ମାସୁଦକୁ ଆତଙ୍କୀ ଘୋଷଣା କରିବ ୟୁରୋପ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

ମାସୁଦକୁ ଆତଙ୍କୀ ଘୋଷଣା କରିବ ୟୁରୋପ!

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦରେ ଚୀନ୍‌ ଯୋଗୁ ଆତଙ୍କବାଦୀ ଘୋଷଣା ହେବାରୁ ବର୍ତ୍ତି ଯାଇଥିବା ଜୈଶ-ଏ-ମହମ୍ମଦ ପ୍ରତିଷ୍ଠାତା ମାସୁଦ ଆଝାରର ଅଡ଼ୁଆ ବଢ଼ିଛି। ମାସୁଦ୍‌କୁ ଆତଙ୍କବାଦୀ ଘୋଷଣା କରିବାକୁ ପୂରା ୟୁରୋପିୟାନ୍‌ ୟୁନିଅନ୍‌ ଆଲୋଚନା ଚଳାଇଥିବା ଜଣାପଡ଼ିଛି।

ଫ୍ରାନ୍ସ ପ୍ରଥମେ ମାସୁଦର ସମ୍ପତ୍ତି ଜବତ କରିବାକୁ ନିଷ୍ପତ୍ତି ନେଇଥିଲା। ଏବେ ୟୁରୋପ ସଂଘ ମାସୁଦକୁ ଆତଙ୍କୀ ଘୋଷଣା କରିବାକୁ ଘନଘନ ବୈଠକ କରୁଥିବା ଜର୍ମାନୀର ରାଷ୍ଟ୍ରଦୂତଙ୍କ ମୁଖପାତ୍ର କହିଛନ୍ତି। ସେ କହିଛନ୍ତି, ୟୁରୋପ ସଂଘରେ ୨୮ଟି ଦେଶ ରହିଛନ୍ତି। ସମସ୍ତେ ମାସୁଦର କାର୍ଯ୍ୟ ସମ୍ପର୍କରେ ଅବଗତ ଅଛନ୍ତି।

ତେଣୁ ଏବେ ସେମାନେ ମାସୁଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାକୁ ଆତଙ୍କୀ ଘୋଷଣା କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଯେହେତୁ ସଂଘରେ ୨୮ଟି ରାଷ୍ଟ୍ର ରହିଛନ୍ତି, ତେଣୁ ଆଲୋଚନା ପାଇଁ ସମୟ ଲାଗିବ। ସମସ୍ତେ ଏକମତ ହୋଇଗଲା ପରେ ମାସୁଦକୁ ଆତଙ୍କବାଦୀ ଘୋଷଣା କରାଯିବ ବୋଲି ସେ କହିଛନ୍ତି।

ଚୀନ୍‌ ଜାତିସଂଘରେ ମାସୁଦକୁ ବିଶ୍ୱସ୍ତରୀୟ ଆତଙ୍କୀ ଘୋଷିତ ହେବାରୁ ରକ୍ଷା କରିଦେଇଥିଲା। ଏହାପରଠାରୁ ହିଁ ୟୁରୋପ ସଂଘ ମାସୁଦକୁ କଳାତାଲିକାଭୁକ୍ତ କରିବା ସହ ଆତଙ୍କୀ ଘୋଷଣା କରିବାକୁ ବୈଠକ ଆରମ୍ଭ କରିଛି। ମାସୁଦକୁ ଆତଙ୍କୀ ଘୋଷଣା କରିବାକୁ ଫ୍ରାନ୍ସ ପ୍ରସ୍ତାବ ଆଣିଥିଲା। ଏହାପରେ ଫ୍ରାନ୍ସ ସରକାର ମାସୁଦର ସମ୍ପତ୍ତି ଜବତ କରିବା ସହ ସମସ୍ତ ୟୁରୋପୀୟ ରାଷ୍ଟ୍ରରେ ତା’ର ଭ୍ରମଣ ଉପରେ ରୋକ ଲଗାଇବାକୁ ପ୍ରୟାସ କରାଯିବ ବୋଲି କହିଥିଲେ।



from Odisha Reporter https://ift.tt/2HyhSQO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages