
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ଭାରତରେ ଛାଡ଼ିବା ପୂର୍ବରୁ ପାକିସ୍ତାନ ଏକ ଭିଡିଓ ଶୁଟିଂ କରିଥିଲା। ୧.୨୩ ମିନିଟ୍ର ସେହି ଭିଡିଓକୁ ବହୁ ଥର ଏଡିଟ କରାଯାଇଛି। ଯେଉଁରେ ଅଭିନନ୍ଦନ ପାକିସ୍ତାନ ସେନାକୁ ପ୍ରଶଂସା କରୁଥିବା ବେଳେ ଭାରତୀୟ ଗଣମାଧ୍ୟମକୁ ସମଲୋଚନା କରିଛନ୍ତି।
ପାକିସ୍ତାନର ଏପରି କାର୍ଯ୍ୟକୁ ତୀବ୍ର ନିନ୍ଦା କରିଛନ୍ତି ବଲିଉଡ୍ ଫିଲ୍ମ ନିର୍ଦ୍ଦେଶକ ତଥା ନିର୍ମାତା ମଧୁର ଭଣ୍ଡାରକର।
ଓଟିଭି ଫୋର୍ସାଇଟ୍ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି-“ପାକିସ୍ତାନ କଳାକାରଙ୍କୁ ବଲିଉଡ୍ରେ ନାଁ, ପରିଚୟ ଓ ଅର୍ଥ ମିଳିଛି। କିନ୍ତୁ ପୁଲୱମା ଆକ୍ରମଣ ଘଟଣାକୁ କୌଣସି ପାକ କଳାକାର ନିନ୍ଦା କରିନାହାନ୍ତି। ଏପରିକି ଟ୍ୱିଟ୍ କରି ନିନ୍ଦା କରିବାର ମୁଁ ଦେଖିନାହିଁ। ଯାହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ।”
ପୁଲୱମାରେ ଆତଙ୍କୀ ଆକ୍ରମଣରେ ୪୦ ସିଆର୍ପିଏଫ୍ ଯବାନ ସହିଦ୍ ହୋଇଥିଲେ। ଏହି ଘଟଣା ପରେ ଭାରତୀୟ ବାୟୁସେନା ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିଲା। ଫଳରେ ପାକିସ୍ତାନର ବହୁ ଆତଙ୍କବାଦୀ ଶିବିର ଧ୍ୱଂସ କରିଥିଲା ଭାରତୀୟ ବାୟୁସେନା।
from Odisha Reporter https://ift.tt/2VwAZOg
No comments:
Post a Comment