଭା ଆସନ ପାଇଁ ବିଜେଡି ପକ୍ଷରୁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରାଯାଇନାହିଁ ।
from Odisha Reporter https://ift.tt/2TBNcQg
No comments:
Post a Comment