ରେକର୍ଡ଼ ପରେ ରେକର୍ଡ଼ କରିଚାଲିଛି ଫିଲ୍ମ ‘ଉରି- ଦି ସର୍ଜିକାଲ ଷ୍ଟ୍ରାଇକ୍’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 2, 2019

ରେକର୍ଡ଼ ପରେ ରେକର୍ଡ଼ କରିଚାଲିଛି ଫିଲ୍ମ ‘ଉରି- ଦି ସର୍ଜିକାଲ ଷ୍ଟ୍ରାଇକ୍’

ମୁମ୍ବାଇ: ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ଚାଲିଛି ‘ଉରି- ଦି ସର୍ଜିକାଲ ଷ୍ଟ୍ରାଇକ୍’ । ପ୍ରଥମ ମିଡିଲ୍ ରେଞ୍ଜ ଫିଲ୍ମ ଭାବେ ୨୩୭ କୋଟି ଟଙ୍କାରୁ ଅଧିକ ଆୟ କରିବା ପରେ ଏବେ ହଲରେ ସର୍ବାଧିକ ସମୟ ରହିବା ରେକର୍ଡ଼ କରିଛି ‘ଉରି’। ଲାଗାତାର ୭ ସପ୍ତାହ ଧରି ହଲରେ ପ୍ରଦର୍ଶିତ ହେବାର ରେକର୍ଡ଼ ହାସଲ କରିଛି ‘ଉରି- ଦି ସର୍ଜିକାଲ ଷ୍ଟ୍ରାଇକ’। ଏହା ପୂର୍ବରୁ ଫିଲ୍ମଟି ଅନେକ ରେକର୍ଡ଼ କରିସାରିଛି।

ଗୋଟିଏ ମାସ ମଧ୍ୟରେ ‘ଉରି’ ୨ଶହ କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଥିଲା। ଜାନୁଆରୀ ୧୧ରେ ପରଦାକୁ ଆସିଥିବା ଫିଲ୍ମ ‘ଉରି- ଦି ସର୍ଜିକାଲ ଷ୍ଟ୍ରାଇକ’ ବକ୍ସ ଅଫିସ୍‌ରେ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା। ଆସନ୍ତା ସପ୍ତାହ ତଥା ଅଷ୍ଟମ ସପ୍ତାହରେ ରେ ଏହା ୨୪୦ କୋଟି ପାର କରିବା ବୋଲି ଆଶା କରାଯାଉଛି।

୨୦୧୬ କଶ୍ମୀରର ଉରି ଆର୍ମି ବେସ୍‌ କ୍ୟାମ୍ପ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିବାଦ୍‌ରେ ପାକିସ୍ତାନ୍‌ ଅଧୀକୃତ ଅଞ୍ଚଳରେ ଭାରତୀୟ ସେନା ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରିଥିଲା। ଏହାରି ଉପରେ ‘ଉରି-ଦ ସର୍ଜିକାଲ୍ ଷ୍ଟ୍ରାଇକ୍‌’ର କାହାଣୀ ପର୍ଯ୍ୟବେଶିତ । ପିଓକେରେ ଆତଙ୍କବାଦୀଙ୍କ ବେସ୍‌କୁ ଧ୍ୱଂସ କରିଥିବା ବୀର ଯବାନଙ୍କ ରଣନୀତି ପରଦାରେ ଦେଖିବାକୁ ମିଳିଛି। ୟଙ୍ଗ୍‌ ଟ୍ୟାଲେଣ୍ଟେଡ୍‌ ଆକ୍ଟର ଭିକି କୌଶାଲ୍‌, ୟାମି ଗୌତମ, କ୍ରିତି କୁଲହାରୀ ପ୍ରମୁଖ ସିନେମାରେ ନଜର ଆସିଛନ୍ତିା ଏହାସହ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ୍‌ଙ୍କ ଚରିତ୍ରରେ ଭେଟେରାନ୍‌ ପରେଶ ରାଓ୍ଵଲ୍‌ଙ୍କ ଚରିତ୍ର ଦର୍ଶକଙ୍କୁ ବେଶ୍‌ ତାଳି ସାଉଁଟିଛି।



from Odisha Reporter https://ift.tt/2ErbFlE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages