ଭୁଶୁଡ଼ିଲା ଫୁଟ୍‌ ଓଭରବ୍ରିଜ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 14, 2019

ଭୁଶୁଡ଼ିଲା ଫୁଟ୍‌ ଓଭରବ୍ରିଜ୍‌

ମୁମ୍ବାଇ: ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍‌ ରେଲୱେ ଷ୍ଟେସନ୍‌ ନିକଟରେ ଏକ ଫୁଟ୍‌ ଓଭରବ୍ରିଜ୍‌ ଭୁଶୁଡ଼ିଥିବା ସୂଚନା ମିଳିଛି। ଏଥିରେ ୨ ଜଣ ପ୍ରାଣ ହରାଇଥିବାବେଳେ ୩୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ମୁମ୍ବାଇର ସବୁଠାରୁ ଜନଗହଳିପୂର୍ଣ୍ଣ ଏହି ଷ୍ଟେସନ୍‌ରେ ବ୍ରିଜ୍‌ର କ୍ଷମତାଠାରୁ ଅଧିକ ଲୋକ ଏହି ସମୟରେ ଏକାଠି ବ୍ରିଜ୍‌ ଉପରେ ଯିବାରୁ ଏପରି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।

ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଉଛି ବୋଲି ମୁମ୍ବାଇ ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ପୁଲିସ୍‌ ପକ୍ଷରୁ କୁହାଯାଇଛି, ଛତ୍ରପତି ଷ୍ଟେସନ୍‌ର ପ୍ଲାଟଫର୍ମ ୧ ଉତ୍ତରକୁ ଟାଇମ୍ସ ଅଫ୍ ଇଣ୍ଡିଆ ବିଲ୍ଡିଂ ନିକଟରେ ଥିବା ବିଟି ଲେନ୍‌କୁ ଏହି ବ୍ରିଜ୍‌ ଯୋଡ଼ୁଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଆଜି ସକାଳେ ଏହାର ମରାମତି ଚାଲୁ ରହିଥିଲା। କିନ୍ତୁ ବ୍ରିଜ୍‌ର ବ୍ୟବହାର ବନ୍ଦ କରାଯିବା ବଦଳରେ ଏହାକୁ ଚିରାଚରିତ ଭାବରେ ଖୋଲା ରଖାଯାଇଥିଲା। ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଟ୍ରାଫିକ୍‌ ବ୍ୟବସ୍ଥା ବିଗିଡ଼ି ଯାଇଥିବାରୁ ଯାତ୍ରୀଙ୍କୁ ବିକଳ୍ପ ରାସ୍ତାରେ ଯିବାକୁ ମୁମ୍ବାଇ ପୁଲିସ୍‌ ପକ୍ଷରୁ ଅନୁରୋଧ କରାଯାଇଛି। ଶେଷ ଖବର ସୁଦ୍ଧା ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀମାନେ ପହଞ୍ଚିସାରିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ଅନ୍ଧେରୀଠାରେ ଏଭଳି ଏକ ଘଟଣା ଘଟିବା ପରେ ବିଭିନ୍ନ ଫୁଟ୍‌ ଓଭର ବ୍ରିଜ୍‌ର ଅଡିଟ୍‌ କରାଯାଇଥିଲା। କିନ୍ତୁ ଏହି ଓଭରବ୍ରିଜ୍‌ ଏଥିରେ ସାମିଲ ନଥିଲା। ଏହାର ୯ ମାସ ଆଗରୁ ଏଲ୍‌ଫିନ୍‌ଷ୍ଟୋନ୍‌ ଫୁଟ୍‌ ଓଭର ବ୍ରିଜ୍‌ଠାରେ ଦଳାଚକଟା କାରଣରୁ ୨୩ ଜଣଙ୍କର ଜୀବନ ଯାଇଥିଲା।



from Odisha Reporter https://ift.tt/2Hhwjsg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages