ପାକ୍‌ରେ ଖୋଲା ବୁଲୁଛନ୍ତି ଆତଙ୍କବାଦୀ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 14, 2019

ପାକ୍‌ରେ ଖୋଲା ବୁଲୁଛନ୍ତି ଆତଙ୍କବାଦୀ!

ଇସ୍‌ଲାମାବାଦ: ପାକିସ୍ତାନ ସରକାର ଆତଙ୍କବାଦୀଙ୍କୁ କେମିତି ନିଜ ଦେଶରେ ସୁରକ୍ଷା ଯୋଗାଇ ଦେଉଛନ୍ତି ତା’ର ଗୁମର ଆଜି ଖୋଦ୍‌ ଇସ୍‌ଲାମାବାଦରେ ଥିବା ସକ୍ରିୟ ରାଜନୀତିକ ଦଳ ପିପିପି ଖୋଲି ଦେଇଛି।

ପାକିସ୍ତାନ ସରକାର ପଡ଼ୋଶୀ ଦେଶ ଏବଂ ନିଜ ଦେଶରେ ଆତଙ୍କବାଦୀ ଆକ୍ରମଣ କରୁଥିବା ଲୋକମାନଙ୍କୁ କାହିଁକି ଗିରଫ କରୁନାହାନ୍ତି ବୋଲି ପିପିପି ନେତା ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ଆଜି ପ୍ରଶ୍ନ କରିଛନ୍ତି।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜରି ଭୁଟ୍ଟୋଙ୍କ ପୁଅ ବିଲାୱଲ ସିନ୍ଧ ବିଧାନସଭାରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି, ପାକିସ୍ତାନ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିମାନଙ୍କୁ ଦଣ୍ଡ ଦେବା ଜାଣିଛନ୍ତି। ହେଲେ ଆତଙ୍କବାଦୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି।

ଏହି ଆତଙ୍କବାଦୀମାନେ ପାକିସ୍ତାନ ମାଟିରେ ରହି ପାକିସ୍ତାନର ପିଲମାନଙ୍କୁ ହତ୍ୟା କରୁଛନ୍ତି। ଏଥିସହ ପଡ଼ୋଶୀ ରାଷ୍ଟ୍ରରେ ମଧ୍ୟ ହମ୍‌ଲା କରୁଛନ୍ତି। ପାକିସ୍ତାନ ସରକାର ଆତଙ୍କବାଦ ବିରୋଧରେ କାର୍ଯ୍ୟ କରୁଥିବା କହୁଛନ୍ତି।

ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ଥିବା ୩ ଜଣ ମନ୍ତ୍ରୀ ବ୍ୟାନ୍‌ ହୋଇଥିବା ସଂଗଠନ ସହ ଯୋଗାଯୋଗରେ ରହିଛନ୍ତି। ଏପରି ସ୍ଥିତିରେ ଆତଙ୍କବାଦୀ କାର୍ଯ୍ୟକଳାପ କେମିତି ବନ୍ଦ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି।



from Odisha Reporter https://ift.tt/2TLeFmF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages