ନବୀନ ପ୍ରାର୍ଥୀ ହେବା ପରେ କେମିତି ଅଛି ବିଜେପୁର ପାଣିପାଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

ନବୀନ ପ୍ରାର୍ଥୀ ହେବା ପରେ କେମିତି ଅଛି ବିଜେପୁର ପାଣିପାଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହିଞ୍ଜିଳି ବିଧାନସଭା ଆସନରୁ ନିର୍ବାଚନ ଲଢ଼ୁଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏଥର କିନ୍ତୁ ତାଙ୍କର ମୋଡ୍‌ ବଦଳିଛି। ସେ ହିଞ୍ଜିଳି ସହିତ ବରଗଡ଼ ଜିଲ୍ଲାର ବିଜେପୁର ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହେବାକୁ ଘୋଷଣା କରିଛନ୍ତି। ତେବେ ନବୀନ କାହିଁକି ବିଜେପୁରରେ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି? ବର୍ଷେ ତଳେ ଉପ-ନିର୍ବାଚନ ପ୍ରଚାର ବେଳେ ବିଜେପୁରବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ମିଳିଥିଲା, ତାହା କେତେଦୂର ପୂରଣ ହୋଇଛି? ଏସବୁ ପ୍ରସଙ୍ଗ ଏବେ ନବୀନଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ ହୋଇ ଛିଡ଼ା ହୋଇପାରେ।

ପଶ୍ଚିମ ଓଡ଼ିଶାର ବିଜେପୁର ନିର୍ବାଚନମଣ୍ଡଳୀରେ ଚା’ ଖଟିରୁ ଆରମ୍ଭ କରି ଚାଷ ଜମି, ସବୁଠି ନବୀନଙ୍କ ପ୍ରାର୍ଥିତ୍ୱକୁ ନେଇ ସରଗରମ ଆଲୋଚନା ହେଉଛି। କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପରଲୋକ ହୋଇଯିବା ପରେ ବର୍ଷକ ତଳେ ଏଠାକାର ଉପ-ନିର୍ବାଚନରେ ରାଜନୈତିକ ପାଣିପାଗ ଯେତିକି ଗରମ ଥିଲା, ତାହା ଆହୁରି ବଢ଼ିବା ନିଶ୍ଚିତ। ତେବେ ମୁଖ୍ୟମନ୍ତ୍ରୀ ଏଠୁ ପ୍ରାର୍ଥୀ ହେବାକୁ ନେଇ ବିଜେପୁରବାସୀ ଖୁସି ଅଛନ୍ତି।

ବିଜେପୁର ନିର୍ବାଚନମଣ୍ଡଳୀରେ କଳକାରଖାନା ନାହିଁ। ତେଣୁ ଚାଷ ହିଁ ବିଜେପୁରବାସୀଙ୍କର ପ୍ରମୁଖ ବିକଳ୍ପ। ଏହା ସତ୍ତ୍ୱେ ଏଠାରେ ଜଳସେଚନ, ଚକଡ଼ା ଦାଉ, ଧାନମଣ୍ଡି ସମସ୍ୟା ଓ କୃଷି ଋଣ ପରି କ୍ଷେତ୍ରରେ ଦୁର୍ଦ୍ଦଶା ଏବଂ ଶୋଷଣକୁ ନେଇ ଘାଣ୍ଟି ହେଉଛନ୍ତି ଚାଷୀ। କାଳିଆ ଯୋଜନାରେ ପ୍ରକୃତ ଚାଷୀଙ୍କୁ ଅର୍ଥ ମିଳୁନି। ଶାସକ ଦଳ ସମର୍ଥକମାନେ ଏହାର ଫାଇଦା ନେଉଥିବା ଅଭିଯୋଗ ହେଉଛି। ତେବେ କୌଳିକ ବୃତ୍ତିକୁ କାଁ ଭାଁ ପ୍ରୋତ୍ସାହନ ମିଳିଥିବା ସ୍ଥାନୀୟ ବୁଣାକାରମାନେ କହିଥିବା ବେଳେ ମୁଖ୍ୟମନ୍ତ୍ରୀ ଜିତିଲେ ବିଜେପୁରର ଅଧିକ ବିକାଶ ହେବ ବୋଲି ଆଶା କରିଛନ୍ତି ଅଞ୍ଚଳବାସୀ।

ବିଜେପୁର ଏନ୍‌ଏସି, ବରପାଲିର ୭ଟି ପଞ୍ଚାୟତ ଓ ଗାଇସିଲେଟ୍‌ ବ୍ଲକକୁ ନେଇ ଗଠିତ ବିଜେପୁର ନିର୍ବାଚନ ମଣ୍ଡଳୀ ଦୀର୍ଘ ବର୍ଷ ଧରି କଂଗ୍ରେସ କବ୍‌ଜାରେ ରହିବା ପରେ ଗତବର୍ଷ ବିଜେଡି ଖାତାକୁ ଆସିଥିଲା। ଗତ ଉପନିର୍ବାଚନ ବେଳେ ବିଜେପୁର ପାଇଁ ସବୁଠୁ ବଡ଼ ପ୍ରତିଶ୍ରୁତି ଥିଲା, ୧୨୫୦ କୋଟି ଟଙ୍କାର ଗଙ୍ଗାଧର ମେହେର ସେଚ ପ୍ରକଳ୍ପ କାମ। ଏହି ପ୍ରକଳ୍ପ କାମ କେତେ ଆଗେଇଛି? ପ୍ରକୃତରେ କାମ ଧିମା ଗତିରେ ଚାଲିଥିବା ଲୋକେ କହିଛନ୍ତି। ତେବେ ଏଥର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ବିଜେପୁର ବାସୀଙ୍କୁ କେଉଁ ନୂଆ ପ୍ରତିଶ୍ରୁତି ଦେବେ ତା ଉପରେ ରହିବ ନଜର।



from Odisha Reporter https://ift.tt/2Y67Gnw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages