ରାଫେଲ: ଗୋପନୀୟ ଦସ୍ତାବିଜ୍ ଉପରେ ବିଶେଷାଧିକାର ଦାବି କଲେ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 14, 2019

ରାଫେଲ: ଗୋପନୀୟ ଦସ୍ତାବିଜ୍ ଉପରେ ବିଶେଷାଧିକାର ଦାବି କଲେ ସରକାର

ନୂଆଦିଲ୍ଲୀ: ରାଫେଲ ଚୁକ୍ତିର ଗୋପନୀୟ ତଥ୍ୟର ବ୍ୟବହାର ଉପରେ ରୋକ୍ ଲଗାଇବା ପାଇଁ ଏହା ଉପରେ ବିଶେଷାଧିକାର ପାଇଁ କେନ୍ଦ୍ର ସରକାର ଆଜି ସୁପ୍ରିମ୍‌କୋର୍ଟରେ ନୂତନ ଯୁକ୍ତି ଉପସ୍ଥାପନ କରିଥିବାବେଳେ ସୁପ୍ରିମ୍‌କୋର୍ଟ ଏହି ମାମଲାରରେ ରାୟ ସଂରକ୍ଷିତ ରଖିଛନ୍ତି। ସମ୍ବିଧାନ ଅଧୀନରେ ଥିବା ‘ରିଜନେବଲ୍ ରେଷ୍ଟ୍ରିକ୍‌ସନ୍‌ ଲ’ ଏବଂ ଏବଂ ସୂଚନାଧିକାର ଆଇନ ବା ଆରଟିଆଇ ଆକ୍ଟ ଅନୁଯାୟୀ ରିଭ୍ୟୁ ପିଟିସନ୍‌ ଶୁଣାଣିରୁ ଏହି ଦସ୍ତାବିଜ୍‌କୁ ବାଦ୍‌ ଦିଆଯାଇପାରିବ ବୋଲି ସରକାରଙ୍କ ପକ୍ଷରୁ ଆଜି ଯୁକ୍ତି ରଖାଯାଇଥିଲା।

କିନ୍ତୁ ଏହାର ଉତ୍ତରରେ କୋର୍ଟ ସରକାରୀ ଓକିଲଙ୍କୁ ପ୍ରଶ୍ନ କରିଥିଲେ, ଆରଟିଆଇ ଆକ୍ଟର ଏକ ଧାରା ରହିଛି ଯେ, ଦୁର୍ନୀତି କ୍ଷେତ୍ରରେ ବ୍ରିଟିଶ ଅମଳର ଅଫିସିଆଲ ସିକ୍ରେଟ୍‌ ଆଇନକୁ ଅଣଦେଖା କରାଯାଇପାରିବ।

ଗୋପନୀୟ ବିଚାର କରାଯାଉଥିବା ଏହି ତଥ୍ୟର ବ୍ୟବହାରରେ ସରକାରଙ୍କ ବିଶେଷାଧିକାର ଦାବି ଭିତ୍ତିରେ ସୁପ୍ରିମ୍‌କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି।

ଆଜିର ଶୁଣାଣି ସମୟରେ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲ ଯୁକ୍ତି ରଖିଥିଲେ, ଅଫିସିଆଲ ସିକ୍ରେଟ୍‌ ଆକ୍ଟ ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରଣାଳୟର ତଥ୍ୟ ସୁପ୍ରିମ୍‌କୋର୍ଟରେ ଉପସ୍ଥାପିତ ହୋଇପାରିବନି। ରାଫେଲ ଚୁକ୍ତି ମାମଲାରେ ସୁପ୍ରିମ୍‌କୋର୍ଟ ଡିସେମ୍ବରରେ ଦେଇଥିବା ରାୟର ରିଭ୍ୟୁ ଆବେଦନ ସମୟରେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଗୋପନୀୟ ତଥ୍ୟର ନକଲ ସୁପ୍ରିମ୍‌କୋର୍ଟରେ ଉପସ୍ଥାପନ କରିଥିଲେ।

ଏଜି ଭେନୁଗୋପାଲ ଆହୁରି ମଧ୍ୟ କହିଥିଲେ, ଏହା ବିଶେଷାଧିକାର ଅଧୀନରେ ଆସୁଥିବାରୁ ଏହାର ସାର୍ବଜନୀନ ବ୍ୟବହାର ଉପରେ ରୋକ୍‌ ଲଗାଯାଉ। ଜଷ୍ଟିସ୍‌ କେଏମ୍‌ ଯୋଶେଫ୍‌ କହିଥିଲେ, ଆରଟିଆଇ ଆକ୍ଟ ପାରିତ ହେବା ସଂସଦରେ ଏକ ବିପ୍ଲବ ପଦକ୍ଷେପ। ଆରଟିଆଇ ଆକ୍ଟ ଲାଗୁ ହେବାପରେ ଆଉ ପଛକୁ ଫେରିବା ଠିକ୍‌ ହେବନି। ଆମକୁ ଆଗକୁ ଯିବାକୁ ହେବ, ଅଫିସିଆଲ ସିକ୍ରେଟ୍‌ ଆକ୍ଟ କଥା ମନେ ପକାଇବା ପଛକୁ ଯିବା ଭଳି ହେବ ବୋଲି ସେ କହିଥିଲେ।

ଜଷ୍ଟିସ୍‌ ଯୋଶେଫ୍‌ ଆହୁରି ମଧ୍ୟ କହିଥିଲେ, ଦୁର୍ନୀତି ଏବଂ ମାନବିକ ଅଧିକାର ଉଲ୍ଲଂଘନ ଭଳି କ୍ଷେତ୍ରରେ ଏପରି ଦସ୍ତାବିଜ୍‌ ସାର୍ବଜନୀନ କରିବାରେ କୌଣସି ସମସ୍ୟା ନାହିଁ। ଆବେଦନକାରୀ ଭୂଷଣ ଯୁକ୍ତି ରଖିଥିଲେ, ସିଏଜି ରିପୋର୍ଟ ମଧ୍ୟ ସାର୍ବଜନୀନ ହୋଇସାରିଛି। ଏଥିରେ ମଧ୍ୟ ବିଭିନ୍ନ ଚୁକ୍ତି ଏବଂ ପ୍ରତିରକ୍ଷା କିଣାବିକାର ତଥ୍ୟ ଉପସ୍ଥାପିତ ହୋଇସାରିଛି। ସେ କହିଥିଲେ, ପ୍ରତିରକ୍ଷା ସମ୍ବନ୍ଧିତ ତଥ୍ୟ ସାର୍ବଜନୀନ ହୋଇପାରିବନି ଏବଂ କୋର୍ଟରେ ଉପସ୍ଥାପିତ ହୋଇପାରିବନି କହିବା ଯୁକ୍ତିଯୁକ୍ତ ନୁହେଁ।



from Odisha Reporter https://ift.tt/2JbsXZS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages