କ୍ୟାରିୟରର ଶୀର୍ଷ ସ୍ଥାନକୁ ଉଠିଲେ ଗୁଣେଶ୍ୱରନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 18, 2019

କ୍ୟାରିୟରର ଶୀର୍ଷ ସ୍ଥାନକୁ ଉଠିଲେ ଗୁଣେଶ୍ୱରନ୍

ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ତାରକା ପ୍ରଜନେଶ ଗୁଣେଶ୍ୱରନ୍ କ୍ୟାରିୟରର ସର୍ବଶ୍ରେଷ୍ଠ ୮୪ତମ ସ୍ଥାନରେ ପହଞ୍ଚିଛନ୍ତି। ତେବେ ଦେଶର ଅନ୍ୟତମ ତାରକା ୟୁକି ଭାମ୍ବ୍ରି ଶୀର୍ଷ-୨୦୦ରୁ ବାଦ୍ ପଡ଼ିଛନ୍ତି। ନିକଟରେ ଗୁଣେଶ୍ୱରନ୍ ବିଶ୍ୱର ୧୮ ନମ୍ବର ଖେଳାଳି ନିକୋଲୋଜ୍ ବାସିଲାଶଭିଲିଙ୍କୁ ହରାଇ ଏଟିପି ମାଷ୍ଟର୍ସ ସିରିଜ ଇଭେଣ୍ଟର ତୃତୀୟ ରାଉଣ୍ଡରେ ପ୍ରବେଶ କରି ୬୧ ପଏଣ୍ଟ ହାସଲ କରିଥିଲେ। ଏହି ସଫଳତା କାରଣରୁ ସେ ଏକାଥରକେ ୧୩ଟି ସ୍ଥାନ ଉପରକୁ ଉଠି କ୍ୟାରିୟରର ଶ୍ରେଷ୍ଠ ରାଙ୍କିଙ୍ଗରେ ପହଞ୍ଚିଛନ୍ତି।

ଭାରତର ରାମକୁମାର ରାମନାଥନ ୧୩୯ତମ ସ୍ଥାନରେ ରହିଛନ୍ତି। ଆହତ ଯୋଗୁ ଟେନିସ୍ କୋର୍ଟରୁ ଦୂରରେ ଥିବା ୟୁକି ୩୬ଟି ସ୍ଥାନ ଖସି ୨୦୭ରେ ପହଞ୍ଚିଛନ୍ତି। ଶେଷଥର ପାଇଁ ୟୁକି ୨୦୧୭ରେ ଶୀର୍ଷ-୨୦୦ ବାହାରେ ରହିଥିଲେ। ସେହିପରି ସାକେତ ମିନେନୀ ୨୫୧ତମ ଏବଂ ଶଶୀକୁମାର ମୁକୁନ୍ଦ ୨୬୮ତମ ସ୍ଥାନରେ ରହିଛନ୍ତି। ଡବଲ୍ସରେ ଜୀବନ ନେଦୁନଚେଝିୟାନ୍ କ୍ୟାରିୟରର ଶ୍ରେଷ୍ଠ ୬୪ତମ ସ୍ଥାନରେ ପହଞ୍ଚିଥିବା ବେଳେ ରୋହନ ବୋପନ୍ନା ୩୬ତମ ଓ ଦିବିଜ ଶରନ୍ ୪୧ତମ ସ୍ଥାନରେ ରହିଛନ୍ତି। ଡବ୍ଲ୍ୟୁଟିଏ ରାଙ୍କିଙ୍ଗରେ ଅଙ୍କିତା ରାଇନା ଭାରତର ଶୀର୍ଷ ଖେଳାଳି ଭାବେ ୧୬୮ତମ ସ୍ଥାନରେ ରହିଛନ୍ତି।



from Odisha Reporter https://ift.tt/2Te1WVh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages