
ନୂଆଦିଲ୍ଲୀ: ବାଲାକୋଟ ଏୟାର ଷ୍ଟ୍ରାଇକ୍ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଥମିବାର ନାଁ ଧରୁନି। ମଙ୍ଗଳବାର ବିଳମ୍ବିତ ରାତିରେ ଜମ୍ମୁ-କଶ୍ମୀର ସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ପୁଣିଥରେ ପାକ୍ ବାୟୁସେନାର ଦୁଇଟି ଯୁଦ୍ଧ ବିମାନ ଚକର ମାରୁଥିବା ଦେଖିବାକୁ ମିଳିଛି।
ସମ୍ଭବତଃ ଏହି ଯୁଦ୍ଧ ବିମାନ ଭାରତରେ ପ୍ରବେଶ ପାଇଁ ଉଦ୍ୟମ କରୁଥିଲେ। କିନ୍ତୁ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଏମାନଙ୍କ ଗତିପଥ ଉପରେ ନଜର ରଖିବାରୁ ଏହି ଦୁଇଟି ଯାକ ବିମାନ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରୁ ପାକିସ୍ତାନ ଭିତରକୁ ଚାଲି ଯାଇଥିଲେ।
ପାକର ଦୁଇଟି ଯାକ ଯୁଦ୍ଧ ବିମାନ ପାଖାପାଖି ରହିଥିଲେ। ଭାରତୀୟ ବାୟୁସେନା ଏଗୁଡ଼ିକୁ ଦେଖିବା ପରେ ଏହି ଦୁଇ ବିମାନ ଦ୍ରୁତ ଗତିରେ ଛତ୍ରଭଙ୍ଗ ଦେଇଥିଲେ। ଛତ୍ରଭଙ୍ଗ ଦେବା ବେଳେ ଏତେ ଜୋରରେ ଶବ୍ଦ ହୋଇଥିଲା ଯେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଭୟବୀତ ହୋଇଯାଇଥିବା ମଧ୍ୟ ଖବର ରହିଛି।
from Odisha Reporter https://ift.tt/2J9QUk8
No comments:
Post a Comment