ଶେଷରେ ପୁଲିସ୍ ହାତରେ ଧରା ପଡ଼ିଲା ବିଜୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

ଶେଷରେ ପୁଲିସ୍ ହାତରେ ଧରା ପଡ଼ିଲା ବିଜୟ

bijaya

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ାରେ ପୁଲିସ୍ ଏନ୍‌କାଉଣ୍ଟରରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ତଥା ସାର୍ପ ସୁଟର୍ ବିଜୟ ନାୟକ। ତା’ ବାମ ଗୋଡ଼ରେ ଦୁଇଟି ଗୁଳି ବାଜିଛି। ତା’ ନିକଟରୁ ପୁଲିସ୍‌ ଗୋଟିଏ ମାଉଜର୍‌, ଗୁଳି ଓ ବାଇକ୍ ଜବତ କରିଛି। ତା’ସହିତ ତା’ଠାରୁ ଏକ ନକଲି ଭୋଟ୍ ପରିଚୟ ପତ୍ର ବି ଜବତ କରାଯାଇଛି।

କେନ୍ଦ୍ରାପଡ଼ାର କଜଳା ନିକଟରେ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଏହି ଏନ୍‌କାଉଣ୍ଟର ହୋଇଥିଲା।

ବିଜୟ ଚଉଁରି ବରହମ୍‌ପୁରରେ ଥିବା ତା’ ଘରକୁ ଯାଉଥିବା ନେଇ ପୁଲିସ୍‌କୁ ଖବର ମିଳିଥିଲା। ଏହା ପରେ କେନ୍ଦ୍ରାପଡ଼ା ସଦର ପୁଲିସ୍‌ ଓ ସ୍ପେଶାଲ୍ ସ୍କ୍ୱାଡ୍‌ ପକ୍ଷରୁ ମିଳିତ ଅପରେସନ୍ କରାଯାଇଥିଲା।

ପୁଲିସ୍‌କୁ ଦେଖିବା ମାତ୍ରେ ବିଜୟ ଗୁଳି ଚଳାଇଥିଲା। ତେଣୁ ପୁଲିସ୍‌ ପାଲଟା ଗୁଳି ଚଳାଇଥିଲା। ପୁଲିସ୍‌ ଗୁଳିରେ ସେ ଆହତ ହୋଇଥିଲା। ତାକୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାକୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଦୀର୍ଘ ବର୍ଷ ଧରି ବିଜୟ ରୂପ ବଦଳାଇବା ସହ ନକଲି ପରିଚୟ ପତ୍ର ମାଧ୍ୟମରେ ପୁଲିସ୍‌କୁ ଚକ୍‌ମା ଦେଇ ଆସୁଥିଲା।

୨୦୦୯ ମସିହାରେ ଗ୍ୟାଙ୍ଗଷ୍ଟର ଶେଖ୍‌ ସୁଲେମାନ୍ ହତ୍ୟାକାଣ୍ଡ ମାମଲାରେ ବିଜୟ ହେଉଛି ଅଭିଯୁକ୍ତ। ଏହି ହତ୍ୟାକାଣ୍ଡ ପରଠୁ ସେ ଫେରାର ଥିଲା। ସେ ଟିଟୋର ସହଯୋଗୀ ଭାବେ କାମ କରିବା ସହ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଅପରାଧିକ ମାମଲାରେ ସଂପୃକ୍ତ ଥିଲା। ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ପୁଲିସ୍‌ ବି ତାକୁ ଖୋଜୁଥିଲା।

ହତ୍ୟା, ବ୍ୟାଙ୍କ ଡକାୟତି, ଗୁଳିମାଡ଼ ଓ ଲୁଟ୍ ଭଳି ବିଭିନ୍ନ ସଙ୍ଗୀନ ମାମଲାରେ ବିଜୟର ସଂପୃକ୍ତି ରହିଛି।



from Odisha Reporter https://ift.tt/2H19etJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages