ନିର୍ବାଚନ ପ୍ରଚାର ଉପରେ ଲଗାମ୍: ଇସି ଓ ସୋଶାଲ୍‌ ମିଡିଆ ମୁଖ୍ୟଙ୍କ ବୈଠକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

ନିର୍ବାଚନ ପ୍ରଚାର ଉପରେ ଲଗାମ୍: ଇସି ଓ ସୋଶାଲ୍‌ ମିଡିଆ ମୁଖ୍ୟଙ୍କ ବୈଠକ

ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନର ପ୍ରଚାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ବିଭିନ୍ନ ସୋଶାଲ୍‌ ମିଡିଆ ଫ୍ଲାଟଫର୍ମର ମୁଖ୍ୟଙ୍କ ସହ ବୈଠକ କରିଛନ୍ତି।

ଏହି ବୈଠକରେ ଫେସବୁକ୍‌ ଓ ଟ୍ୱିଟର ଭଳି ସଂସ୍ଥାର ପ୍ରତିନିଧିମାନେ ରହିଥିଲେ। ଦେଶରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ସୋଶାଲ୍‌ ମିଡିଆରେ ଜନପ୍ରତିନିଧି ଓ ପ୍ରାର୍ଥୀମାନେ ଯେଉଁଭଳି ପ୍ରଚାର କରୁଛନ୍ତି, ତାକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ରହିଛି ବୋଲି ନିର୍ବାଚନ କମିଶନର ଶ୍ରୀ ଅରୋରା କହିଛନ୍ତି।

ରାଜନେତାମାନେ ସୋଶାଲ ମିଡିଆରେ ଭୋଟ୍‌ରଙ୍କୁ ଆକୃଷ୍ଟ କରିବା ଭଳି ପ୍ରଚାର କରୁଛନ୍ତି। ସେମାନେ ସୋଶାଲ୍‌ ମିଡିଆ ପ୍ଲାଟଫର୍ମର ଅପବ୍ୟବହାର କରୁଥିବା ଅଭିଯୋଗ କରି ସିଏଏସ୍‌ସି ପକ୍ଷରୁ ଇସିଙ୍କୁ ନୋଟିସ୍‌ କରାଯାଇଥିଲା। ଏଗୁଡ଼ିକ ବନ୍ଦ କରିବାକୁ ନୋଟିସ୍‌ରେ ମଧ୍ୟ କୁହାଯାଇଥିଲା।

ଏହି ନୋଟିସ୍‌ ପାଇବା ପରେ ଶ୍ରୀ ଅରୋରା ସମସ୍ତଙ୍କ ସହ ବୈଠକ କରିଛନ୍ତି। ନିର୍ବାଚନ ସମୟରେ ଯେମିତି ରାଜନେତାମାନେ ସୋଶାଲ୍‌ ମିଡିଆର ଅପବ୍ୟବହାର କରିପାରିବେ ନାହିଁ, ସେ ସମ୍ପର୍କରେ ଆଜିର ବୈଠକରେ ଆଲୋଚନା କରାଯାଇଛି।

ରାଜନେତାମାନେ ସୋଶାଲ୍‌ ମିଡିଆରେ କୌଣସି ଉତ୍ତେଜନାମୂଳକ ବୟାନ ଦେଇ ପାରିବେ ନାହିଁ। ସେହିପରି ଯବାନଙ୍କ ଫଟୋକୁ କୌଣସି ପ୍ରାର୍ଥୀ ନିଜର ପ୍ରଚାର ପାଇଁ ବ୍ୟବହାର କରିପାରିବେ ନାହିଁ।

ସେହିପରି ସତ୍ୟତା ନଥିବା କୌଣସି ବିଷୟବସ୍ତୁକୁ ମଧ୍ୟ ରାଜନେତାମାନେ ସୋଶାଲ୍‌ ମିଡିଆରେ ପୋଷ୍ଟ କରିପାରିବେ ନାହିଁ ବୋଲି ଶ୍ରୀ ଅରୋରା କହିଥିଲେ। ସୋଶାଲ୍‌ ମିଡିଆ ପ୍ରତିନିଧିମାନେ ଏସବୁ ବିଷୟବସ୍ତୁ ଉପରେ ଧ୍ୟାନ ଦେବାକୁ ଆଜିର ବୈଠକରେ କୁହାଯାଇଛି।



from Odisha Reporter https://ift.tt/2HGOU0u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages