
କେନ୍ଦୁଝର(ଓଡ଼ିଶା ରିପୋର୍ଟର): ପ୍ରସିଦ୍ଧ ତନ୍ତ୍ର ପୀଠ ମା’ ତାରିଣୀଙ୍କ ମନ୍ଦିର। କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀଙ୍କୁ ଦର୍ଶନ କରିବା ପାଇଁ ଓଡ଼ିଶାର କୋଣ ଅନୁକୋଣରୁ ତଥା ଓଡ଼ିଶା ବାହାରୁ ଅନେକ ପର୍ଯ୍ୟଟକ ଆସନ୍ତି। । ଆଉ ଯିଏ ମାଆଙ୍କ ପାଖକୁ ଆସି ନ ପାରନ୍ତି ସେ ଶ୍ରଦ୍ଧାରେ ମାଆଙ୍କ ପାଇଁ ନଡ଼ିଆଟିଏ ପଠାଇ ଦେଇଥାଏ।
ମାଆ ତାରିଣୀ ହେଉଛନ୍ତି ଅଖଣ୍ଡ ବିଶ୍ୱାସ ଓ ଭକ୍ତିର ପ୍ରତୀକ। କୀମ୍ବଦନ୍ତି ଅନୁସାରେ, ୧୪୮୦ ମସିହାରେ କେନ୍ଦୁଝରର ତତ୍କାଳୀନ ମହାରାଜା ଗୋବିନ୍ଦ ଭଞ୍ଜଦେଓ ଥିଲେ ଗଜପତି ମହାରାଜା ପୁରୁଷୋତ୍ତମ ଦେବଙ୍କର କାଞ୍ଚି ଅଭିଯାନର ସେନାପତି। ବିଜୟ ଲାଭ ପରେ ଗଜପତିଙ୍କ ସହମତିରେ ଗୋବିନ୍ଦ ଭଞ୍ଜ କାଞ୍ଚିର ମାଆ ତାରିଣୀଙ୍କୁ କେନ୍ଦୁଝରକୁ ଅଣାଇଥିଲେ। ଏ ସମ୍ପର୍କରେ ମଧ୍ୟ ଚମତ୍କାର ଲୋକକଥା ଅଛି।

ମାଆ ତାରିଣୀଙ୍କ ସୂରୁପକୁ ଦେଖିଲେ ମନେ ହୁଏ ମାଆ ହେଉଛନ୍ତି ସ୍ୱୟଂ ଆଦିବାସୀ ସଂସ୍କୃତିର ପ୍ରତୀକ। ଯେଉଁମାନେ ସେଠାକୁ ଦର୍ଶନ କରିବାକୁ ନ ଆସି ପାରନ୍ତି ସେମାନେ ଯେ କୌଣସି ଯାନ ବାହାନରେ ମାଆଙ୍କ ପାଖକୁ ନଡ଼ିଆଟିଏ ପଠାଇ ଦେଇଥାଏ। ଆଉ ସେହି ନଡ଼ିଆ ମାଆଙ୍କ ପାଖରେ ଆସି ପହଞ୍ଚି ଯାଇଥାଏ।
ରାଜ୍ୟର କୋଣ ଅନୁକୋଣରୁ ଏତେ ସଂଖ୍ୟାରେ ନଡ଼ିଆ ଆସେ ଯେ, ସେ ସବୁକୁ ମହଜୁଦ କରି ରଖିବାକୁ ଏବଂ ସେଥିରୁ କତାଗୁଡ଼ିକୁ ବାହାର କରିବା ପାଇଁ ମନ୍ଦିର ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥାଏ।

ରାଜଧାନୀ ଭୁବନେଶ୍ୱରରୁ ଘଟଗାଁ ମାଆ ତାରିଣୀଙ୍କ ପୀଠ ୧୮୦ କିମି। ଏହା କେନ୍ଦୁଝର ସହରରୁ ପ୍ରାୟ ୫୦ କିମି ଦୂର । ବାଟହରିଚନ୍ଦନପୁର ହେଉଛି ଘଟଗାଁର ନିକଟତମ ରେଲୱେ ଷ୍ଟେସନ୍। ଯାହା ଘଟଗାଁରୁ ମାତ୍ର ୧୭ କିମି ଦୂରରେ ଅବସ୍ଥିତ। ଆପଣ ଚାହିଁଲେ ନିୟମିତ ଚଳାଚଳ କରୁଥିବା ଯାତ୍ରୀବାହି ବସ୍ କିମ୍ବା ଟ୍ରେନ୍ରେ ସେଠାକୁ ଯାଇ ପାରିବେ।
ବ୍ୟସ୍ତ ଜୀବନ ଭିତରୁ କେବେ ଏହି ପର୍ଯ୍ୟଟନସ୍ଥଳୀକୁ ଯାଇ ଥରେ ବୁଲିଆସନ୍ତୁ।
from Odisha Reporter https://ift.tt/2UsORsN
No comments:
Post a Comment