
କୋଲକାତା: ବିଶ୍ୱକପ୍ ପ୍ରସ୍ତୁତିରେ ଲାଗିଥିବା ଟିମ୍ ଇଣ୍ଡିଆ ପେସ୍ ବୋଲର ମହମ୍ମଦ ସାମି ପୁଣିଥରେ ଅଡୁଆରେ ପଡ଼ିଯାଇଛନ୍ତି। ସାମିଙ୍କ ପତ୍ନୀ ହସିନ୍ ଜାହାନ ପୁଣିଥରେ ନିଜ ସ୍ବାମୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ଆଧାରରେ କୋଲକାତା ପୁଲିସ୍ ଗୁରୁବାର ସାମିଙ୍କ ବିରୋଧରେ ଦୁଇଟି ମାମଲାର ଚାର୍ଜଶିଟ୍ ଦାଖଲ କରିଛି। ସାମିଙ୍କ ବିରୋଧରେ ଆଇପିସି ଧାରା ୪୯୮-ଏ (ଯୌତୁକ ନିର୍ଯାତନା) ଓ ୩୫୪-ଏ (ଯୌନ ନିର୍ଯାତନା) ଅନୁଯାୟୀ ଅଭିଯୋଗ ହୋଇଛି। କେବଳ ସାମି ନୁହେଁ ବରଂ ତାଙ୍କ ଭାଇ ହସିବ ଅହମ୍ମଦଙ୍କ ନାମରେ ମଧ୍ୟ ହସିନ୍ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପରେ ସାମିଙ୍କୁ ଏବେ ଆଇପିଏଲ୍ ଓ ଜାତୀୟ ଦଳ ପକ୍ଷରୁ ଖେଳିବାରେ ସମସ୍ୟା ହୋଇପାରେ।
ଆସନ୍ତା ୨୩ ତାରିଖରୁ ଆଇପିଏଲ୍ ଆରମ୍ଭ ହେବାକୁ ଯାଉଛି ଏବଂ ଏହା ପରେ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆ ଇଂଲଣ୍ଡ ଗସ୍ତ କରିବ। ବର୍ତ୍ତମାନ ସାମି ଭଲ ଫର୍ମରେ ଥିବାରୁ ବିଶ୍ୱକପରେ ତାଙ୍କ ସ୍ଥାନ ପ୍ରାୟତଃ ପକ୍କା ହୋଇସାରିଛି। ଏଭଳି ସ୍ଥିତିରେ ତାଙ୍କ ବିରୋଧରେ ଲାଗିଥିବା ଏହି ଅଭିଯୋଗରେ କେତେ ସତ୍ୟତା ରହିଛି, ତାହା ଆଗାମୀ ଦିନରେ ଜଣାପଡ଼ିବ।
ସୂଚନାଯୋଗ୍ୟ, ଗତ ବର୍ଷ ଦକ୍ଷିଣ ଆଫ୍ରିକା ଗସ୍ତ ପରେ ସାମି ଓ ହସିନଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ହସିନ୍ ସାମିଙ୍କ ବିରୋଧରେ ଘରୋଇ ହିଂସା, ବିବାହ ପରେ ପରକିୟା ପ୍ରୀତି ଏବଂ ମ୍ୟାଚ୍ ଫିକ୍ସିଂ ଆଦି ଅଭିଯୋଗ ଆଣିଥିଲେ। ମ୍ୟାଚ୍ ଫିକ୍ସିଂ ମାମଲାର ତଦନ୍ତ ବର୍ତ୍ତମାନ ଜାରି ରହିଛି। ତେବେ ବିସିସିଆଇ ସାମିଙ୍କୁ ଏହି ମାମଲାରେ କ୍ଲିନଚିଟ୍ ଦେଇସାରିଛି।
from Odisha Reporter https://ift.tt/2UEpKTK
No comments:
Post a Comment