ଲାଇସେନ୍ସପ୍ରାପ୍ତ ବନ୍ଧୁକଧାରୀଙ୍କୁ ନୋଟିସ୍‌, ଅଧାରୁ ଅଧିକ ଜମା କଲେନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 14, 2019

ଲାଇସେନ୍ସପ୍ରାପ୍ତ ବନ୍ଧୁକଧାରୀଙ୍କୁ ନୋଟିସ୍‌, ଅଧାରୁ ଅଧିକ ଜମା କଲେନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନକୁ ଆଖି ଆଗରେ ରଖି ସ୍ମାର୍ଟ ସିଟି ଭୁବନେଶ୍ୱରର ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଧାରୀଙ୍କୁ କମିଶନରେଟ ପୁଲିସ ସପ୍ତାହକ ମଧ୍ୟରେ ଲାଇସେନସ୍ ପ୍ରାପ୍ତ ବନ୍ଧୁକ ଜମା କରିବାକୁ ନୋଟିସ ପଠାଇଥିଲା। ନୋଟିସ ପାଇବା ପରେ ୫୮୦ ଜଣ ଲାଇସେନ୍ସଧାରୀ ନିଜ ପିସ୍ତଲ, ରିଭ୍‌ଲଭର୍‌ ଓ ୧୨ ରାଉଣ୍ଡ ଗୁଳି ଜମା କରିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ୧୧୨୨ ଜଣ ଲାଇସେନ୍ସଧାରୀ ସେମାନଙ୍କ ବନ୍ଧୁକ ଡିପୋଜିଟ୍‌ କରିନାହାନ୍ତି।

ମଡେଲ କୋଡ ଅଫ୍ କଣ୍ଡକଟ୍ ଅନୁଯାୟୀ, ନିର୍ବାଚନକୁ ମୁକ୍ତ ଓ ଅବାଧ କରିବା ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ଉଦ୍ୟମ କରାଯାଉଛି। ସେଥିପାଇଁ ବନ୍ଧୁକ ଜମା କରିବାକୁ ରାଜଧାନୀରେ ଥିବା ୧୭୦୨ ଜଣ ଲାଇସେନ୍ସପ୍ରାପ୍ତ ବନ୍ଧୁକଧାରୀଙ୍କୁ ନୋଟିସ ହୋଇଥିଲା।

ଖଣ୍ଡଗିରି ଥାନାରେ ସର୍ବାଧିକ ୫୮ଜଣ ବନ୍ଧୁକ ଡିପୋଜିଟ୍ କରିଥିବା ବେଳେ ଲକ୍ଷ୍ମୀସାଗର ଥାନାରେ ୫୫, ନୟାପଲ୍ଲୀରେ ୫୩, ବଡ଼ଗଡ଼ ଓ ଜଟଣୀରେ ୪୪ ଓ ୩୮ଜଣ ବନ୍ଧୁକ ଡିପୋଜିଟ୍ କରିଛନ୍ତି। ତେବେ ଏବେବି ୧୧ ଶହ ୨୨ ଜଣ ଲାଇସେନ୍ସଧାରୀ ନିଜ ଗନ ଡିପୋଜିଟ୍‌ କରିନାହାନ୍ତି। ଏଥିପାଇଁ ଏକ ସପ୍ତାହ ସମୟ ଦିଆଯାଇଛି। ନଚେତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିସିପି ଅନୁପ ସାହୁ ସ୍ପଷ୍ଟ କରିଛନ୍ତି। ତେବେ ଜୀବନପ୍ରତି ବିପଦ କିମ୍ବା ଜରୁରୀକାଳୀନ ଆବଶ୍ୟକତା ଥିଲେ, ସେନେଇ ବିଚାର କରାଯିବ ବୋଲି ଡିସିପି କହିଛନ୍ତି।

ଏହାଛଡ଼ା ବୁଥ୍ ସ୍ତରରେ ଅପରାଧୀ, ଦାଗୀ ଓ NBW ଥିବା ଅଭିଯୁକ୍ତଙ୍କୁ ଧରିବା ଅଭିଯାନକୁ ପୁଲିସ କଡ଼ାକଡ଼ି କରିଛି। ଫେବୃଆରୀ ୧ ତାରିଖରୁ ମାର୍ଚ୍ଚ ୧୧ ତାରିଖ ଭିତରେ ୬୮୪ ଜଣ NBWବାଲା ଙ୍କୁ ଗିରଫ କରାଯାଇଛି। ଏଥିପାଇଁ ୮ଟି ଏନ୍‌ଡିପିଏସ୍‌ ମାମଲା ହୋଇଛି। ୧୩୭ ଗ୍ରାମ ବ୍ରାଉନସୁଗାର ଜବତ କରାଯିବା ସହ ୧୫ ଜଣଙ୍କୁ ଗିରଫ କରାଯାଇଛି। ଚୋରା ବନ୍ଧୁକ କାରବାର ଅଭିଯୋଗରେ ୧୦ଟି ପିସ୍ତଲ ଜବତ ହୋଇଛି ଓ ୭ଜଣ ଗିରଫ ହୋଇଛନ୍ତି। ୧୬ରୁ ଅଧିକ ରାଉଣ୍ଡ ଗୁଳି ମଧ୍ୟ ଜବତ ହୋଇଥିବା ଭୁବନେଶ୍ୱର ଡିସିପି କହିଛନ୍ତି।



from Odisha Reporter https://ift.tt/2UzSOvv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages