ଘରୁ ନକାରାତ୍ମକ ଶକ୍ତି ଦୂର ପାଇଁ ପଢ଼ନ୍ତୁ କିଛି ଟିପ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

ଘରୁ ନକାରାତ୍ମକ ଶକ୍ତି ଦୂର ପାଇଁ ପଢ଼ନ୍ତୁ କିଛି ଟିପ୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଆପଣଙ୍କ ଘରେ ଯଦି ନକାରାତ୍ମକ ଶକ୍ତି ରୁହେ, ତେବେ ଏହା ପରିବାର ଉପରେ କୁପ୍ରଭାବ ପକାଇଥାଏ। ଉଭୟ ଆର୍ଥିକ ଓ ସ୍ୱାସ୍ଥ୍ୟ ପାଇଁ ଏହା ହାନିକାରକ ହୋଇଥାଏ। ଘରର ସୁଖ, ଶାନ୍ତି ବିଗିଡ଼ିଯାଏ। ପରିବାରର ସଦସ୍ୟଙ୍କ ମଧ୍ୟରେ କଳହ ଓ ମତଭେଦ ସୃଷ୍ଟି ହୋଇଥାଏ। ତେବେ ଘରୁ ଏହି ନକାରାତ୍ମକ ଶକ୍ତିକୁ ଦୂର ପାଇଁ ମଧ୍ୟ କିଛି ବିକଳ୍ପ ବ୍ୟବସ୍ଥା ରହିଛି। ଯାହାକୁ ଆମେ ବାସ୍ତୁ ନିୟମ ବୋଲି କହିଥାଉ। ତେବେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡ଼ିକ କ’ଣ କ’ଣ।

୧- ଘରର ପ୍ରବେଶ ଦ୍ୱାରରେ ସ୍ୱସ୍ତିକ, ଓଁ ଅବା ଶୁଭ-ଲାଭ ଚିହ୍ନ ଆଙ୍କନ୍ତୁ। ଏହା ଘର ପାଇଁ ଶୁଭ ହୋଇଥାଏ।

୨- ଘରର ମୁଖ୍ୟ ଦ୍ୱାର ଦକ୍ଷିଣ ଦିଗକୁ ମୁହଁ କରିବା ଉଚିତ ନୁହେଁ। ଯଦି ମୁଖ୍ୟ ଦ୍ୱାରା ଦକ୍ଷିଣ ଦିଗକୁ ମୁହଁ କରିଛି, ତା’ହେଲେ ତା’ ସମ୍ମୁଖରେ ଏକ ଦର୍ପଣ ଲଗାଇ ଦିଅନ୍ତୁ। ଘରେ ନକାରାତ୍ମକ ଶକ୍ତିର ପ୍ରଭାବ ପଡ଼ିବ ନାହିଁ।

୩- ଡ୍ରଇଁ ରୁମ୍‌ କିମ୍ବା ଷ୍ଟଡି ରୁମ୍‌କୁ ସବୁବେଳେ ସବୁଜ ଗଛରେ ସଜାନ୍ତୁ। ଏହା ଦ୍ୱାରା ଘର ଉପରେ ସକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ ଓ ପରିବାରରେ କଳିଝଗଡ଼ା ହୁଏ ନାହିଁ।

୪- ରୋଷେଇ ଘରର ଆଲମାରୀରେ ଠାକୁର ରଖନ୍ତୁ ନାହିଁ। ଏହାକୁ ଅଶୁଭ ମନାଯାଏ।

୫- ଘରର ମୁଖ୍ୟ ଦ୍ୱାର ଓ ଠାକୁର ଘର ପାଖରେ ଶୌଚାଳୟ କରନ୍ତୁ ନାହିଁ। ଏହା ଦ୍ୱାରା ଧନହାନି ହୋଇଥାଏ। ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ।

୬- କବାଟ ଖୋଲିଲା ବେଳେ ବା ବନ୍ଦ କଲା ବେଳେ ଶବ୍ଦ ହେଉଥିଲେ ଅଶୁଭ ବୋଲି କୁହାଯାଏ। ତେଣୁ କବଜାରେ ତେଲ ଦିଅନ୍ତୁ। କବାଟ ଆଉ ଶବ୍ଦ କରିବ ନାହିଁ।



from Odisha Reporter https://ift.tt/2NNnXt6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages