ବିଜେଡି: ୫୪ ବିଧାନସଭା ଆସନରେ ୨୬ ନୂଆ ମୁହଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 18, 2019

ବିଜେଡି: ୫୪ ବିଧାନସଭା ଆସନରେ ୨୬ ନୂଆ ମୁହଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଘୋଷଣା ହୋଇଥିବା ୫୪ ବିଧାନସଭା ଆସନରେ ପ୍ରାର୍ଥୀଙ୍କ ମଧ୍ୟରେ ୨୬ ନୂଆ ମୁହଁ ଥିବା ଜଣାପଡ଼ିଛି। ସେହିପରି ୯ଟି ଲୋକସଭା ଆସନ ମଧ୍ୟରେ ମାତ୍ର ବଲାଙ୍ଗିରରେ କଳିକେଶ ସିଂହଦେଓଙ୍କୁ ଛାଡ଼ି ବାକି ସମସ୍ତ ଆସନରେ ନୂଆ ମୁହଁକୁ ବିଜେଡି ସ୍ଥାନ ଦେଇଛି।

ବିଜେଡିର ତାଲିକା ଅନୁସାରେ ନବରଙ୍ଗପୁର ବିଧାୟକ ମନୋହର ରନ୍ଧାରୀଙ୍କୁ ଡାବୁଗାଁକୁ ପଠାଯାଇଥିବାବେଳେ ନବରଙ୍ଗପୁରରେ ସଦାଶିବ ପ୍ରଧାନଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି କଣ୍ଟାବାଞ୍ଜିରେ ଆୟୁବ ଖାଁଙ୍କ ବଦଳରେ ଅଜୟ ଦାସ, ପାଟଣାଗଡ଼ରେ ପ୍ରକୃତି ଦେବୀ ସିଂହଦେଓ ବଦଳରେ ସରୋଜ ମେହେର, ବାଲିଗୁଡ଼ାରେ ରାଜୀବ ପାତ୍ର ବଦଳରେ ଚକ୍ରଧର କଅଁର, ଦଶପଲ୍ଲାରେ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ବଦଳରେ ରମେଶ ବେହେରା, ଜି-ଉଦୟଗିରିରେ ପ୍ରଦୀପ କୁମାର ପ୍ରଧାନ ବଦଳରେ ସାଲୁଗା ପ୍ରଧାନ, ଖଲ୍ଲିକୋଟରେ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ବଦଳରେ କେକେ ସୂର୍ଯ୍ୟମଣି ବୈଦ୍ୟ, ଛତ୍ରପୁରରେ ପ୍ରିୟାଂଶୁ ପ୍ରଧାନଙ୍କ ବଦଳରେ ସୁବାସ ଚନ୍ଦ୍ର ବେହେରା, ଆସିକାରେ ଦେବରାଜ ମହାନ୍ତିଙ୍କ ବଦଳରେ ମଞ୍ଜୁଳା ସ୍ୱାଇଁ, ବ୍ରହ୍ମପୁରରେ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ବଦଳରେ ବିକ୍ରମ ପଣ୍ଡା, କବିସୂର୍ଯ୍ୟନଗରରେ ଭି ସୁଜ୍ଞାନୀ କୁମାରୀ ଦେଓଙ୍କ ବଦଳରେ ଲତିକା ପ୍ରଧାନ, ପାରଳାଖେମୁଣ୍ଡିରେ କେ.ଏନ୍. ରାଓଙ୍କ ବଦଳରେ କଲ୍ୟାଣୀ ଗଜପତି, ମୋହନାରେ ବାସନ୍ତୀ ମଲ୍ଲିକ ପରିବର୍ତ୍ତେ ପୂର୍ଣ୍ଣବାସୀ ନାୟକ, ଗୁଣୁପୁରରେ ତ୍ରିନାଥ ଗମାଙ୍ଗଙ୍କ ବଦଳରେ ରଘୁନାଥ ଗମାଙ୍ଗ, ଭବାନୀପାଟଣାରେ ଅନାମ ନାୟକଙ୍କ ବଦଳରେ ଦୁଷ୍ମନ୍ତ ନାୟକ, ନର୍ଲାରେ ଧନେଶ୍ୱର ମାଝୀଙ୍କ ବଦଳରେ ଭୁପିନ୍ଦର ସିଂହ, ଧର୍ମଗଡ଼ରେ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ବଦଳରେ ମୌସୁଡ଼ି ବାଗ୍, ଲକ୍ଷ୍ମୀପୁରରେ ହେମା ଗମାଙ୍ଗ(ବିଜେଡି ଛାଡ଼ିଛନ୍ତି)ଙ୍କ ବଦଳରେ ପ୍ରଭୁ ଜାନି, କୋଟପାଡ଼ରେ ଅଶୋକ କୁମାର ପାଙ୍ଗୀଙ୍କ ବଦଳରେ ପଦ୍ମିନୀ ଦିୟାନ୍, ଚିତ୍ରକୋଣ୍ଡାରେ ଡମ୍ବୁରୁ ସିସାଙ୍କ ବଦଳରେ ପୂର୍ଣ୍ଣଚନ୍ଦ୍ର ବାକା, ବିଜେପୁରରେ ରୀତା ସାହୁଙ୍କ ବଦଳରେ ନବୀନ ପଟ୍ଟନାୟକ, ଝାରସୁଗୁଡ଼ାରେ କିଶୋର ମହାନ୍ତିଙ୍କ ବଦଳରେ ନବ କିଶୋର ଦାସ, ସୁନ୍ଦରଗଡ଼ରେ କୁସୁମ ଟେଟେଙ୍କ ବଦଳରେ ଯୋଗେଶ କୁମାର ସିଂହ, ତଳସରାରେ ବିନୟ କୁମାର ଟପ୍ପୋଙ୍କ ବଦଳରେ ଷ୍ଟିଫେନ୍ ସୋରେନ୍, ବଣାଇରେ ଦୟାନିଧି କିଷାନଙ୍କ ବଦଳରେ ରଞ୍ଜିତ କିଷାନଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଏବେ ବି ଆଉ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ବିଜେଡି ଘୋଷଣା ହୋଇପାରିନି।

ସେହିପରି ଘୋଷଣା ହୋଇଥିବା ୯ଟି ଲୋକସଭା ଆସନ ମଧ୍ୟରୁ ବିଜେଡି ୮ଟିରେ ନୂଆ ପ୍ରାର୍ଥୀ ଦେଇଛି। ବ୍ରହ୍ମପୁର ଲୋକସଭା ଆସନରେ ଚନ୍ଦ୍ରଶେଖର ସାହୁ, କଳାହାଣ୍ଡିରେ ପୁଷ୍ପେନ୍ଦ୍ର ସିଂହଦେଓ, ନବରଙ୍ଗପୁରରେ ରମେଶ ମାଝୀ, କୋରାପୁଟରେ କୌଶଲ୍ୟା ହିକକା, ଆସିକାରେ ପ୍ରିମଳା ବିଶୋଇ, କନ୍ଧମାଳରେ ଅଚ୍ୟୁତ ସାମନ୍ତ, ବରଗଡ଼ରେ ପ୍ରସନ୍ନ ଆଚାର୍ଯ୍ୟ, ସୁନ୍ଦରଗଡ଼ରେ ସୁନିତା ବିଶ୍ୱାଳଙ୍କୁ ଦଳ ପ୍ରାର୍ଥୀ କରିଛି। କେବଳ ବଲାଙ୍ଗିର ଲୋକସଭା ଆସନରେ କଳିକେଶ ସିଂହଦେଓଙ୍କୁ ବିଜେଡି ରିପିଟ୍ କରାଇଛି। ଆଜି ଘୋଷଣା ହୋଇଥିବା ଆସନ ପାଇଁ ଏପ୍ରିଲ ୧୧ ଓ ୧୮ତାରିଖରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ।



from Odisha Reporter https://ift.tt/2Y1VJPQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages