ୱାଲଟିୟର୍‌ ଡିଭିଜନ୍‌ ଉଠାଇ ନେବା ବିରୁଦ୍ଧରେ ବିଜେଡିର ବିକ୍ଷୋଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 2, 2019

ୱାଲଟିୟର୍‌ ଡିଭିଜନ୍‌ ଉଠାଇ ନେବା ବିରୁଦ୍ଧରେ ବିଜେଡିର ବିକ୍ଷୋଭ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବତଟ ରେଳବାଇ ଅଧୀନରୁ ୱାଲଟିୟର୍‌ ଡିଭିଜନକୁ କାଢ଼ି ନେବା ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ଓ ଧାରଣା ଦିଆଯାଇଛି। କେନ୍ଦ୍ର ସରକାର ତୁରନ୍ତ ନିଜର ଏଭଳି ଓଡ଼ିଶା ବିରୋଧୀ ମନୋଭାବ ପରିହାର ନକଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ବିଜେଡି ଚେତାବନୀ ଦେଇଛି।

ଆଜି ଭୁବନେଶ୍ୱରସ୍ଥିତ ପୂର୍ବତଟ ରେଳବାଇ ମୁଖ୍ୟ ଦପ୍ତର ସମ୍ମୁଖରେ ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳ ପକ୍ଷରୁ ପ୍ରତୀକାତ୍ମକ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି।

ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର ଓ ମହିଳା ବିଜେଡି ସଭାନେତ୍ରୀ ଡ. ମିନତୀ ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଧାରଣା ଓ ବିକ୍ଷୋଭରେ ଅଂଶଗ୍ରହଣ ଦଳର ନେତାମାନେ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ନିଷ୍ପତ୍ତିର ପୁନର୍ବିଚାର ନହେଲେ ବିଜେଡିର ଛାମୁଆ ସଂଗଠନଗୁଡିକ ଆଗାମୀ ଦିନରେ ରାଜ୍ୟବ୍ୟାପୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତି। ଗୋଟିଏ ପଟେ ଉତ୍ତର ଓ ପଶ୍ଚିମ ଓଡ଼ିଶାର ବିସ୍ତୃତ ଅଞ୍ଚଳ, ଯେଉଁଠାରୁ ଅଧିକ ପରିମାଣର କୋଇଲା ଓ ଲୁହାପଥର ରେଳ ଦ୍ୱାରା ପଠାଯାଇଥାଏ, ତାହା ପୂର୍ବପରି ବିଳାସପୁର (ଏସ୍‌ଇସିଆର୍‌) ଓ ଚକ୍ରଧରପୁର (ଏସ୍‌ଇଆର୍‌) ଡିଭିଜନ୍ ଅଧୀନରେ ପୂର୍ବବତ ରହିଥିବାରୁ ରାଜ୍ୟର ନିଜ ରାଜ୍ୟ ଭିତରୁ ସେବା ପାଇବା ଅଧିକାରରୁ ବଞ୍ଚତ ହୋଇଛନ୍ତି। ଏବେ ପୁଣି ୱାଲଟିୟର ରେଳ ଡିଭିଜନକୁ ଫାଳ ଫାଳ କରି ବୃହତ୍ତର ଅଂଶକୁ ନୂଆ ରେଳବାଇ ଜୋନ୍ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରସ୍ତାବ ଓ ପ୍ରୟାସ, ଓଡ଼ିଶାର ପୂର୍ବତଟ ରେଳବାଇ ଲାଗି ମୃତ୍ୟୁର ଘଣ୍ଟି ହୋଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ଫେବୃଆରୀ ୧୬ ତାରିଖରେ ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଏକ ପତ୍ର ଲେଖି ପୂର୍ବତଟ ରେଳବାଇରୁ ୱାଲଟିୟର ଡିଭିଜନର କିଛି ଅଂଶ କାଢ଼ି ନେଇ ଆନ୍ଧ୍ରରେ ନୂଆ ରେଳବାଇ ଜୋନ ମୁଖ୍ୟ କାର୍ଯ୍ୟାଳୟ ପ୍ରତିଷ୍ଠା ଉଦ୍ୟମର ପ୍ରତିବାଦ କରିଥିଲେ। ଏହାସହିତ ଓଡ଼ିଶାରେ ୩ଟି ନୂଆ ଡିଭିଜନ୍‌ କରିବାକୁ ପ୍ରସ୍ତାବ ଦେଇଥିଲେ। ଓଡ଼ିଶାରୁ ବାର୍ଷିକ ୨୦ ହଜାର କୋଟି ଟଙ୍କା ରାଜସ୍ୱ ପାଉଥିବା ସରକାର ଏସବୁ ନକରି ମନମୁଖୀ ୱାଲଟିୟର ଡିଭିଜନକୁ ପୂର୍ବତଟ ରେଳବାଇରୁ କାଢ଼ି ନେବା ଦୁର୍ଭାଗ୍ୟଜନକ। ଓଡ଼ିଶାକୁ ଠକିବା ପାଇଁ କେନ୍ଦ୍ରରେ କ୍ଷମତାସୀନ ବିଜେପି ଓ ବିଜେପି ନେତାମାନଙ୍କର ଏଭଳି ଉଦ୍ୟମକୁ ଉଚିତ୍ ସମୟରେ ଓଡ଼ିଶାବାସୀ ଜବାବ ଦେବେ ବୋଲି ବିଜେଡି ନେତାମାନେ କହିଛନ୍ତି।
ଆଜିର ଏହି ବିକ୍ଷୋଭ ଓ ଧାରଣାରେ ବିଧାୟକ ସଞ୍ଜୟ କୁମାର ଦାସବର୍ମା, ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ଅନନ୍ତ ନାରାୟଣ ଜେନା ଆଦିଙ୍କ ସମେତ ଯୁବ, ଛାତ୍ର ଓ ମହିଳା ବିଜେଡିର ବହୁ ସାଂଗଠନିକ କର୍ମକର୍ତ୍ତା, ବିଧାୟକ ଓ କର୍ମୀ ଅଂଶଗ୍ରହଣ କରିଥିଲେ।



from Odisha Reporter https://ift.tt/2EJl1uB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages