ଆଇପିଏଲ: ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍ସ ଆଡଭାଇଜର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 14, 2019

ଆଇପିଏଲ: ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍ସ ଆଡଭାଇଜର୍

ନୂଆଦିଲ୍ଲୀ: ଭାରତର ପୂବତନ ଅଧିନାୟକ ସୌରଭ ଗାଙ୍ଗୁଲି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ର ପରବର୍ତ୍ତୀ ସଂସ୍କରଣ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସର ଆଇଭାଇଜର ନିଯୁକ୍ତ ହୋଇଛନ୍ତି। ଏହି ନୂଆ ଭୂମିକା ସହ ଗାଙ୍ଗୁଲି ଏବେ ଟିମର ମୁଖ୍ୟ କୋଚ୍ ରିକି ପଣ୍ଟିଂଙ୍କ ସହ କାମ କରିବେ।

ଏ ନେଇ ଗାଙ୍ଗୁଲି କହିଛନ୍ତି, ଦିଲ୍ଲୀ କ୍ୟାପିଟାଲ୍ସ ସହ ଯୋଗଦେବା ନେଇ ବହୁତ ଖୁସି। ଜିନ୍ଦଲ ଏବଂ ଜେଏସଡବଲ୍ୟୁ ଏକ ବଡ଼ ବ୍ରାଣ୍ଡ। ଏଭଳି କମ୍ପାନୀର ଅଂଶୀଦାର ହେବା ମୋ ପାଇଁ ବଡ଼ କଥା। ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳି ଏବଂ ସହକାରୀ ଷ୍ଟାଫଙ୍କ ସହ କାମ କରିବା ପାଇଁ ମୁଁ ବ୍ୟଗ୍ର ଅଛି ବୋଲି ଗାଙ୍ଗୁଲି ପ୍ରକାଶ କରିଛନ୍ତି। ଦିଲ୍ଲୀ ଟିମ୍ ଏପର୍ଯ୍ୟନ୍ତ ଆଇପିଏଲ୍ ଟାଇଟଲ୍ ଜିତିପାରି ନାହିଁ।

ଦିଲ୍ଲୀ କ୍ୟାପିଟାଲ୍ସର ଚେୟାରମ୍ୟାନ୍ ପାର୍ଥ ଜିନ୍ଦଲ କହିଛନ୍ତି, ସୌରଭ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର। ଆଜି ଭାରତୀୟ କ୍ରିକେଟ ଟିମ୍ ଯେଉଁ ସ୍ଥାନରେ ଅଛି, ସେଥିରେ ସୌରଭଙ୍କ ଭୂମିକା ମହତ୍ତ୍ୱପୂର୍ଣ୍ଣ। ତାଙ୍କ ଅଭିଜ୍ଞତା, ମାର୍ଗଦର୍ଶନ ଏବଂ ପରାମର୍ଶ ଟିମକୁ ଅନେକ ଫାଇଦା ଦେବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ଆସନ୍ତା ୨୪ ତାରିଖରେ ତାର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ।



from Odisha Reporter https://ift.tt/2TIlRA5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages