ଡାକ୍ତରଖାନା ପରିସରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 14, 2019

ଡାକ୍ତରଖାନା ପରିସରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାଲେଶ୍ୱର (ରଣଜିତ ପାକଳ): ବାଲେଶ୍ୱର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରୁ ଆଜି ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ କିଛି ସମୟ ଧରି ସୁନହଟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସୁନହଟ ଛକରେ ଲୋକେ ଟାୟାର ଜାଳି ରାସ୍ତାରୋକ କରିଥିଲେ।

ମୃତ ବ୍ୟକ୍ତିଙ୍କ ନାଁ ସେକ୍ ଆସିରୁଦ୍ଦିନ୍‌। ସେ ଗାଡ଼ି ଚଲାଇ ପରିବାର ଚଳାଉଥିଲେ। ସେ ବାଲେଶ୍ୱର ସହରର ସୁନହଟ ଅଞ୍ଚଳରେ ରହୁଥିଲେ।

ସେକ୍ ଆତ୍ମହତ୍ୟା କରିଥିବା ପୁଲିସ୍‌ ସନ୍ଦେହ କରୁଥିବା ବେଳେ ତାଙ୍କ ମାଆ ଏହାକୁ ଗ୍ରହଣ କରିପାରୁ ନାହାନ୍ତି। ତାଙ୍କ ପୁଅକୁ କେହି ହତ୍ୟା କରି ଝୁଲାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି।

ଆଜି ସକାଳେ ଆସିରୁଦ୍ଦିନ୍‌ଙ୍କ ମୃତଦେହ ଡାକ୍ତରଖାନା ପରିସରରେ ଥିବା ଏକ ବେଲ ଗଛରେ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ସେମାନେ ଏ ନେଇ ପୁଲିସ୍‌କୁ ଖବର ଦେଇଥିଲେ। ତେବେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚିବାରେ ବିଳମ୍ୱ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ସୁନହଟ ଛକରେ ଟାୟାର ଜାଳି ରାସ୍ତାରୋକ କରିଥିଲେ।

ଟାଉନ୍‌ ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଘଟଣାର ସତ୍ୟାସତ୍ୟ ବାହାର କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ପରେ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/2JcRnCf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages