ଭାରତକୁ ବିଜୟ ଦେଲେ ଧୋନି ଓ କେଦାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 2, 2019

ଭାରତକୁ ବିଜୟ ଦେଲେ ଧୋନି ଓ କେଦାର

ହାଇଦ୍ରାବାଦ: କେଦାର ଯାଦବ ଓ ମହେନ୍ଦ୍ର ସିଂହ ଧୋନିଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ଟିମ୍ ଇଣ୍ଡିଆ ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରି ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି ।

ରାଜୀବ ଗାନ୍ଧି ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭମ୍ରଣକାରୀ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୩୬ ରନ୍ କରଥିଲା । ଜବାବରେ ଭାରତ ୪୮.୨ ଓଭରରେ ୪ ୱିକେଟ୍ ହରାଇ ୨୪୦ ରନ୍ କରି ବିଜୟୀ ହୋଇଛି । ଭାରତ ପକ୍ଷରୁ କେଦାର (୮୧) ଓ ଧୋନି (୫୯) ପଞ୍ଚମ ୱିକେଟ୍ ପାଇଁ ଅପରାଜିତ ୧୩୮ ରନ୍‌ର ବିଜୟୀ ଭାଗୀଦାରୀ କରିଥିଲେ । କେଦାର ନିଜର ଦମଦାର ଇନିଂସ୍ ପାଇଁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

ଏହି ଚ୍ୟାଲେଞ୍ଜିଂ ଲକ୍ଷ୍ୟର ପିଛା କରୁଥିବା ଭାରତ ଦ୍ୱିତୀୟ ଓଭରରେ ହିଁ ଓପ୍ନର ଶିଖର ଧୱନ୍ (୦)ଙ୍କ ୱିକେଟ୍ ହରାଇଥିଲା । ଏହା ପରେ ରୋହିତ ଓ ଅଧିନାୟକ ବିରାଟ କୋହଲି ଦ୍ୱିତୀୟ ୱିକେଟ୍ ପାଇଁ ୭୬ ରନ୍ ଯୋଡ଼ିଥିଲେ ହେଁ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । କୋହଲି ୪୪ ରନ୍ କରି ଆଡାମ ଜାମ୍ପାଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିବା ବେଳେ ରୋହିତ (୩୭)ଙ୍କୁ ନେଥନ କୁଲ୍ଟର-ନାଇଲ୍ ପ୍ୟାଭିଲିୟନ୍ ପଠାଇ ଅଷ୍ଟ୍ରେଲିଆକୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିଥିଲେ ।

ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଅମ୍ବାତି ରାୟୁଡୁ (୧୩)ଙ୍କୁ ଅଉଟ୍ କରି ଜାମ୍ପା ଭାରତର ୱିକେଟ୍ ପତନ କରାଇଥିଲେ।୯୯ ରନରେ ଭାରତର ଶୀର୍ଷ ୪ ୱିକେଟ୍ ନେଇ ଅଷ୍ଟ୍ରେଲିଆ ଦୃଢ଼ ସ୍ଥିତିରେ ରହିଥିଲା । କିନ୍ତୁ ଧୋନି ଓ କେଦାର କଙ୍ଗାରୁ ଦଳର ବିଜୟ ଆଶାକୁ ଧୂଳିସାତ କରିଦେଇଥିଲେ। ଦୁହେଁ ପରିସ୍ଥିତି ଅନୁଯାୟୀ ବ୍ୟାଟିଂ କରି ସ୍କୋରକୁ ଧୀରେ ଧୀରେ ଆଗକୁ ନେଇଥିଲେ ଏବଂ ୪୮.୨ ଓଭରରେ ଭାରତକୁ ବିଜୟୀ କରାଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ କୁଲ୍ଟର-ନାଇଲ୍ ଓ ଜାମ୍ପା ୨ଟି ଲେଖାଏ ୱିକେଟ୍ ନେଇଥିଲେ ।

ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ଝଟକା ଲାଗିଥିଲା । ଟି-୨୦ ସିରିଜରେ ଫେଲ୍ ମାରିଥିବା ଅଧିନାୟକ ଆରୋନ୍ ଫିଞ୍ଚ୍ ଖାତା ଖୋଲିବାକୁ ସମର୍ଥ ହୋଇନଥିଲେ । ତାଙ୍କୁ ଭାରତର ଏକ ନମ୍ବର ପେସ୍ ବୋଲର ଜସପ୍ରୀତ ବୁମ୍ରା ଆଉଟ୍ କରିଥିଲେ ।
ଉସମାନ୍ ଖ୍ୱାଜା ଓ ମାର୍କସ୍ ଷ୍ଟୋଇନିସ୍ ୮୭ ରନର ଉପଯୋଗୀ ଭାଗୀଦାରୀ କରି ଟିମ୍ ସ୍ଥିତି ସୁଧାରିଥିଲେ ହେଁ, ତାହା ଦଳ ପାଇଁ ଯଥେଷ୍ଟ ନଥିଲା।

ଷ୍ଟୋଇନିସ୍ ୩୭ ରନ୍ କରି କେଦାର ଯାଦବଙ୍କ ବଲରେ ଆଉଟ୍ ହୋଇଥିବା ବେଳେ ଖ୍ୱାଜା (୫୦) ଅର୍ଦ୍ଧଶତକ ମାରିବା ପରେ ପରେ କୁଲଦୀପ ଯାଦବଙ୍କ ଶିକାର ହୋଇଥିଲେ । ଏହା ପରେ ସବୁ ଦାୟିତ୍ୱ ପିଟର୍ ହ୍ୟାଣ୍ଡସ୍କମ୍ବ ଓ ଅଭିଜ୍ଞ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଉପରକୁ ଚାଲିଆସିଥିଲା ।

ଦୁହେଁ ମଧ୍ୟ ଧୀରେ ଧୀରେ ସ୍କୋରକୁ ଆଗକୁ ବଢ଼ାଇବା ସହ ଭଲ ଭାଗୀଦାରୀ କରିଆସୁଥିଲେ । କିନ୍ତୁ କୁଲଦୀପଙ୍କ ସ୍ପିନକୁ ବୁଝିନପାରି ହ୍ୟାଣ୍ଡସ୍କମ୍ବ (୧୯) ମହେନ୍ଦ୍ର ସିଂହ ଧୋନିଙ୍କ ଦ୍ୱାରା ଷ୍ଟମ୍ପିଂ ହୋଇ ପ୍ୟାଭିଲିୟନ୍ ଫେରିଥିଲେ । ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆରେ ଦମଦାର ବୋଲିଂ କରିଥିବା ମହମ୍ମଦ ସାମି ନିଜର ଦ୍ୱିତୀୟ ସ୍ପେଲରେ ମ୍ୟାକ୍ସୱେଲ୍ (୪୦) ଓ ଆଷ୍ଟନ୍ ଟର୍ଣ୍ଣର (୧୯)ଙ୍କୁ କ୍ଲିନ୍ ବୋଲ୍ଟ କରି ଭାରତର ସ୍ଥିତିକୁ ମଜଭୁତ୍ କରିଥିଲେ ।

ମ୍ୟାକ୍ସୱେଲ ନିଜର ଟି-୨୦ ଫର୍ମ ଏଠାରେ ବଜାୟ ରଖିଥିଲେ ହେଁ, ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ତେବେ ଶେଷଭାଗରେ ଆଲେକ୍ସ କ୍ୟାରି ଓ କୁଲ୍ଟର-ନାଇଲ୍ ସପ୍ତମ ୱିକେଟ୍ ପାଇଁ ୬୨ ରନ୍ ଯୋଡ଼ି ଅଷ୍ଟ୍ରେଲିଆକୁ ୨୩୬ ରନର ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ । କ୍ୟାରି ୩୬ ରନ୍ କରି ଅପରାଜିତ ଥିବା ବେଳେ କୁଲ୍ଟର-ନାଇଲ୍ ୨୮ ରନ୍ କରି ବୁମ୍ରାଙ୍କ ଶିକାର ହୋଇଥିଲେ । ଭାରତ ପକ୍ଷରୁ ମହମ୍ମଦ ସାମି, ଜସପ୍ରୀତ ବୁମ୍ରା ଓ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ।



from Odisha Reporter https://ift.tt/2VqatpE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages