
ବ୍ରହ୍ମପୁର (ଜଗନ୍ନାଥ ସାହୁ): ପୁଣି ଥରେ ଜନନୀ ଯନ୍ତ୍ରଣା। ଗାଁକୁ ରାସ୍ତା ନଥିବାରୁ ଭାରରେ ବୁହା ହେଲେ ଗର୍ଭବତୀ। ମେଡ଼ିକାଲ୍ ଯାଉଥିବା ବେଳେ ଅଧରାସ୍ତାରେ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ପ୍ରସୂତୀ। ଏପରି ଘଟଣା ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି।
ପୂରା ଘଟଣା ଏମିତି। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଆଙ୍କୋଲି ପଞ୍ଚାୟତର ଫୁଲ ସାହିର ତାରା ନାୟକ ଆଜି ଗର୍ଭ ଯନ୍ତ୍ରଣା ପାଇଥିଲେ। ଗାଁକୁ ରାସ୍ତା ନଥିବାରୁ ପରିବାର ଲୋକେ ଭାରରେ ତାରାଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବୋହି ନେଉଥିଲେ। ତେବେ ସାହିଠାରୁ ୫ କିମି ଦୂର ଗଲା ପରେ ରାସ୍ତାରେ ମହିଳା ଜଣକ ପୁତ୍ର ସନ୍ତାନ ପ୍ରସବ କରିଥିଲେ।
ପ୍ରସବ ପରେ ମହିଳା ଓ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିବାରୁ ପରିବାର ଲୋକେ ଡାକ୍ତରଖାନା ନନେଇ ଘରକୁ ଫେରି ଯାଇଥିଲେ।
from Odisha Reporter https://ift.tt/2TCtWXA
No comments:
Post a Comment