ଅଲିଭ୍‌ ରିଡ୍‌ଲେଙ୍କ ଶ୍ମଶାନ ପାଲଟୁଛି ଗହୀର ମଥା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 2, 2019

ଅଲିଭ୍‌ ରିଡ୍‌ଲେଙ୍କ ଶ୍ମଶାନ ପାଲଟୁଛି ଗହୀର ମଥା!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଲିଛି ଅଲିଲ୍‌ ରିଡଲେଙ୍କ ମିଳନ ଋତୁ। ଏଥିପାଇଁ ସାମୁଦ୍ରିକ ଅଭୟାରଣ୍ୟକୁ ଆସୁଛନ୍ତି ହଜାର ହଜାର ସଂଖ୍ୟାରେ କଇଁଛ। ମାଛ ମାଫିଆଙ୍କ ଯୋଗୁ ଏହି ବିରଳ ପ୍ରଜାତିର କଇଁଛଙ୍କର ଏନ୍ତୁଡିଶାଳ କୁହାଯାଉଥିବା ଗହୀର ମଥା ସାମୁଦ୍ରିକ ଅଭୟାରଣ୍ୟ ପାଲଟିଛି ଅଲିଭ ରିଡଲେଙ୍କ ଶ୍ମଶାନ।

କଇଁଛଙ୍କ ଆଗମନକୁ ଲକ୍ଷ୍ୟ କରି କେନ୍ଦ୍ରପଡ଼ାର ଗହୀରମଥାକୁ ଅଭୟାରଣ୍ୟ ଘୋଷଣା କରାଯାଇଥିଲା। କଇଁଛଙ୍କ ଅଣ୍ଡାଦାନ ଆରମ୍ଭ ହେଲେ ସାତମାସ ପାଇଁ ଦେବୀ ମୁହାଣଠାରୁ ଧାମରା ମୁହାଣ ପର୍ଯ୍ୟନ୍ତ ମାଛ ମାରିବା ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଏ। ମାତ୍ର କଟକଣା ସତ୍ତ୍ୱେ ଟ୍ରଲର ଚଳାଚଳ କରିବାରୁ କଇଁଛଙ୍କ ମୃତ୍ୟୁ ଘଟୁଛି।

ଏହି ଅଭୟାରଣ୍ୟକୁ ସୁରକ୍ଷିତ ମନେକରି ହଜାର ହଜାର ମାଇଲ ଦୂରରୁ ଅଣ୍ଡା ଦେବା ପାଇଁ ଆସିଥାନ୍ତି ଅଲିଭ ରିଡ୍‌ଲେ। ଏମାନଙ୍କୁ ସୁରକ୍ଷା ଦେବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ହେଉନି। ଗହୀରମଥା ମୁହାଣ ନିକଟରେ ମାଛ ମାଫିଆଙ୍କ ଦ୍ୱାରା ଚାଲୁଥିବା ଶହ ଶହ ଯନ୍ତ୍ର ଚାଳିତ ବୋଟ ନେଉଛି ବିରଳ କଇଁଛଙ୍କ ଜୀବନ। ଟ୍ରଲର ମାଡରେ ଶତାଧିକ କଇଁଛଙ୍କ ମୃତ୍ୟୁ ହେଉଛି। ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ। କଇଁଛଙ୍କ ଅକାଳ ମୃତ୍ୟୁ ପାଇଁ ସେମାନେ ବନ ବିଭଗକୁ ଦାୟୀ କରିଛନ୍ତି।



from Odisha Reporter https://ift.tt/2VttirT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages