ଲୁଟ୍‌ ପାଇଁ ଯୋଜନା କରୁଥିବା ବେଳେ ଧରାପଡ଼ିଲେ ୪ ଦୁର୍ବୃତ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 2, 2019

ଲୁଟ୍‌ ପାଇଁ ଯୋଜନା କରୁଥିବା ବେଳେ ଧରାପଡ଼ିଲେ ୪ ଦୁର୍ବୃତ୍ତ

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ଲୁଟ୍‌ ପାଇଁ ଯୋଜନା କରୁଥିବା ବେଳେ ପୁଲିସ ହାତରେ ଧରା ପଡ଼ିଲେ ୪ ଦୁର୍ବୃତ୍ତ। ତେବେ ଅନ୍ଧାରର ସୁଯୋଗ ନେଇ ଜଣେ ଅଭିଯୁକ୍ତ ଚମ୍ପଟ ମାରିଛି। ତାକୁ କାବୁ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

କେନ୍ଦ୍ରପଡ଼ା ଜିଲ୍ଲା ଇନ୍ଦୁପୁର-ପଟ୍ଟାମୁଣ୍ଡାଇ ରାସ୍ତାରେ ଯାଉଥିବା ଲୋକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ଦୁର୍ବୃତ୍ତମାନେ ବାଇକ୍‌, ଟଙ୍କା, ସୁନା ପ୍ରଭୃତି ଛଡାଇ ନେଉଥିଲେ। ଏପରିକି କେତେକ ଘରୋଇ ଫାଇନାନ୍ସ କମ୍ପାନୀର ଏଜେଣ୍ଟଙ୍କୁ ହାତ କରି ଦୁର୍ବୃତ୍ତମାନେ ନୂଆ ବାଇକ ଚୋରି କରୁଥିଲେ। ଏକ ଘରୋଇ ଫାଇନାନ୍ସ କମ୍ପାନୀର ଅଧିକାରୀ ବିବେକାନନ୍ଦ ବେହେରାଙ୍କ ଅଭିଯୋଗ କ୍ରମେ ନିକିରାଇ ଥାନା ପୁଲିସ ଲୁଟେରାଙ୍କ ଉପରେ ନଜର ରଖିଥିଲା।

ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବାଇକ୍‌ ଲୁଟିବା ପାଇଁ ଯୋଜନା କରୁଥିଲେ। ଏ ସମ୍ପର୍କରେ ପୁଲିସ ଜାଣିପାରି ଚଢ଼ଉ କରି  ଗରାପୁର ଅଞ୍ଚଳର ସେକ ଆଜାରୁଦିନ, କେନ୍ଦ୍ରାପଡ଼ାର ଖୁର୍ସିଦ୍ ଖାଁ, ଡେରାବିଶ ଅଞ୍ଚଳର ଏରସlଦ ଅଲ୍ଲୀ ଓ ନିକିରାଇ ଅଞ୍ଚଳର ସନ୍ତୋଷ ମଲ୍ଲିକଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଦୁଇଟି ମୋଟର ସାଇକେଲ ସମେତ ଗୋଟିଏ ପିସ୍ତଲ, ୬ ଟି ମୋବାଇଲ ଫୋନ, ଗୋଟିଏ ଅଫୁଟା ଗୁଳି, ଗୋଟିଏ ଖେଳଣା ବନ୍ଧୁକ ଓ ୫୪ ହଜାର ୯୦୦ ଟଙ୍କା ଜବତ କରିଛି ପୁଲିସ। ତେବେ ଅନ୍ୟଜଣେ ସଦସ୍ୟ ବଲଭ ମଲ୍ଲିକ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି।

ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା କେନ୍ଦ୍ରାପଡ଼ା ଏସ୍‌ପି ନୀତି ଶେଖର କହିଛନ୍ତି।



from Odisha Reporter https://ift.tt/2NC7E1Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages