ମୋଦିଙ୍କ ବିରୋଧରେ ଲଢ଼ିବେ ରାବଣ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 13, 2019

ମୋଦିଙ୍କ ବିରୋଧରେ ଲଢ଼ିବେ ରାବଣ!

ମିରଟ୍‌:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବାରଣାସୀ ଆସନରୁ ପ୍ରାର୍ଥୀ ହେବେ ରାବଣ। ଦଳିତ ସଂଗଠନ ଭୀମ୍‌ ଆର୍ମିର ପ୍ରତିଷ୍ଠାତା ଚନ୍ଦ୍ରଶେଖର ଆଜାଦ ରାବଣ ଏନେଇ ନିଜେ ଘୋଷଣା କରିଛନ୍ତି। ସେ କହିଛନ୍ତି, ସେ ପ୍ରଥମେ ତାଙ୍କ ଦଳରୁ କେହି ଜଣେ ଯୋଗ୍ୟ ଏବଂ ମଜଭୁତ ପ୍ରାର୍ଥୀଙ୍କୁ ମୋଦିଙ୍କ ବିରୋଧରେ ଲଢ଼ିବା ପାଇଁ ଖୋଜିବେ। କେହି ନମିଳିଲେ ନିଜେ ଲଢ଼ିବେ।

ସେ କହିଛନ୍ତି, ମୋଦିଙ୍କୁ ଏହି ଆସନରେ ସହଜରେ ଜିତିବାକୁ ଦେବେନି। ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରା ମିରଟ୍‌ଠାରେ ଚିକିତ୍ସାଧୀନ ଥିବା ଚନ୍ଦ୍ରଶେଖରଙ୍କୁ ଭେଟିଥିଲେ।

ପ୍ରିୟଙ୍କା ତାଙ୍କୁ ଭେଟିବା ପରେ ଭୀମ୍‌ ଆର୍ମି ଏବଂ କଂଗ୍ରେସର ମେଣ୍ଟ ହେବାନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଉଭୟଙ୍କ ଭେଟକୁ ନେଇ ଚନ୍ଦ୍ରଶେଖର କହିଛନ୍ତି, ପ୍ରିୟଙ୍କା ତାଙ୍କୁ ଭାଇ କହି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ପ୍ରିୟଙ୍କା ତାଙ୍କୁ କହିଥିଲେ ଯେ, ସେ ସରକାରଙ୍କ ବିରୋଧରେ ଏକା ଲଢ଼ୁଛନ୍ତି। ପ୍ରିୟଙ୍କା ଏବଂ ତାଙ୍କ ଦଳ ଚନ୍ଦ୍ରଶେଖରଙ୍କ ସାଥିରେ ଅଛନ୍ତି ବୋଲି ସେ କହିଥିଲେ।

ଚନ୍ଦ୍ରଶେଖର କହିଛନ୍ତି, “ମୁଁ କୌଣସି ରାଜନୀତିକ ଦଳର ସମର୍ଥନ ଚାହୁଁନାହିଁ। ମୁଁ ବହୁଜନ ହୋଇ ଜନ୍ମ ହୋଇଛି, ସେମିତି ହିଁ ମରିବି। ମୁଁ କେବଳ ବହୁଜନ ରାଜନୀତିରେ ବିଶ୍ୱାସ କରେ ଏବଂ ମୋଦିଙ୍କୁ ହରାଇବା ମୋର ଲକ୍ଷ୍ୟ। ସେ ଯେଉଁଠାରୁ ମଧ୍ୟ ଲଢ଼ିବେ, ମୁଁ ସେଠାରୁ ପ୍ରାର୍ଥୀ ହେବି।”



from Odisha Reporter https://ift.tt/2TMDVsO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages