ଚୀନକୁ ଆର୍ଥିକ ଧକ୍କା, ବଢ଼ୁଛି ବେରୋଜଗାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 16, 2019

ଚୀନକୁ ଆର୍ଥିକ ଧକ୍କା, ବଢ଼ୁଛି ବେରୋଜଗାର

ନୂଆଦିଲ୍ଲୀ: ଦୀର୍ଘ ୧୭ ବର୍ଷ ପରେ ଚୀନରେ ବଢ଼ିଛି ବେରୋଜଗାର । ଆମେରିକା ସହ ଚୀନର ଚାଲିଥିବା ଟ୍ରେଡ ୱାରର ପ୍ରଭାବ ଘରୋଇ କମ୍ପୀନୀଙ୍କ ଉପରେ ପଡିଥିବା ଅର୍ଥ ବିଶାରଦ ମାନେ ଆକଳନ କରିଛନ୍ତି । ଚୀନର ସରକାରୀ ସୂତ୍ରରୁ ସୂଚନା ମିଳିଛି ଯେ ୨୦୧୯ର ପ୍ରଥମ ଦୁଇ ମାସରେ ଇଣ୍ଡଷ୍ଟ୍ରିଆଲ ଆଉଟପୁଟ ୧୭ ବର୍ଷ ପରେ ନିମ୍ନ ସ୍ତରକୁ ଖସିଛି । ଏଥିସହ ବେରୋଜଗାର ଡିସେମ୍ବରରେ ୪.୯ ପ୍ରତିଶତ ଥିବାବେଳେ ଫେବୃଆରୀରେ ଏହା ୫.୩ ପ୍ରତିଶତ ହୋଇଛି ।

ତେବେ ଏହି ଖରାପ ସ୍ଥିତିରୁ ମୁକୁଳିବା ପାଇଁ ଚୀନ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଟ୍ଯାକ୍ସ ସହିତ ଋଣ ହାର କମ କରିଛନ୍ତି ସରକାର ହେଲେ ଏଯାଏଁ ସ୍ଥିତିରେ କୌଣସି ପରିବର୍ତ୍ତନ ଆସିନାହିଁ । ଉପଭୋକ୍ତା ମୂଲ୍ଯ ସୂଚକାଙ୍କ ଗତମାସରେ ନିମ୍ନସ୍ତରକୁ ଖସିଥିଲା । ଫେବୃଆରୀରେ ଏହା ୧.୫ ପ୍ରତିଶତ ଥିବା ବେଳେ ଜାନୁଆରୀରେ ଏହା ୧.୭ ପ୍ରତିଶତ ହୋଇଥିଲା । ଲଗାତର ଚତୁର୍ଥ ମାସ ପାଇଁ ଉପଭୋକ୍ତା ସୂଚକାଙ୍କ କମ ରହିଛି ଯାହାକି ଚୀନ ସରକାର ପାଇଁ ଶକ୍ତ ଧକ୍କା ବୋଲି ଆଲୋଚନା ହେଉଛି ।

ଚୀନର ଅଭିବୃଦ୍ଦି ହାର ୨୦୧୮ରେ ୬.୬ ଥିଲା ଯାହାକି ଦୀର୍ଘ ୨୮ ବର୍ଷରେ ସବୁଠୁ କମ୍ । ଚଳିତଥର ଅଭିବୃଦ୍ଧି ହାର ୬.୫୦ ପ୍ରତିଶତ ରହିବ ବୋଲି ଆକଳନ କରିଛି ଚୀନ । ସୂଚନାଯୋଗ୍ଯ ସାରା ବିଶ୍ବରେ ଚୀନ ନିଯୁକ୍ତି ଦେବାରେ ସବୁଠୁ ବଡ଼ ଦେଶ ଯିଏକି ପ୍ରତିଦନ ୫୦ ହଜାର ନିଯୁକ୍ତି ଦିଏ । ହେଲେ ଏବେ ଆମେରିକା ସହିତ ଟ୍ରେଡ଼ ୱାର ପାଇଁ ଚୀନର ଅର୍ଥନୀତି ଏକ ପ୍ରକାର ଭୁଶୁଡ଼ି ପଡିଛି ।



from Odisha Reporter https://ift.tt/2TE9upn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages