- ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 18, 2019

ପଟିଆଲା: ପଟିଆଲାରେ ଚାଲିଥିବା ୨୩ତମ ଫେଡେରେସନ୍ କପ୍ ନ୍ୟାଶନାଲ୍ ସିନିୟର ଆଥଲେଟିକ୍ସ ଚାମ୍ପିଅନଶିପରେ ଓଡ଼ିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ନିଜର ସ୍ୱର୍ଣ୍ଣିମ ସଫଳତା ଜାରି ରଖିଛନ୍ତି। ୨୦୦ ମିଟର ପରେ ଦୂତୀ ୧୦୦ ମିଟରରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସୋମବାର ମହିଳାଙ୍କ ୧୦୦ ମିଟର ଫାଇନାଲକୁ ଦୂତୀ ୧୧.୪୫ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ଇଭେଣ୍ଟରେ ତାମିଲନାଡୁର ଅର୍ଚ୍ଚନା ସୁସିନ୍ଦ୍ରାନ୍ ୧୧.୭୨ ସେକେଣ୍ଡ ସମୟରେ ଦ୍ୱିତୀୟ ସ୍ଥାନ ହାସଲ କରି ରୌପ୍ୟ ଏବଂ କେରଳର ରଙ୍ଗା କେ. ୧୧.୭୫ ସେକେଣ୍ଡ ସମୟରେ ତୃତୀୟ ସ୍ଥାନ ସହ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି।

ଚଳିତ ଚାମ୍ପିଅନଶିପରେ ଓଡ଼ିଶା ଆଉଜଣେ ମହିଳା ଆଥଲେଟ୍ ପୂର୍ଣ୍ଣିମା ହେମ୍ବ୍ରମ ହେପ୍ଟାଥଲନରେ ରୌପ୍ୟ ପଦକ ଜିତିଛନ୍ତି। ପୂର୍ଣ୍ଣିମା ମୋଟ ୫୫୭୯ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହି ଏହି ସଫଳତା ହାସଲ କରିଛନ୍ତି। ଏହି ଇଭେଣ୍ଟରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ୱେଷ୍ଟ ବେଙ୍ଗଲର ସ୍ୱପ୍ନା ବର୍ମନ ୫୯୦୧ ପଏଣ୍ଟ ସହ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ତାମିଲନାଡୁର ଏମ. ସୌମିୟା ୫୨୯୨ ପଏଣ୍ଟ ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ତେବେ ମହିଳା ୧୦୦ ମିଟର ହର୍ଡଲ୍ସରେ ଓଡ଼ିଶା ପ୍ରଜ୍ଞା ପ୍ରଶାନ୍ତି ସାହୁ ନିରାଶ କରି ଖାଲି ହାତରେ ଫେରିଛନ୍ତି। ଫାଇନାଲରେ ସେ ସପ୍ତମ ସ୍ଥାନରେ ରହିଛନ୍ତି ।



from Odisha Reporter https://ift.tt/2OaDzH4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages