
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହେବାପରେ ତାଙ୍କ ଝିଅ ତଥା ଭୁବନେଶ୍ୱରର କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ପିତାଙ୍କ ବିରୁଦ୍ଧରେ ଯାଇ ପୁଅ ସମ୍ବିତ ରାଉତରାୟ ଏବେ ବି ବିଜେଡିର ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ଝିଅ ପ୍ରୀତିନନ୍ଦା ପ୍ରଥମରୁ ହିଁ ପିତାଙ୍କ ପ୍ରତ୍ୟେକ ପଦକ୍ଷେପକୁ ସମର୍ଥନ କରିଆସୁଥିଲେ।
ଶ୍ରୀମତୀ ରାଉତରାୟ ତାଙ୍କର ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିବା ବେଳେ ସେ ଖୁବଶୀଘ୍ର ବିଜେପିରେ ସାମିଲ ହେବେ ବୋଲି ସୂଚନା ମିଳିଛି। ଶ୍ରୀମତୀ ରାଉତରାୟଙ୍କୁ ଗତ କିଛିମାସ ହେବ ବିଜେଡିର କୌଣସି ଦଳୀୟ କାର୍ଯ୍ୟକ୍ରମରେ ଡକାଯାଉନଥିବା ତଥା ପକ୍ଷପାତପୂର୍ଣ୍ଣ ଆଚରଣ କରାଯାଉଥିବା ବେଳେ ସେ ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି।
ବିଜେଡିରୁ ଡାକ୍ତର ରାଉତଙ୍କ ବହିଷ୍କାର ପରେ ମଧ୍ୟ ଶ୍ରୀମତୀ ରାଉତରାୟ ଦଳ ବିରୁଦ୍ଧରେ କୌଣସି ମତାମତ ଦେଇନଥିଲେ। କର୍ପୋରେଟର ଭାବେ ସେ ଲୋକଙ୍କ ସହ ରହି କାର୍ଯ୍ୟ କରୁଥିଲେ। ଦୁଇଦିନ ପୂର୍ବରୁ ତାଙ୍କ ପିତା ଡାକ୍ତର ରାଉତ ବିଜେପିରେ ସାମିଲ ହେବାପରେ ସେ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି।
from Odisha Reporter https://ift.tt/2F9pky4
No comments:
Post a Comment