ବେଗୁନିଆ ଅଙ୍କ: ବିଜେଡିରେ ଭିଡ଼, କଂଗ୍ରେସରେ ଜାନକୀନନ୍ଦନ, ବିଜେପି ଫାଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 13, 2019

ବେଗୁନିଆ ଅଙ୍କ: ବିଜେଡିରେ ଭିଡ଼, କଂଗ୍ରେସରେ ଜାନକୀନନ୍ଦନ, ବିଜେପି ଫାଙ୍କା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳି ଅଧୀନରେ ଥିବା ବିଧାନସଭା କ୍ଷେତ୍ରଗୁଡ଼ିକ ମଧ୍ୟରେ ବେଗୁନିଆ ଏକ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳି। ଏହା ଥିଲା ସ୍ୱର୍ଗତ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ରାଜନୀତିର ଅନ୍ୟତମ ମହାରଥୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ କର୍ମକ୍ଷେତ୍ର। ଏଥର ଏଠି ବିଜେଡି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଅନୁମାନ କରାଯାଉଛି। କାରଣ ଆଜି ସକାଳେ ଜାନକୀବଲ୍ଲଭଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ନିର୍ବାଚନ ଲଢ଼ିବାକୁ ଆଶୟୀ ଥିବା ଖବର ମିଳିଛି। ଯଦି ଏହାହୁଏ, ତେବେ ଏଠାକାର ରାଜନୈତିକ ସମୀକରଣ ବଦଳିଯିବା ଏକପ୍ରକାର ନିଶ୍ଚିତ।

ବାପାଙ୍କ ଲୋକପ୍ରିୟତାକୁ ଆଧାର କରି ପୃଥ୍ୱୀବଲ୍ଲଭ, ନିର୍ବାଚନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ଚାଲିଛି। ତାଙ୍କ ପାଇଁ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହେବେ ବିଜେଡିର ପ୍ରାର୍ଥୀ। ହେଲେ ଏଠି ବିଜେଡି କାହାକୁ ପ୍ରାର୍ଥୀ କରିବ ସେ ନେଇ ଆରମ୍ଭ ହୋଇଥିବା ଅଙ୍କକଷା ଛିଣ୍ଡିପାରୁନି। କାରଣ ଏଠି ଆଶାୟୀଙ୍କ ତାଲିକା ଟିକେ ଲମ୍ବା।

ଆପାତତଃ ତିନି ଚାରି ଜଣ ଆଶାୟୀ ଶଙ୍ଖ ଚିହ୍ନରେ ନିର୍ବାଚନୀ ମଇଦାନ୍‌କୁ ଓହ୍ଲାଇବାକୁ ଅଣ୍ଟା ଭିଡୁଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର ସାହୁ, ପ୍ରଦୀପ ସାହୁ ଓ ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷଭ ନନ୍ଦ ପ୍ରମୁଖ।

ବିଜେଡିର ଆଶାୟୀ ତାଲିକା ଟିକେ ଲମ୍ବା ଥିବାବେଳେ, ଏଠି ବିଜେପିର ସେଭଳି କେହି ଦୃଢ଼ ଦାବିଦାର ଥିବା ପରି ମନେ ହେଉନାହିଁ। ବିଜେପି ନେତା ଯତୀନ୍‌ ମହାନ୍ତିଙ୍କର ବ୍ୟକ୍ତିଗତ କ୍ରେଜ୍‌ ଟିକିଏ କମ୍। ତେଣୁ ବିଜେପିକୁ ବିଶେଷ ଫାଇଦା ମିଳିନପାରେ। ସେହିପରି ଏଠୁ ପ୍ରାର୍ଥୀ ହେବାକୁ ଆଉଜଣେ ଆଶାୟୀ ହେଲେ ପ୍ରଦୀପ ସାହୁ। ଇଏ ୨୦୦୯ରେ କଂଗ୍ରେସରୁ ଏବଂ ୨୦୧୪ରେ ସୌମ୍ୟରଂଜନ ପଟ୍ଟନାୟକଙ୍କ ‘ଆମ ଓଡ଼ିଶା ପାର୍ଟି’ରୁ ମାଠିଆ ଚିହ୍ନରେ ନିର୍ବାଚନ ଲଢ଼ି ହାରିଥିଲେ। ସୌମ୍ୟଙ୍କ ଲିଙ୍କ୍‌ରେ ସେ ବିଜେଡିରୁ ଟିକଟ ପାଇବାକୁ ଆଶା କରିଛନ୍ତି ବୋଲି ଚର୍ଚ୍ଚା ହେଉଛି। ଯଦି ସେଥିରେ ବିଫଳ ହୁଅନ୍ତି ତେବେ ସେ ବିଜେପିରୁ ମଧ୍ୟ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଗତକାଲି ନବୀନ ନିବାସରେ ପୂର୍ବତନ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର ବିଜେଡିରେ ପୁନଃ ସାମିଲ ହୋଇଥିବାରୁ, ତାଙ୍କୁ ଖୋର୍ଦ୍ଧାରୁ ଟିକେଟ ମିଳିବ ବୋଲି ଆଶା କରାଯାଉଛି। ଏଣୁ ବର୍ତ୍ତମାନର ବିଧାୟକ ରାଜେନ୍ଦ୍ର ସାହୁଙ୍କ ହାତରୁ ଖୋର୍ଦ୍ଧା ଖସି ଯାଇପାରେ। ଏମିତି ହେଲେ ସେ ବେଗୁନିଆକୁ ଆଖେଇ ପାରନ୍ତି ବୋଲି କୁହାଯାଉଛି। ସେ ବେଗୁନିଆରେ ବିଭିନ୍ନ ସଙ୍ଗଠନ ସହ ଏବେ ରୀତିମତ ସମ୍ପର୍କରେ ରହିଛନ୍ତି।

ପ୍ରଶାନ୍ତ ଜଗଦ୍ଦେବ ଓ ବିଧାୟକ ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷଭ ନନ୍ଦ ମଧ୍ୟ ବିଜେଡି ଟିକେଟ ପାଇଁ ଆଶାୟୀ ଅଛନ୍ତି। ପ୍ରଶାନ୍ତ ଜଗଦ୍ଦେବଙ୍କ ହାତରେ ଭଲ ସମର୍ଥନ ଅଛନ୍ତି, ହେଲେ ବିଭିନ୍ନ ସମୟରେ ସେ ଅପରାଧିକ ମାମଲାରେ ଜଡ଼ିତ ଥାଇ କୁ-ଚର୍ଚ୍ଚାକୁ ଆସୁଥିବାରୁ ଦଳ ତାଙ୍କ ପାଇଁ ଚିନ୍ତିତ। ତେଣୁ ତାଙ୍କୁ ଆଉଥରେ ବିଜେଡି ଟିକଟ ମିଳିବ କି ନାହିଁ ସେ ଗ୍ୟାରେଣ୍ଟି ନାହିଁ। ସେପଟେ ବେଗୁନିଆର ପୂର୍ବତନ ବିଧାୟକ ତଥା ଏବେକାର ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ ତାଙ୍କ ପୁଅ ଋଷଭ ନନ୍ଦଙ୍କୁ ମୈଦାନକୁ ଓହ୍ଲେଇବାକୁ ଆଶା କରି ବସିଛନ୍ତି। କିନ୍ତୁ ନିର୍ବାଚନ ମଣ୍ଡଳିରେ ତାଙ୍କ ପ୍ରଭାବ ଅପେକ୍ଷାକୃତ କମ୍‌। ତେଣୁ ବିଜେଡି ଟିକଟ ଗଣିତ ଏଠି ଏମିତି ଏକ ତ୍ରିଶଙ୍କୁ ଅବସ୍ଥାରେ ରହିଛି।

ବିଜେଡିରେ ଆଶାୟୀ ଅଧିକ ଥିବାରୁ ଅନ୍ତର୍ଦ୍ୱନ୍ଦ୍ୱ ବେଶୀ। କଂଗ୍ରେସର ଏକମାତ୍ର ଭରସା ହେଉଛି, ସ୍ୱର୍ଗତ ଜାକନୀବଲ୍ଲଭ ପଟ୍ଟନାୟକଙ୍କ ଲୋକପ୍ରିୟତା। ସବୁ ଦୃଷ୍ଟିରୁ ବିଜେପି ଦୁର୍ବଳ। ତେଣୁ ଆଗାମୀ ନିର୍ବାଚନରେ କିଏ ବାଜି ମାରିବ ଏବେଠାରୁ କହିବା ସହଜ ନୁହେଁ।



from Odisha Reporter https://ift.tt/2CjGLvd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages